ବିଦ୍ୟାଧରପୁରରେ ରାତି ଯାପନ କରିବେ ଶ୍ରୀଜଗନ୍ନାଥଙ୍କ ଦାରୁ ଶଗଡ଼ି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ଖରିପଡ଼ିଆରୁ ଆଜି ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ଶ୍ରୀଜଗନ୍ନାଥଙ୍କ ଦାରୁ ଶଗଡ଼ି ଆଜି ରାତିରେ କଟକର ବିଦ୍ୟାଧରପୁରର ସାଇମନ୍ଦିରରେ ରାତ୍ରିଯାପନ କରିବେ। ଗତକାଲି ପୁଣି ସହି ସମୟରେ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା କରିବ ଶ୍ରୀ ଜଗନ୍ନାଥଙ୍କ ଦାରୁ ଶଗଡି।  ସବୁ ରୀତିନୀତି ଶେଷ ହେବା ପରେ ଅପରାହ୍ନ ପ୍ରାୟ ୩ଟା ୪୦ ବେଳେ କଳାଠାକୁରଙ୍କ ଦାରୁ ଶଗଡ଼ିକୁ ଶ୍ରୀକ୍ଷେତ୍ର ଅଭିମୁଖେ ଟଣା ଯାଇଥିଲା। ଦାରୁ ଶଗଡ଼ିକୁ ବିଦାୟ ଦେବା ବେଳେ ଭାବବିହ୍ୱଳ ହୋଇଯାଇଥିଲା ସ୍ଥାନୀୟ […]

jagannatha

Rakesh Mallick
  • Published: Thursday, 14 May 2015
  • , Updated: 15 May 2015, 12:01 PM IST

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ଖରିପଡ଼ିଆରୁ ଆଜି ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ଶ୍ରୀଜଗନ୍ନାଥଙ୍କ ଦାରୁ ଶଗଡ଼ି ଆଜି ରାତିରେ କଟକର ବିଦ୍ୟାଧରପୁରର ସାଇମନ୍ଦିରରେ ରାତ୍ରିଯାପନ କରିବେ। ଗତକାଲି ପୁଣି ସହି ସମୟରେ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା କରିବ ଶ୍ରୀ ଜଗନ୍ନାଥଙ୍କ ଦାରୁ ଶଗଡି।

 ସବୁ ରୀତିନୀତି ଶେଷ ହେବା ପରେ ଅପରାହ୍ନ ପ୍ରାୟ ୩ଟା ୪୦ ବେଳେ କଳାଠାକୁରଙ୍କ ଦାରୁ ଶଗଡ଼ିକୁ ଶ୍ରୀକ୍ଷେତ୍ର ଅଭିମୁଖେ ଟଣା ଯାଇଥିଲା। ଦାରୁ ଶଗଡ଼ିକୁ ବିଦାୟ ଦେବା ବେଳେ ଭାବବିହ୍ୱଳ ହୋଇଯାଇଥିଲା ସ୍ଥାନୀୟ ଲୋକେ। କାନ୍ଦି କାନ୍ଦି ଲୋକେ ଦାରୁଙ୍କୁ ବିଦାୟ ଦେଇଥିଲେ। ଏହାକୁ ଦେଖିଲେ ଗୋପପୁରର ପରିବେଶ ସୃଷ୍ଟି ହୋଇଥିବା ଭଳି ଲାଗୁଥିଲା ବେଳେ ଅନ୍ୟପକ୍ଷରେ ରଥଯାତ୍ରାର ପରିବେଶ ମଧ୍ୟ ସୃଷ୍ଟି ହୋଇଥିଲା। ଶ୍ରଦ୍ଧାଳୁ ରଥ ଟାଣିଲା ଭଳି ଦାରୁ ଶଗଡ଼ିକୁ ଟାଣି ନେଉଥିଲେ। କେହି କେହି ଓଡ଼ିଶୀ ନୃତ୍ୟ କରୁଥିବାର ବି ଦେଖିବାକୁ ମିଳିଥିଲା। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସି ପହଞ୍ଚିଥିଲେ ଘଣ୍ଟ ପାଟୁଆ। ଘଣ୍ଟ ପାଟୁଆଙ୍କ ଘଣ୍ଟ ମାଡ଼ରେ ପ୍ରକମ୍ପିତ ହୋଇଥିଲା ପୂରା ଖରପଡ଼ିଆ ଅଞ୍ଚଳ। ଆଉ ତା’ସାଥେ ସାଥେ ଦାରୁ ଶଗଡ଼ି ଆଗକୁ ଆଗକୁ ଚାଲିଥିଲେ। ଲୋକେ ଦାରୁ ଶଗଡ଼ିଙ୍କ ପଥରେ ଶାଢ଼ି ପକାଇଥିଲେ। ରାସ୍ତାର ଧୂପଦୀପ ଲଗାଇ ବନ୍ଦାପଣା କରିଥିଲେ। ତେବେ ରାସ୍ତା କିଛି ବାଟ ସଂକୀର୍ଣ୍ଣ ଥିବାରୁ ଲୋକଙ୍କୁ ଦାରୁ ଶଗଡ଼ି ଟାଣିବାକୁ ବାରଣ କରାଯାଇଥିଲା। କଟକ-ପାରାଦୀପ ରାସ୍ତାକୁ ବାହାରିବା ପରେ ପୁଣି ଶ୍ରଦ୍ଧାଳୁମାନେ ଦାରୁ ଶଗଡ଼ିକୁ ଟାଣିବେ।

ଆଜି ରାତିରେ ରାମକୁମାରପୁରରେ ଦାରୁ ଶଗଡ଼ି ରାତ୍ରୀଯାପନ କରିବେ। ଆସନ୍ତାକାଲି ସକାଳେ ପୁଣି ଦିବ୍ୟଦାରୁଙ୍କ ଶଗଡ଼ି ଯାତ୍ରା ଆରମ୍ଭ କରିବେ ଓ ରାତିରେ ନୂଆବଜାରେ ରାତିରେ ବିଶ୍ରାମ ନେବେ। କଟକ-ପାରାଦୀପ ରାସ୍ତା ଦେଇ କଟକ ପର୍ଯ୍ୟନ୍ତ ପହଞ୍ଚିବା ପରେ ଭୁବନେଶ୍ୱର ଦେଇ ପୁରୀ ଯିବେ ଦାରୁ ଶଗଡ଼ି। ଏ ନେଇ ପ୍ରଶାସନ ଓ ପୁଲିସ ପକ୍ଷରୁ ରୋଡ୍ ମ୍ୟାପ୍ ପ୍ରସ୍ତୁତ ହୋଇସାରିଛି।

ପୁରୀ ଅଭିମୁଖେ ଜଗତର ନାଥ ଜଗନ୍ନାଥଙ୍କ ଦାରୁ ଶଗଡ଼ି ଗତକାଲି ଯାତ୍ରା ଆରମ୍ଭ କରିବାକୁ ସ୍ଥିର ହୋଇଥିଲା। ପ୍ରସ୍ତୁତି ଶେଷ ହୋଇନପାରିବାରୁ ଶେଷ ମୁହୂର୍ତ୍ତରେ ଏହିକୁ ବାତିଲ କରାଯାଇଥିଲା।

Related story