ସିଜନାଲ ଟ୍ରାପ୍ ପ୍ରଭାବ: ଉପକୂଳ ଓଡିଶାର କେତେକ ଅଞ୍ଚଳରେ ଲଗାଣ ବର୍ଷା

ଭୁବନେଶ୍ୱର: ସିଜନାଲ ଟ୍ରାପ୍ ପ୍ରଭାବରେ ଉପକୂଳ ଓଡ଼ିଶାର କେତେକ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି । ଆସନ୍ତାକାଲି ପର୍ଯ୍ୟନ୍ତ ଏପରି ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଉତ୍ତର ଓଡ଼ିଶାର କେତେକ ଅଞ୍ଚଳରେ ବର୍ଷା ହେଉଛି। ଆସନ୍ତାକାଲି ସୁଦ୍ଧା ବର୍ଷାର ପରିମାଣ କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସିଜନାଲ ଟ୍ରାପ୍ ପ୍ରଭାବରେ ଉତ୍ତର ଓଡ଼ିଶା ସମେତ ରାଜ୍ୟର ଅନ୍ୟ ଅଞ୍ଚଳରେ ଅଳ୍ପ ବର୍ଷା ସାଙ୍ଗକୁ କୋହଲା ପାଗ ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ପୁରୀ ଜିଲ୍ଲାର କାକଟପୁର ଅଞ୍ଚଳରେ ସର୍ବାଧିକ ୮୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିଭଳି ପାରଦୀପରେ ୮୩ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସେପଟେ ରାଜ୍ୟରେ ଆଶା କରାଯାଉଥିବା ମୌସୁମୀ ବର୍ଷା ସ୍ୱାଭାବିକଠାରୁ କମ୍ ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି।