ମାଆଙ୍କୁ ଖୋଜୁଥିଲା ଝିଅ, ୮ ବର୍ଷ ପରେ ମିଳିଲା ମାଟି ତଳୁ କଙ୍କାଳ

ସମ୍ୱଲପୁର (ସଞ୍ଜୟ ଜେନା): ବାହାଘର କାର୍ଡ ବାଣ୍ଟିବାକୁ ଯାଇ ମାଆ ନିଖୋଜ ହୋଇଯାଇଥିଲେ। ଆଉ ଏପଟେ ମାଆକୁ ଖୋଜୁଥିଲା ଝିଅ। ପୁଲିସ ପାଖରେ ଏତଲା ଦେବାକୁ ଯାଇ ବିଜୟିନୀ ମିଶ୍ରଙ୍କୁ ନାନା ଅପବାଦ ଶୁଣିବାକୁ ମଧ୍ୟ ପଡ଼ିଥିଲା। କିନ୍ତୁ ସେ ହାର ମାନିନଥିଲେ। ଅନ୍ୟାୟ ଓ ଅପବାଦ ବିରୋଧରେ ଦୀର୍ଘ ୮ ବର୍ଷର ଅବିଶ୍ରାନ୍ତ ସଂଘର୍ଷ ପରେ ତାଙ୍କୁ ମିଳିଛି ନ୍ୟାୟ। ମାଆ ଜୟଶ୍ରୀ ମିଶ୍ରଙ୍କ ହତ୍ୟାକାରୀକୁ ଧରିଲା ପୁଲିସ। ଆଉ ମାଟି ତଳୁ ଉଦ୍ଧାର ହେଲା […]

sambalpur

sambalpur

Manoranjan Sial
  • Published: Friday, 26 July 2019
  • Updated: 26 July 2019, 08:09 PM IST

Sports

Latest News

ସମ୍ୱଲପୁର (ସଞ୍ଜୟ ଜେନା): ବାହାଘର କାର୍ଡ ବାଣ୍ଟିବାକୁ ଯାଇ ମାଆ ନିଖୋଜ ହୋଇଯାଇଥିଲେ। ଆଉ ଏପଟେ ମାଆକୁ ଖୋଜୁଥିଲା ଝିଅ। ପୁଲିସ ପାଖରେ ଏତଲା ଦେବାକୁ ଯାଇ ବିଜୟିନୀ ମିଶ୍ରଙ୍କୁ ନାନା ଅପବାଦ ଶୁଣିବାକୁ ମଧ୍ୟ ପଡ଼ିଥିଲା। କିନ୍ତୁ ସେ ହାର ମାନିନଥିଲେ। ଅନ୍ୟାୟ ଓ ଅପବାଦ ବିରୋଧରେ ଦୀର୍ଘ ୮ ବର୍ଷର ଅବିଶ୍ରାନ୍ତ ସଂଘର୍ଷ ପରେ ତାଙ୍କୁ ମିଳିଛି ନ୍ୟାୟ। ମାଆ ଜୟଶ୍ରୀ ମିଶ୍ରଙ୍କ ହତ୍ୟାକାରୀକୁ ଧରିଲା ପୁଲିସ। ଆଉ ମାଟି ତଳୁ ଉଦ୍ଧାର ହେଲା ତାଙ୍କର ମୃତଦେହର ଅବଶେଷ।

ସମ୍ବଲପୁର ନନ୍ଦପଡ଼ାର ଜୟଶ୍ରୀ ମିଶ୍ର ୨୦୧୧ ମସିହା ଅକ୍ଟୋବର ୧୩ ତାରିଖରେ ବଡ଼ ଝିଅର ବିବାହ କାର୍ଡ ବାଣ୍ଟିବା ପାଇଁ ଯାଇଥିଲେ। ହେଲେ ସେ ଘରକୁ ଫେରିନଥିଲେ। ମାଆ ଘରକୁ ନଫେରିବାରୁ ଝିଅ ବିଜୟିନୀ ବିଚଳିତ ହୋଇ ପଡ଼ିଥିଲେ। ପରେ ସେ ଏନେଇ ଟାଉନଥାନାରେ ଏତଲା ଦେଇଥିଲେ। ତାଙ୍କ ମାଆଙ୍କୁ ବସନ୍ତ ପଣ୍ଡା ନାମକ ଜଣେ ସମ୍ପର୍କୀୟ ହତ୍ୟା କରିଥିବା ଏତଲାରେ ସନ୍ଦେହ କରିଥିଲେ ବିଜୟିନୀ। ହେଲେ ପୁଲିସ ମାମଲା ରୁଜୁ କରି ଘଟଣାର ଖୋଳତାଡ଼ କରିବା ପରିବର୍ତ୍ତେ ସେ କାହା ସହ ପଳାଇ ଯାଇଥିବା ଦର୍ଶାଇ ଏକ ଷ୍ଟେସନ୍ ଡାଏରୀ କରି ଚୁପ୍‌ ବସି ଯାଇଥିଲା। ବିଜୟିନୀଙ୍କ ବାରମ୍ବାର ଗୁହାରି ପରେ ମଧ୍ୟ ପୁଲିସ ଭୃକ୍ଷେପ କରିନଥିଲା।

ଘଟଣାକ୍ରମରେ ବିଜୟିନୀ ଜବାହଲାଲ୍‌ ନେହରୁ ବିଶ୍ୱବିଦ୍ୟାଳୟ (JNU)ରେ ଉଚ୍ଚଶିକ୍ଷା ପାଇଁ ଦିଲ୍ଲୀ ଚାଲିଯାଇଥିଲେ। କିନ୍ତୁ ନ୍ୟାୟ ପାଇଁ ଜାରି ରଖିଥିଲେ ସଂଘର୍ଷ। ଥାନା ଅଧିକାରୀଙ୍କଠୁ ଏସ୍‌ପି, ଡିଆଇଜିଙ୍କୁ ଭେଟି ନ୍ୟାୟ ପାଇଁ ଗୁହାରି କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ। ଶେଷରେ କୋର୍ଟରେ ପିଟିସନ ଦାଖଲ କରିଥିଲେ ବିଜୟିନୀ। ଗତ ୧୭ ତାରିଖରେ ଡିଜିପିଙ୍କୁ ଜଣାଇବା ପରେ ସମ୍ବଲପୁର ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଥିଲା। ଆଉ ହତ୍ୟା ପରଠୁ ଆତ୍ମଗୋପନ କରି ରହୁଥିବା ଅଭିଯୁକ୍ତ ବସନ୍ତ ପଣ୍ଡାଙ୍କୁ ଗିରଫ କରି ପୁଲିସ ଖୋଳତାଡ଼ କରିବା ପରେ ଘଟଣା ଉପରୁ ପର୍ଦ୍ଦା ଉଠିଥିଲା। ଚୈତନ୍ୟ କଅଁର ନାମକ ଜଣେ ସହଯୋଗୀକୁ ୨୦୦ ଟଙ୍କା ପାରିଶ୍ରମିକ ଦେଇ ଗାତ ଖୋଳାଇଥିଲେ ବସନ୍ତ। ପରେ ସେହି ଗାତରେ ଜୟଶ୍ରୀଙ୍କୁ ପୋତିଦେଇ ବସନ୍ତ ହରିଦ୍ୱାର ଚାଲି ଯାଇଥିଲେ।

ଅଭିଯୁକ୍ତଙ୍କ ବୟାନ ଆଧାରରେ ବଡ଼ସିଂହାର ଅଞ୍ଚଳରେ ଜେସିବି ଲଗାଇ ପୁଲିସ ଖୋଳିଥିଲା। ଘଟଣାସ୍ଥଳରେ ଉପସ୍ଥିତ ଥିଲେ ପୁଲିସ, ମାଜିଷ୍ଟ୍ରେଟ୍ ଓ ସାଇଣ୍ଟିଫିକ୍ ଟିମ୍। ଏପଟେ ମାଆଙ୍କ ମୃତଦେହର ଅବଶେଷକୁ ଗୋଟି ଗୋଟି କରି ଗୋଟାଇଥିଲେ ଝିଅ ବିଜୟିନୀ। କାରଣ ୨୦୧୧ରେ ତାଙ୍କ ମାଆଙ୍କୁ ହତ୍ୟା ପରେ ଏଠି ହିଁ ପୋତିଦେଇଥିଲା ହତ୍ୟାକାରୀ। ସମସ୍ତ ପ୍ରମାଣ ଓ ତଥ୍ୟ ପାଇବା ପରେ ୮ ବର୍ଷ ପରେ ଆଜି ନମୂନା ସଂଗ୍ରହ କରିଛି ପୁଲିସ।

ତେବେ କାହିଁକି ଓ କେଉଁ ପରିସ୍ଥିତିରେ ଜୟଶ୍ରୀଙ୍କୁ ହତ୍ୟା କଲା ବସନ୍ତ ? ଏଭଳି ଏକ ସ୍ପର୍ଶକାତର ମାମଲାକୁ ପୁଲିସ କାହିଁକି ଚାପିଦେଇଥିଲା ୮ ବର୍ଷ ଧରି ? ଏହାପଛରେ ରହିଛି ମିଳିତ ଷଡ଼ଯନ୍ତ୍ର ନା ପୁଲିସର ଅପାରଗପଣିଆ? ତାକୁ ନେଇ ଏବେ ନାନା ପ୍ରଶ୍ନ ଉଠିଥିବା ବେଳେ ଘଟଣାର ଖୋଳତାଡ଼ ଜାରି ରଖିଛି ପୁଲିସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story