ଶିଶୁ ମଡ଼କ ଘଟଣା: ଆଜି ନଗଡ଼ା ଯିବ ମହିଳା କଂଗ୍ରେସର ପ୍ରତିନିଧି ଦଳ

ଯାଜପୁର: ଯାଜପୁର ଜିଲ୍ଲା ନଗଡ଼ା ଶିଶୁ ମୃତ୍ୟୁ ଘଟଣାର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଆଜି ମହିଳା କଂଗ୍ରେସର ଏକ ସାତ ଜଣିଆ ଟିମ୍‌ ସେଠାକୁ ଯିବ। ଏହି ଟିମ୍‌  ଗାଁ ଲୋକଙ୍କ ସହ ଭେଟି ସେମାନଙ୍କର ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରିବ। ଗତକାଲି ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ  ନଗଡ଼ା ଯାଇଥିଲେ।  ଏହି ଦଳରେ ପୂର୍ବତନ ମନ୍ତ୍ରୀ ସମୀର ଦେ,  ପୂର୍ବତନ  ବିଧାୟିକା ସଞ୍ଚିତା ମହାନ୍ତି, ବିଧାୟକ ରବି ନାୟକ, ଶିଶିର ଗମାଙ୍ଗ, […]

CONGRESS

Rakesh Mallick
  • Published: Tuesday, 19 July 2016
  • , Updated: 19 July 2016, 01:16 PM IST

ଯାଜପୁର: ଯାଜପୁର ଜିଲ୍ଲା ନଗଡ଼ା ଶିଶୁ ମୃତ୍ୟୁ ଘଟଣାର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଆଜି ମହିଳା କଂଗ୍ରେସର ଏକ ସାତ ଜଣିଆ ଟିମ୍‌ ସେଠାକୁ ଯିବ। ଏହି ଟିମ୍‌  ଗାଁ ଲୋକଙ୍କ ସହ ଭେଟି ସେମାନଙ୍କର ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରିବ।

ଗତକାଲି ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ  ନଗଡ଼ା ଯାଇଥିଲେ।  ଏହି ଦଳରେ ପୂର୍ବତନ ମନ୍ତ୍ରୀ ସମୀର ଦେ,  ପୂର୍ବତନ  ବିଧାୟିକା ସଞ୍ଚିତା ମହାନ୍ତି, ବିଧାୟକ ରବି ନାୟକ, ଶିଶିର ଗମାଙ୍ଗ, ପ୍ରଦୀପ ପୁରୋହିତ, ସମୀର ମହାନ୍ତି, ଦିଲ୍ଲୀପ ମଲ୍ଲିକ୍ ଓ ସୁକୋଇ ଓରାମ ସାମିଲ ଥିଲେ। ନଗଡ଼ାରେ ଶିଶୁ ମୃତ୍ୟୁ ଘଟଣା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ଅପାରଗତାକୁ  ବିଜେପି  ନେତାମାନେ ଦାୟୀ କରିଥିଲେ।

ନଗଡ଼ାରେ ୧୮ ଜଣ ଶିଶୁଙ୍କ ମୃତ୍ୟୁ ଘଟଣା ପରେ ଉକ୍ତ ଅଞ୍ଚଳର ସାମୁହିକ ବିକାଶ ପାଇଁ ସରକାର ଏକ ଟାସ୍କଫୋର୍ସ ଗଠନ କରିବାକୁ ନିଷ୍ପତ୍ତି ନେଇଥିବା ଗତକାଲି ଉନ୍ନୟନ କମିଶନର  ଆର. ବାଲକ୍ରିଷ୍ଣନ୍ ଏ ସୂଚନା ଦେଇଥିଲେ।

Related story