ଶ୍ରୀମନ୍ଦିର ପୋର୍ଟାଲ ଲୋକାର୍ପିତ

ପୁରୀ(ଓଡ଼ିଶା ରିପୋର୍ଟର): ରଥଯାତ୍ରା ପୂର୍ବରୁ ଲୋକାର୍ପିତ ହୋଇଛି ଶ୍ରୀମନ୍ଦିର ସ୍ୱତନ୍ତ୍ର ୱେବ ପୋର୍ଟାଲ shreejagannath.in। ଏଥିରେ ଜଗନ୍ନାଥ ସଂସ୍କୃତି, ନୀତି, ଇତିହାସ ବେଶ ଓ ପରମ୍ପରା ସମ୍ପର୍କରେ ସର୍ବସାଧାରଣଙ୍କୁ ସୂଚନା ମିଳିବ। ଏଥିରେ ଓଡ଼ିଆ, ବଙ୍ଗଳା, ହିନ୍ଦୀ ଓ ଇଂରାଜୀ ଭାଷାରେ ସୂଚନା ମିଳିପାରିବ। ଏହି ପୋର୍ଟାଲ ମାଧ୍ୟମରେ ଜନସାଧାରଣ ଭକ୍ତ ନିବାସ ବୁକିଂ କରିବା ସହ ଅନଲାଇନରେ ବିବାହ କାର୍ଡ ନିମନ୍ତ୍ରଣ ମଧ୍ୟ ପଠାଇ ପାରିବେ। ଗଜପତି ମହାରାଜା ଦିବ୍ୟସିଂହ ଦେବ ଏହାକୁ ଆଜି ଉଦ୍‌ଘାଟନ […]

puri1

Manoranjan Sial
  • Published: Tuesday, 02 July 2019
  • , Updated: 02 July 2019, 10:36 PM IST

ପୁରୀ(ଓଡ଼ିଶା ରିପୋର୍ଟର): ରଥଯାତ୍ରା ପୂର୍ବରୁ ଲୋକାର୍ପିତ ହୋଇଛି ଶ୍ରୀମନ୍ଦିର ସ୍ୱତନ୍ତ୍ର ୱେବ ପୋର୍ଟାଲ shreejagannath.in। ଏଥିରେ ଜଗନ୍ନାଥ ସଂସ୍କୃତି, ନୀତି, ଇତିହାସ ବେଶ ଓ ପରମ୍ପରା ସମ୍ପର୍କରେ ସର୍ବସାଧାରଣଙ୍କୁ ସୂଚନା ମିଳିବ। ଏଥିରେ ଓଡ଼ିଆ, ବଙ୍ଗଳା, ହିନ୍ଦୀ ଓ ଇଂରାଜୀ ଭାଷାରେ ସୂଚନା ମିଳିପାରିବ।

ଏହି ପୋର୍ଟାଲ ମାଧ୍ୟମରେ ଜନସାଧାରଣ ଭକ୍ତ ନିବାସ ବୁକିଂ କରିବା ସହ ଅନଲାଇନରେ ବିବାହ କାର୍ଡ ନିମନ୍ତ୍ରଣ ମଧ୍ୟ ପଠାଇ ପାରିବେ। ଗଜପତି ମହାରାଜା ଦିବ୍ୟସିଂହ ଦେବ ଏହାକୁ ଆଜି ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର, ଏଡିଜି ସଂଜୀବ ପଣ୍ଡା, IG ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ସେବାୟତମାନେ ଉପସ୍ଥିତଥିଲେ।

Related story