ନେପାଳରେ ଚମକିବେ ଭଦ୍ରକର ଶ୍ରେୟାଂଶୁ

ଭଦ୍ରକ(ପାର୍ଥ ସାରଥୀ ନାୟକ):ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ବ୍ଲକର ବନ୍ଦ।ଳ ମଢ଼ୀଅ।ଳି ପଞ୍ଚାୟତ ବିରିଡ଼ି ଗ୍ରାମର ଶିଶୁ ପ୍ରତିଭା ସାଇ ଶ୍ରେୟାଂଶୁ ପଣ୍ଡା  ଓରଫ୍ କାହ୍ନା । ବୟସ ମାତ୍ର ଦୁଇ ବର୍ଷ ସାତ ମାସ ।  ଏହି ବୟସରେ ସ୍ଵତନ୍ତ୍ର ମଡେଲ ପାଇଁ  ଜିଲ୍ଲା, ରାଜ୍ୟ, ଦେଶ ପାଇଁ ଗୌରବ ଆଣିଛନ୍ତି ସାଇ ଶ୍ରେୟାଂଶୁ  ।  ସେ ସ୍ଵତନ୍ତ୍ର ମଡେଲ ପ୍ରତିଭା ପାଇଁ  ନେପାଳରେ ହେବାକୁ ଥିବା ଆନ୍ତର୍ଜାତିକ ମଡେଲ ପ୍ରତିଯୋଗିତା ପାଇଁ ସର୍ବ ଭାରତୀୟ ଶିଶୁ […]

6yio

Tapas Behera
  • Published: Saturday, 27 February 2021
  • , Updated: 27 February 2021, 04:44 PM IST

ଭଦ୍ରକ(ପାର୍ଥ ସାରଥୀ ନାୟକ):ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ବ୍ଲକର ବନ୍ଦ।ଳ ମଢ଼ୀଅ।ଳି ପଞ୍ଚାୟତ ବିରିଡ଼ି ଗ୍ରାମର ଶିଶୁ ପ୍ରତିଭା ସାଇ ଶ୍ରେୟାଂଶୁ ପଣ୍ଡା  ଓରଫ୍ କାହ୍ନା । ବୟସ ମାତ୍ର ଦୁଇ ବର୍ଷ ସାତ ମାସ ।  ଏହି ବୟସରେ ସ୍ଵତନ୍ତ୍ର ମଡେଲ ପାଇଁ  ଜିଲ୍ଲା, ରାଜ୍ୟ, ଦେଶ ପାଇଁ ଗୌରବ ଆଣିଛନ୍ତି ସାଇ ଶ୍ରେୟାଂଶୁ  ।  ସେ ସ୍ଵତନ୍ତ୍ର ମଡେଲ ପ୍ରତିଭା ପାଇଁ  ନେପାଳରେ ହେବାକୁ ଥିବା ଆନ୍ତର୍ଜାତିକ ମଡେଲ ପ୍ରତିଯୋଗିତା ପାଇଁ ସର୍ବ ଭାରତୀୟ ଶିଶୁ ବର୍ଗରୁ ଚୟନ ହୋଇଛନ୍ତି ।  ଯେଉଁଥିପାଇଁ ଏବେ ଚାରିଆଡ଼େ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ଏହି ଶିଶୁ ପ୍ରତିଭା ।  ଜନ୍ମଜାତ ଗୁଣ ଓ ଅବିଶ୍ଵନୀୟ ପରିପ୍ରକାଶ ଶୈଳୀ ଯୋଗୁଁ ରାଜ୍ୟର ତଥା ଦେଶର ଏକ ମାତ୍ର ଶୈଶବ ଆନ୍ତର୍ଜାତିକ ମଡେଲ ପ୍ରତିଯୋଗୀ ହେବାର ଗୌରବ ହାସଲ କରିଛି ଶିଶୁ ସାଇ ଶ୍ରେୟାଂଶୁ ।   ଜନ୍ମ ୨୦୧୮ ମସିହା ।

ମାତ୍ର ଜନ୍ମର ଦେଢ଼ ବର୍ଷରୁ ନୃତ୍ୟ, ମଡେଲ କଳା, ଫଟୋ ପୋଜ ଦେବାରେ ଆଗ୍ରହ ଦେଖାଇବାରୁ ପିତା ଶ୍ରୀରାମ ପଣ୍ଡା ଓ ମାତା ପୁଷ୍ପାଞ୍ଜଳି ଏଥିପାଇଁ ବ୍ୟବସ୍ଥା ଆରମ୍ଭ କରିଥିଲେ। ଜେଜେ ବାପା ସୁଶାନ୍ତ ପଣ୍ଡା ଓ ଜେଜେମା ଶିକ୍ଷୟିତ୍ରୀ ପ୍ରମିଳା ପଣ୍ଡା କାହ୍ନ।କୁ ପ୍ରୋତ୍ସାହିତ କରିଥିଲେ । ପିତା ଶ୍ରୀରାମ ପଣ୍ଡା ବୌଦ୍ଧ ଜିଲ୍ଲାର ରାଜପଥ କାର୍ଯ୍ୟରେ ଯନ୍ତ୍ରୀ ଭାବେ  ନିୟୋଜିତ ହୋଇଥିବାରୁ ସେଠାରେ ବସବାସ କରନ୍ତି । ସେହି ସମୟ ସାଇ ଶ୍ରେୟାଂଶୁର ମାତା ପୁଷ୍ପାଞ୍ଜଳି ଦେବୀ ପୁଅର ମଡେଲ ପ୍ରତି ଆଗ୍ରହ ଦେଖି ଓ ମଡେଲ ଗୁରୁ ପ୍ରସନ୍ନ ସାରଙ୍କ ତତ୍ତ୍ଵାବଧାନରେ ତାଙ୍କୁ ସ୍ଵତନ୍ତ୍ର ତାଲିମ ପ୍ରଦାନ କରିଥିଲେ। ଏହି ସମୟରେ  ଶ୍ରେୟାଂଶୁ ବିଭିନ୍ନ ଜିଲ୍ଲା ବ୍ଲକ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସଫଳ ହେବାରେ ଲାଗିଥିଲା ।

ଗତ ସେପ୍ଟେମ୍ବର ମାସରେ ମୁମ୍ବାଇର ଗ୍ଲୋବାଲ ବିୟୁଟି ଇଣ୍ଟରନେସନାଲ ଅର୍ଗନାଇଜେସନ୍ ପକ୍ଷରୁ ଅନଲାଇନରେ କିଡସ ଆଣ୍ଡ ଟିନ ୱାର୍ଲ୍ଡ ଞ୍ବାଇଡ ଇଭେଣ୍ଟ ୨୦୨୦-୨୧ ମଡେଲ ବିଭାଗରେ ଶିଶୁ ପ୍ରତିଯୋଗିତା ବିଜ୍ଞାପନ ଅନଲାଇନରେ ପ୍ରକାଶିତ ହୋଇଥିଲା । ଏହି ସୁଯୋଗର ସଦଉପଯୋଗ କରି ଶ୍ରେୟାଂଶୁଙ୍କ  ପାଇଁ ପିତା ଆବେଦନ କରିଥିଲେ । ଏହି ପ୍ରତିଯୋଗିତା ଆଣି ଦେଇଥିଲା  ଶ୍ରେୟାଂଶୁଙ୍କୁ ବାସ୍ତବ ପରିଚୟ । ୪୦ ଜଣ ପ୍ରତିଯୋଗୀଙ୍କୁ  ପଛରେ ପକାଇ  ଶ୍ରେୟାଂଶୁ ବିଜେତା ହୋଇଥିଲେ। ନେପାଳରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ଶିଶୁ ମଡେଲ ପ୍ରତିଭା ପାଇଁ ମନୋନୀତ ହୋଇଥିଲା ଶିଶୁ ଶ୍ରେୟାଂଶୁ ଓରଫ୍ କାହ୍ନା।

ତାପରେ ପ୍ରସିଦ୍ଧ ଅର୍ଜନ କରିଥିଲେ ଶ୍ରେୟାଂଶୁ । ବିଭିନ୍ନ ମହଲରୁ ପ୍ରଶଂସା ଓ ଶୁଭେଚ୍ଛାର ସୁଅ ଛୁଟିଲା ଶ୍ରେୟାଂଶୁଙ୍କୁ। ବାପା, ମାଆ, ସାନ ବାପା, ଜେଜେବାପା, ଜେଜେମା ଙ୍କ ଖୁସି କହିଲେ ନ ସରେ । ଅଖ୍ୟାତ ପଲ୍ଲୀରେ ଜନ୍ମ ହେଇ ଥିବା ଶ୍ରେୟାଂଶୁ ନିଜର ପ୍ରତିଭା ପ୍ରଦର୍ଶନ କରି  ରାଜ୍ୟ ପାଇଁ ସୁନାମ ଆଣି ଦେଇଥିଲେ। ତେବେ ନେପାଳରେ ହେବାକୁ ଥିବା ଆନ୍ତର୍ଜାତିକ ମଡେଲ ପ୍ରତିଯୋଗିତାରେ ସେ ଯେମିତି ସଫଳ ହୋଇ ଭାରତର ନାମ ରଖିବ ସେଥି ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ଏପଟେ ଆଗାମୀ ଇଭେଣ୍ଟ ପାଇଁ ଶ୍ରେୟାଂଶୁଙ୍କୁ ସମସ୍ତେ ଆଶୀର୍ବାଦ ପ୍ରଦାନ କରିବାକୁ ସ୍ଥାନୀୟ ଅଂଚଳର  ଗୁଞ୍ଜରଣ ଉଠିବା ସହିତ ଭୂରି ଭୂରି ପ୍ରଶଂସାର ସୁଅ ଛୁଟୁଛି ।

Related story