ଆଜି ଦେବ ଦମ୍ପତିଙ୍କ ବିବାହ; ଚଳଚଞ୍ଚଳ ସମ୍ବଲପୁର ସହର

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ଶୀତଳଷଷ୍ଠୀ ଯାତ୍ରା ପାଇଁ ଚଳଚଞ୍ଚଳ ସମ୍ବଲପୁର ସହର। ଆଜି ହେଉଛି ଦେବ ଦମ୍ପତିଙ୍କ ବିବାହ। ଦେବ ଦେବ ମହାଦେବ ଆଜି ମା’ ପାର୍ବତୀଙ୍କ ହାତ ଧରିବେ। ପରମ୍ପରା ଅନୁସାରେ, ଆଜି ରାତିରେ ବିଭିନ୍ନ ଶିବାଳୟରୁ ଭୋଲାବାବା ବରବେଶ ସାଜି ବିବାହ ଶୋଭାଯାତ୍ରାରେ ବାହାରିବେ। ବାଜା, ବାଣ ସହ ବରଯାତ୍ରୀଙ୍କୁ ସାଙ୍ଗରେ ଧରି କନ୍ୟା ଘରକୁ ଯିବେ। ସେଠାରେ ରୀତିନୀତିରେ ସମ୍ପନ୍ନ ହେବ ବିବାହ। ତେବେ ଲକ୍‌ଡାଉନ ପାଇଁ ଏଥର ସମ୍ପୂର୍ଣ୍ଣ ନିରାଡମ୍ବର ଭାବରେ […]

777

Tapaswini Nayak
  • Published: Wednesday, 27 May 2020
  • , Updated: 27 May 2020, 08:34 AM IST

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ଶୀତଳଷଷ୍ଠୀ ଯାତ୍ରା ପାଇଁ ଚଳଚଞ୍ଚଳ ସମ୍ବଲପୁର ସହର। ଆଜି ହେଉଛି ଦେବ ଦମ୍ପତିଙ୍କ ବିବାହ। ଦେବ ଦେବ ମହାଦେବ ଆଜି ମା’ ପାର୍ବତୀଙ୍କ ହାତ ଧରିବେ। ପରମ୍ପରା ଅନୁସାରେ, ଆଜି ରାତିରେ ବିଭିନ୍ନ ଶିବାଳୟରୁ ଭୋଲାବାବା ବରବେଶ ସାଜି ବିବାହ ଶୋଭାଯାତ୍ରାରେ ବାହାରିବେ। ବାଜା, ବାଣ ସହ ବରଯାତ୍ରୀଙ୍କୁ ସାଙ୍ଗରେ ଧରି କନ୍ୟା ଘରକୁ ଯିବେ। ସେଠାରେ ରୀତିନୀତିରେ ସମ୍ପନ୍ନ ହେବ ବିବାହ। ତେବେ ଲକ୍‌ଡାଉନ ପାଇଁ ଏଥର ସମ୍ପୂର୍ଣ୍ଣ ନିରାଡମ୍ବର ଭାବରେ ଏହି ଉତ୍ସବ ସମ୍ପନ୍ନ ହେବ।

ଏଥିନିମନ୍ତେ ଗତକାଲି ଗୁଆଗୁଣ୍ଡା ନୀତି ଅନୁଷ୍ଠିତ ହୋଇଯାଇଛି।  ଶିବ ବିବାହ ପାଇଁ ମନ୍ଦିର ମନ୍ଦିର ବୁଲି ହନୁମାନ ଗୁଆଗୁଣ୍ଡା ଦେଇ ଦେବତାମାନଙ୍କୁ ନିମନ୍ତ୍ରଣ ଦେବାର ପରମ୍ପରା ଥାଏ। ପ୍ରତି ବର୍ଷ ଏହି ପର୍ବ ବହୁ ଆଡମ୍ବର ସହକାରେ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ କରୋନା କଟକଣା ଯୋଗୁ କେବଳ ବିଧି ଅନସାରେ ସବୁ ରୀତିନୀତି ହୋଇଯାଇଛି।

Related story