ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଏଣିକି ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଏକକ ପରୀକ୍ଷା ହେବ। ରାଜ୍ୟରେ ଥିବା ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ଗୋଟିଏ ପ୍ରକାର ପ୍ରଶ୍ନପତ୍ରରେ ପରୀକ୍ଷା ଦେବେ। ଏହାସହ ଗୋଟିଏ ସମୟରେ ପରୀକ୍ଷା ହେବ। ଆସନ୍ତା ମାସ ହେବାକୁ ଥିବା ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷାରେ ଏହି ବ୍ୟବସ୍ଥା ଲାଗୁ ହେବ। ଏନେଇ ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି।
ପୂର୍ବରୁ ଜିଲ୍ଲାସ୍ତରରେ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଉଥିଲା। ଭିନ୍ନ ଭିନ୍ନ ଜିଲ୍ଲାରେ ପ୍ରଶ୍ନପତ୍ର ଅଲଗା ହେଉଥିଲା। କିଛି ଜିଲ୍ଲାରେ ସହଜ ପ୍ରଶ୍ନ ପତ୍ର ହେଉ ଥିବା ନେଇ ଆପତ୍ତି ଓ ଅଭିଯୋଗ ହେଉଥିଲା। ଏବେ ସମାନ ପ୍ରଶ୍ନପତ୍ରରେ ପରୀକ୍ଷା ହେବା ପରେ ଜିଲ୍ଲାସ୍ତରରେ ଖାତା ମୂଲ୍ୟାୟନ ହେବ। ସବୁ ଛାତଛାତ୍ରୀ ଯେପରି ପରୀକ୍ଷାରେ ଭାଗ ନେବେ ସେ ଦିଗରେ ଡିପିସିମାନେ ଗୁରୁତ୍ୱ ଦେବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
୨୦୪୭ ମସିହା ସୁଦ୍ଧା ‘ସମସ୍ତଙ୍କ ପାଇଁ ବୀମା’
ଓଡ଼ିଶାରେ ବୀମାହାର ଜାତୀୟସ୍ତର ତୁଳନାରେ କମିଥିବାରୁ ୨୦୪୭ ସୁଦ୍ଧା ‘ସମସ୍ତଙ୍କ ପାଇଁ ବୀମା’ ଲକ୍ଷ୍ୟ ହାସଲ କରିବାକୁ ବୀମା କଭରେଜରେ ଉନ୍ନତି ଆଣିବା ନିମନ୍ତେ ରଣନୀତି ଉପରେ ଆଲୋଚନା ହୋଇଛି ।
Miscellaneous
ସରକାରୀ ଜମିରେ ତିଆରି ହୋଇଛି ବାବାଙ୍କ ବୈକୁଣ୍ଠ ଧାମ ଆଶ୍ରମ
ଭୁବନେଶ୍ୱର ଖଣ୍ଡଗିରି ପାଦ ଦେଶରେ ରହିଛି ବାବାଙ୍କ ବୈକୁଣ୍ଠ ଧାମ୍ ଆଶ୍ରମ। ଏଠାରେ କଳକୀରାମ ଶ୍ରୀଶ୍ରୀଶ୍ରୀ ସତ୍ୟ ଅନନ୍ତ ମାଧବ ପୂଜା ପାଉଛନ୍ତି। ପ୍ରବଚନ ଦେଉଛନ୍ତି। ଭକ୍ତଙ୍କୁ ଆଶୀର୍ବାଦ ଦେଉଛନ୍ତି।
Special
ଦୁଇ ଘଣ୍ଟା ବନ୍ଦ ହୋଇଥିଲା ହାର୍ଟ ବିଟ୍; ତଥାପି ପୁନର୍ଜନ୍ମ ପାଇଲେ ଯବାନ
ଏମ୍ସ ଡାକ୍ତର ଔଷଧ ଦେଇ ଶୁଭକାନ୍ତଙ୍କ ବିପି ବଢ଼ାଇବାକୁ ଚେଷ୍ଟା କରିଥିଲେ। ହେଲେ ହାର୍ଟ ବିଟ୍ କିନ୍ତୁ କମି ଚାଲିଥିଲା। ଏହାରି ଭିତରେ ହଠାତ ହୋଇଥିଲା କର୍ଡିଆକ୍ ଆରେଷ୍ଟ। ବନ୍ଦ ହୋଇଗଲା ହାର୍ଟ ବିଟ୍। ତେଣୁ ଡାକ୍ତର ତାଙ୍କୁ CPR ଦେବା ଆରମ୍ଭ କରିଥିଲେ।
Miscellaneous
ଆମ୍ବ ଟାକୁଆ ଖାଇବା ଘଟଣାରେ ଆଉ ଜଣଙ୍କର ମୃତ୍ୟୁ
ଆମ୍ବ ଟାକୁଆ ଖାଇ ଗୁରୁତର ଥିବା ଆଉ ଜଣେ ଏବେ ବି ଏସସିବିରେ ଚିକିତ୍ସାଧୀନ ଅଛନ୍ତି।
Politics
ବିଜେଡି ନେତା ଏନ୍. ଭାସ୍କର ରାଓଙ୍କୁ ମିଳିଲା ଆଶ୍ୱସ୍ତି
୨୦୧୩ ମସିହା ଡ଼ିସେମ୍ବର ୧୫ ତାରିଖରେ ରାୟଗଡା ଜିଲ୍ଲାର ବରିଷ୍ଠ ଆଦିବାସୀ ନେତା ଭାଗିରଥୀ ମାଣ୍ଡାଙ୍ଗୀ ହଠାତ୍ ନିଖୋଜ ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ମୃତଦେହ ଆନ୍ଧ୍ରପ୍ରଦେଶରୁ ମିଳିଥିଲା।