ବାଇକ୍‌ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଓଲଟି ପଡ଼ିଲା ଅଟୋ, ଭିତରେ ଥିଲେ ୭ ଜଣ

କୋରାପୁଟ(ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ଅନ୍ତର୍ଗତ ୨୬ ନମ୍ବର ଜାତୀୟ ରାଜପଥ କୁତୁଗାଁ ଛକ ନିକଟରେ ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହେବାରୁ ୬ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ଅଟୋଟି (ଓଡି ୧୦ ପି ୭୩୪୮) ସେମିଲିଗୁଡା ଠାରୁ କୁନ୍ଦୁଲି ହାଟପଦା ଯାଉଥିଲା। ଏହି ସମୟରେ କୁତୁଗାଁ  ନିର୍ମାଣାଧୀନ ଡିଗ୍ରୀ କଲେଜ ପଟୁ ଦ୍ରୁତ ଗତିରେ ଏକ ବାଇକ ରାସ୍ତା ମଝିକୁ ଆସିଯିବା ଫଳରେ ସେହି ବାଇକ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଅଟୋ ଓଲଟି […]

6vb-9

Tapas Behera
  • Published: Tuesday, 02 February 2021
  • , Updated: 02 February 2021, 10:36 PM IST

କୋରାପୁଟ(ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ଅନ୍ତର୍ଗତ ୨୬ ନମ୍ବର ଜାତୀୟ ରାଜପଥ କୁତୁଗାଁ ଛକ ନିକଟରେ ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହେବାରୁ ୬ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ଅଟୋଟି (ଓଡି ୧୦ ପି ୭୩୪୮) ସେମିଲିଗୁଡା ଠାରୁ କୁନ୍ଦୁଲି ହାଟପଦା ଯାଉଥିଲା। ଏହି ସମୟରେ କୁତୁଗାଁ  ନିର୍ମାଣାଧୀନ ଡିଗ୍ରୀ କଲେଜ ପଟୁ ଦ୍ରୁତ ଗତିରେ ଏକ ବାଇକ ରାସ୍ତା ମଝିକୁ ଆସିଯିବା ଫଳରେ ସେହି ବାଇକ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଅଟୋ ଓଲଟି ପଡିଥିଲା । ଫଳରେ ଅଟୋରେ ଥିବା ୭ ଜଣଙ୍କ ମଧ୍ୟରୁ ୬ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ କୁନ୍ଦୁଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କ ମଧ୍ୟରୁ  ହାଟପଦା ସ୍କୁଲ ଶିକ୍ଷୟତ୍ରୀ ସବିତା ସରକାର (୫୫)ଙ୍କର ସ୍ଥିତି ଗମ୍ଭୀର ଥିବାରୁ ତାଙ୍କୁ କୋରାପୁଟ  ସହିଦ ଲକ୍ଷ୍ମଣ ନାୟକ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

Related story