ସ୍ୱାସ୍ଥ୍ୟ ବିଭାଗର ୬ ନିର୍ଦ୍ଦେଶାଳୟରେ ନୂଆ ନିର୍ଦ୍ଦେଶକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ସ୍ୱାସ୍ଥ୍ୟ ବିଭାଗର ୬ଟି ନିର୍ଦ୍ଦେଶାଳୟରେ ନୂଆ ନିର୍ଦ୍ଦେଶକଙ୍କୁ ନିଯୁକ୍ତି ଦେଇଛନ୍ତି। ୫ଜଣ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ(ସିଡିଏମଓ)ଙ୍କୁ ନିର୍ଦ୍ଦେଶକ ପାହ୍ୟାକୁ ପଦୋନ୍ନତି ଦେଇ ବିଭିନ୍ନ ନିର୍ଦ୍ଦେଶାଳୟକୁ ବଦଳି କରିଥିବାବେଳେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡଃ ହରପ୍ରସାଦ ପଟ୍ଟନାୟକଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ ମାଲକାନଗିରି ସିଡିଏମଓ ଡଃ ଅଜିତ କୁମାର ମହାନ୍ତିଙ୍କୁ ଜନସ୍ୱାସ୍ଥ୍ୟ […]

ALLOCATION-FOR-EDUCATION-SLASHED-WHILE-BUDGET-FOR-HEALTH-SECTOR-REMAIN-THE-SAME

Manoranjan Sial
  • Published: Saturday, 06 July 2019
  • , Updated: 06 July 2019, 09:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ସ୍ୱାସ୍ଥ୍ୟ ବିଭାଗର ୬ଟି ନିର୍ଦ୍ଦେଶାଳୟରେ ନୂଆ ନିର୍ଦ୍ଦେଶକଙ୍କୁ ନିଯୁକ୍ତି ଦେଇଛନ୍ତି। ୫ଜଣ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ(ସିଡିଏମଓ)ଙ୍କୁ ନିର୍ଦ୍ଦେଶକ ପାହ୍ୟାକୁ ପଦୋନ୍ନତି ଦେଇ ବିଭିନ୍ନ ନିର୍ଦ୍ଦେଶାଳୟକୁ ବଦଳି କରିଥିବାବେଳେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡଃ ହରପ୍ରସାଦ ପଟ୍ଟନାୟକଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ ମାଲକାନଗିରି ସିଡିଏମଓ ଡଃ ଅଜିତ କୁମାର ମହାନ୍ତିଙ୍କୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଥିବାବେଳେ ଭଦ୍ରକ ସିଡିଏମଓ ବାରିଶ କୁମାର ଦାସଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ, ସୋନପୁର ସିଡିଏମଓ ଡଃ ସରୋଜ କୁମାର ନାୟକଙ୍କୁ ପରିବାର କଲ୍ୟାଣ ନିର୍ଦ୍ଦେଶକ, ସୁନ୍ଦରଗଡ଼ ସିଡିଏମଓ ଡଃ ଦିଲ୍ଲୀପ କୁମାର ଷଡ଼ଙ୍ଗୀଙ୍କୁ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ, ବରଗଡ଼ ସିଡିଏମଓ ଡଃ ନନ୍ଦକିଶୋର ପାଢ଼ୀଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ସେହିପରି ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଡଃ ସୁଶୀଲ କୁମାର କରଙ୍କୁ ନର୍ସିଂ ନିର୍ଦ୍ଦେଶକ, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡଃ ବିଜୟଲକ୍ଷ୍ମୀ ଗୁରୁଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ଏବଂ ଡଃ ମାନସରଞ୍ଜନ ସାମନ୍ତରାୟଙ୍କୁ ବ୍ଲଡ ସେଫଟି ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି।

Related story