ଶ୍ରୀମନ୍ଦିର ଗର୍ଭଗୃହରେ ରକ୍ତ ପଡିବାରୁ ନୀତି ବିଭ୍ରାଟ

ପୁରୀ: ଆଜି ମଧ୍ୟାହ୍ନ ଧୂପ ସମୟରେ ଜଣେ ସେବାୟତଙ୍କ ଗୋଡ଼ରୁ ରକ୍ତ ଝରି ଗର୍ଭଗୃହରେ ପଡିବାରୁ ନୀତିରେ ବିଭ୍ରାଟ ହୋଇଥିଲା। ପରମ୍ପରା ଅନୁସାରେ ବଡ଼ ମହାସ୍ନାନ କରାଯିବାରୁ ଶ୍ରୀଜିଉଙ୍କ ସୁନାବେଶ ଦର୍ଶନ ପାଖାପଖି ୩ ଘଣ୍ଟା ବନ୍ଦ ରହିଥିଲା। ପୌଷ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ପୁଷ୍ୟାଭିଷେକ ନୀତି ହୋଇଥିଲା। ରତ୍ନ ସିଂହାସନରେ ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୁଷିତ ହୋଇ ରାଜାଧିରାଜ ବେଶ ବା ସୁନା ବେଶରେ ଶ୍ରୀଜିଉ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ତେବେ ମଧ୍ୟାହ୍ନ ଧୂପ […]

puri

Rakesh Mallick
  • Published: Thursday, 12 January 2017
  • , Updated: 12 January 2017, 09:59 PM IST

ପୁରୀ: ଆଜି ମଧ୍ୟାହ୍ନ ଧୂପ ସମୟରେ ଜଣେ ସେବାୟତଙ୍କ ଗୋଡ଼ରୁ ରକ୍ତ ଝରି ଗର୍ଭଗୃହରେ ପଡିବାରୁ ନୀତିରେ ବିଭ୍ରାଟ ହୋଇଥିଲା। ପରମ୍ପରା ଅନୁସାରେ ବଡ଼ ମହାସ୍ନାନ କରାଯିବାରୁ ଶ୍ରୀଜିଉଙ୍କ ସୁନାବେଶ ଦର୍ଶନ ପାଖାପଖି ୩ ଘଣ୍ଟା ବନ୍ଦ ରହିଥିଲା।

ପୌଷ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ପୁଷ୍ୟାଭିଷେକ ନୀତି ହୋଇଥିଲା। ରତ୍ନ ସିଂହାସନରେ ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୁଷିତ ହୋଇ ରାଜାଧିରାଜ ବେଶ ବା ସୁନା ବେଶରେ ଶ୍ରୀଜିଉ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ତେବେ ମଧ୍ୟାହ୍ନ ଧୂପ ବିଭ୍ରାଟ ଯୋଗୁଁ ଭକ୍ତଙ୍କ ଦର୍ଶନ ବନ୍ଦ ହୋଇଯାଇଥିଲା। ମହାସ୍ନାନ ପରେ ସନ୍ଧ୍ୟାରେ ପୁଣି ଶ୍ରୀଜିଉ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଇଥିଲେ।

ଅନ୍ୟପକ୍ଷରେ ପୁରୀ ସ୍ୱର୍ଗଧାମ ସମ୍ମୁଖ ବେଳାଭୂମିରେ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚିଳାନନ୍ଦ ସରସ୍ୱତୀ ଆଜି ସମୁଦ୍ର ଆଳତୀ କରିଥିଲେ। ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ମଠ ଆନୁକୂଲ୍ୟରେ ଆୟୋଜିତ ମହୋଦଧି ଆଳତୀର ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ସାଧୁସନ୍ଥ ଉପସ୍ଥିତ ରହି ତୀର୍ଥରାଜ ମହଦଧିଙ୍କ ଆଳତୀ କରିଥିଲେ।

Related story