ବିଜେପି ହଟାଇବାକୁ ୟେଚୁରୀଙ୍କ ଆହ୍ୱାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସିପିଆଇଏମ୍‌ର ବିଜେପି ହଟାଅ ଅଭିଯାନ। ଦଳର ପ୍ରମୁଖ ଏଜେଣ୍ଡା ହେଉଛି, ୨୦୧୯ ସାଧାରଣ ନିର୍ବାଚନରେ ବିଜେପିକୁ କ୍ଷମତାଚ୍ୟୁତ କରିବା। କିନ୍ତୁ କଂଗ୍ରେସ ସହ କୌଣସି ରାଜନୈତିକ ମଞ୍ଚରେ ସିପିଆଇଏମ୍‌ର ଏକାଠି ହେବନି। ଏଥିପାଇଁ କଂଗ୍ରେସକୁ ଛାଡ଼ି ସବୁ ବିରୋଧୀ ଏକଜୁଟ୍ ହେବା ପାଇଁ ଆହ୍ୱାନ ଦେଇଛନ୍ତି ସିପିଆଇଏମ୍‌ ମହାସଚିବ ସୀତାରାମ ୟେଚୁରୀ। ୟେଚୁରୀ କହିଥିଲେ-“ବିଜେପି ହଟାଓ ଅଭାନରେ ବିଜେଡି ସହଯୋଗ କରିବା ଦରକାର। କିନ୍ତୁ କଂଗ୍ରେସ ସହ କୌଣସି ରାଜନୈତିକ ମଞ୍ଚରେ ସିପିଆଇଏମ୍‌ […]

CPI(M) general secretary Sitaram Yechury

Rakesh Mallick
  • Published: Friday, 11 May 2018
  • , Updated: 11 May 2018, 10:12 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସିପିଆଇଏମ୍‌ର ବିଜେପି ହଟାଅ ଅଭିଯାନ। ଦଳର ପ୍ରମୁଖ ଏଜେଣ୍ଡା ହେଉଛି, ୨୦୧୯ ସାଧାରଣ ନିର୍ବାଚନରେ ବିଜେପିକୁ କ୍ଷମତାଚ୍ୟୁତ କରିବା। କିନ୍ତୁ କଂଗ୍ରେସ ସହ କୌଣସି ରାଜନୈତିକ ମଞ୍ଚରେ ସିପିଆଇଏମ୍‌ର ଏକାଠି ହେବନି। ଏଥିପାଇଁ କଂଗ୍ରେସକୁ ଛାଡ଼ି ସବୁ ବିରୋଧୀ ଏକଜୁଟ୍ ହେବା ପାଇଁ ଆହ୍ୱାନ ଦେଇଛନ୍ତି ସିପିଆଇଏମ୍‌ ମହାସଚିବ ସୀତାରାମ ୟେଚୁରୀ।

ୟେଚୁରୀ କହିଥିଲେ-“ବିଜେପି ହଟାଓ ଅଭାନରେ ବିଜେଡି ସହଯୋଗ କରିବା ଦରକାର। କିନ୍ତୁ କଂଗ୍ରେସ ସହ କୌଣସି ରାଜନୈତିକ ମଞ୍ଚରେ ସିପିଆଇଏମ୍‌ ଏକାଠି ହେବନି। ଆଗାମୀ ନିର୍ବାଚନରେ ବିରୋଧୀଙ୍କ ଭୋଟ ଯେପରି ବିଭାଜିତ ନହୁଏ ତା’ଉପରେ ଗୁରୁତ୍ୱ ଦିଆଯିବ। ନିର୍ବାଚନ ପୂର୍ବରୁ ନୁହେଁ, ଦେଶରେ ନିର୍ବାଚନ ପରେ ହିଁ ସବୁବେଳେ ମେଣ୍ଟ ଗଠନ ହୋଇଥିବାର ନଜିର ରହିଛି। ଯେମିତି ୧୯୯୬ ମସିହାରେ ୟୁନାଇଟେଡ୍‌ ଫ୍ରଣ୍ଟ ଗଠନ କରାଯାଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ହୋଇଥିଲେ ଦେବ ଗୌଡ଼ା। ସେହିପରି ୨୦୦୪ ମସିହାରେ ଗଠନ କରାଯାଇଥିଲା ୟୁପିଏ ସରକାର। ନିର୍ବାଚନ ପରେ ହିଁ ୟୁପିଏ ଗଠନ ହୋଇଥିଲା। କୌଣସି ପରିସ୍ଥିତିରେ ନିର୍ବାଚନ ପୂର୍ବରୁ ମେଣ୍ଟ ଗଠନ ହୋଇନି।”

ସେପଟେ ୟେଚୁରୀଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି। ଦଳ ବିଜେପି ଓ କଂଗ୍ରେସଠାରୁ ସମଦୂରତା ନୀତିରେ କାଏମ୍ ଥିବା  କହିଛନ୍ତି ବିଜେଡି ମୁଖପାତ୍ର ରବିନାରାୟଣ ନନ୍ଦ। ତେବେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ଦଳ ସଭାପତି ନେବେ ବୋଲି ସେ ସ୍ପଷ୍ଟ କରିଛନ୍ତି। ସେପଟେ ବାମପନ୍ଥୀଙ୍କ ଗୋଟିଏ ପରେ ଗୋଟିଏ ଗଡ଼ ଭୁଶୁଡୁ ଥିବାରୁ ହତାଶ ହୋଇ ୟେଚୁରୀ ଏମିତି କହୁଛନ୍ତି। ଆଗାମୀ ନିର୍ବାଚନରେ ଶେଷ ଗଡ଼ କେରଳରେ ମଧ୍ୟ କ୍ଷମତା ପରିବର୍ତ୍ତନ ହେବ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀ।

Related story