ଶ୍ରୀମନ୍ଦିର ଗର୍ଭଗୃହର ସ୍ଥାୟୀ ମରାମତି ପାଇଁ ୬ ରୁ ୯ ମାସ ଲାଗିବ: ମୁଖ୍ୟ ପ୍ରଶାସକ

ପୁରୀ: ଶ୍ରୀମନ୍ଦିର ଗର୍ଭଗୃହ ପିଲରରେ ଫାଟ ଓ ଦୁର୍ବଳ ହୋଇଥିବା ଜଗମୋହନର ମରାମତି ଏବଂ ସଂରକ୍ଷଣ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର। ସେ କହିଛନ୍ତି, ରଥଯାତ୍ରା ପରେ ଜଗମୋହନ ଓ ଗର୍ଭଗୃହର ଅସ୍ଥାୟୀ ମରାମତି କରାଯାଇଛି। ଢେରା ଲଗାଇ ଏହାକୁ ସାମୟିକ ସୁରକ୍ଷିତ ରଖାଯାଇଛି। ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର ମହା ନିର୍ଦ୍ଦେଶକ ଓ ସାଇଣ୍ଟିଫିକ୍ ଟିମ୍ ଏବଂ ବୈଷୟିକ କୋର କମିଟି ଅନୁଧ୍ୟାନ କରିବା ପରେ ସ୍ଥାୟୀ ମରାମତି ଓ ସଂରକ୍ଷଣ ନେଇ […]

jagannath

Rakesh Mallick
  • Published: Thursday, 30 July 2015
  • , Updated: 30 July 2015, 05:28 AM IST

ପୁରୀ: ଶ୍ରୀମନ୍ଦିର ଗର୍ଭଗୃହ ପିଲରରେ ଫାଟ ଓ ଦୁର୍ବଳ ହୋଇଥିବା ଜଗମୋହନର ମରାମତି ଏବଂ ସଂରକ୍ଷଣ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର। ସେ କହିଛନ୍ତି, ରଥଯାତ୍ରା ପରେ ଜଗମୋହନ ଓ ଗର୍ଭଗୃହର ଅସ୍ଥାୟୀ ମରାମତି କରାଯାଇଛି। ଢେରା ଲଗାଇ ଏହାକୁ ସାମୟିକ ସୁରକ୍ଷିତ ରଖାଯାଇଛି। ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର ମହା ନିର୍ଦ୍ଦେଶକ ଓ ସାଇଣ୍ଟିଫିକ୍ ଟିମ୍ ଏବଂ ବୈଷୟିକ କୋର କମିଟି ଅନୁଧ୍ୟାନ କରିବା ପରେ ସ୍ଥାୟୀ ମରାମତି ଓ ସଂରକ୍ଷଣ ନେଇ ପଦକ୍ଷେପ ନିଆଯିବ।

ସୁରେଶ ମହାପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ ସ୍ଥାୟୀ ମରାମତି ପାଇଁ ୬ ରୁ ୯ ମାସ ସମୟ ଲାଗିବ। ସ୍ଥାୟୀ ମରାମତି କରିବାକୁ ହେଲେ ଶ୍ରୀବିଗ୍ରହଙ୍କୁ ସ୍ତାନାନ୍ତରିତ କରିବାକୁ ହେବ। ତେବେ ଶ୍ରୀବିଗ୍ରହଙ୍କୁ ସ୍ତାନାନ୍ତରିତ କରିବା ପାଇଁ ଛତିଶା ନିଯୋଗର ସହମତି ଆବଶ୍ୟକ।

ସେ କହିଛନ୍ତି, ନାଟମନ୍ଦିର କୁଲିଂ କରାଯାଇଛି। କଳାହାଟ ଓ ଜୟବିଜୟ ଦ୍ୱାର ମରାମତି ଶେଷ କରାଯାଇଛି।

Related story