ଜେଲ୍‌ରୁ ବାହାରିଲେ ବ୍ରହ୍ମପୁରର ପୂର୍ବତନ ମେୟର ଶିବଶଙ୍କର ଦାସ

ବ୍ରହ୍ମପୁର: ଜେଲ୍‌ରୁ ମୁକିଳିଲେ ବ୍ରହ୍ମପୁରର ପୂର୍ବତନ ମେୟର ଶିବଶଙ୍କର ଦାସ। ହତ୍ୟା, ଲୁଟ୍‌ ଓ ଦାଦାବଟି ଆଦାୟ ଆଦି ମାମଲାରେ ଛନ୍ଦି ହୋଇ ଶିବଶଙ୍କର ଗତବର୍ଷ ଜୁଲାଇ ମାସରେ ଗିରଫ ହୋଇଥିଲେ। ଏହାପରେ ତାଙ୍କୁ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଥିଲା। ଗତ ମଙ୍ଗଳବାର ଦିନ ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟରୁ ତାଙ୍କୁ ଜାମିନ୍ ମିଳିଥିଲା। ଜେଲ୍‌ରୁ ବାହାରିବା ପରେ ଶିବଶଙ୍କର କହିଛନ୍ତି,“ମୋ ନାଁରେ ମିଥ୍ୟା କେସ୍‌ କରାଯାଇଥିବାରୁ ମୋତେ ଜାମିନ୍ ମିଳିଲା। ମୋର […]

bail

Rakesh Mallick
  • Published: Thursday, 22 June 2017
  • , Updated: 22 June 2017, 09:34 AM IST

ବ୍ରହ୍ମପୁର: ଜେଲ୍‌ରୁ ମୁକିଳିଲେ ବ୍ରହ୍ମପୁରର ପୂର୍ବତନ ମେୟର ଶିବଶଙ୍କର ଦାସ। ହତ୍ୟା, ଲୁଟ୍‌ ଓ ଦାଦାବଟି ଆଦାୟ ଆଦି ମାମଲାରେ ଛନ୍ଦି ହୋଇ ଶିବଶଙ୍କର ଗତବର୍ଷ ଜୁଲାଇ ମାସରେ ଗିରଫ ହୋଇଥିଲେ। ଏହାପରେ ତାଙ୍କୁ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଥିଲା।

ଗତ ମଙ୍ଗଳବାର ଦିନ ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟରୁ ତାଙ୍କୁ ଜାମିନ୍ ମିଳିଥିଲା। ଜେଲ୍‌ରୁ ବାହାରିବା ପରେ ଶିବଶଙ୍କର କହିଛନ୍ତି,“ମୋ ନାଁରେ ମିଥ୍ୟା କେସ୍‌ କରାଯାଇଥିବାରୁ ମୋତେ ଜାମିନ୍ ମିଳିଲା। ମୋର ଉଭୟ ବିଜେଡି ଓ ବିଜେପି ସହ ଭଲ ସମ୍ପର୍କ ରହିଛି।”

ପୂର୍ବରୁ ବ୍ରହ୍ମପୁର ମେୟର ଥିବା ଶିବଶଙ୍କର ୨୦୧୪ ନିର୍ବାଚନ ବେଳେ ବିଜେଡି ଛାଡ଼ି  ବିଜେପି ଟିକଟ୍‌ରୁ ବ୍ରହ୍ମପୁର ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।

Related story