ବାଘ ଛାଲ ଜବତ, ୩ ଗିରଫ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌ ଏକ ୭ ଫୁଟ୍‌ ଲମ୍ବ କଲରାପତରିଆ ବାଘ ଛାଲ ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ- ରମଣୀସେନ ବେହେରା, ଯଜ୍ଞଦତ୍ତ ବେହେରା ଓ ସଚିକାନ୍ତ ନାୟକ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ଜେଲ୍ ବିଭାଗ କର୍ମଚାରୀଙ୍କ ପୁଅ ବୋଲି ସୂଚନା ମିଳିଛି। ଏ ସମସ୍ତଙ୍କ ଘର ଦେବଗଡ଼ ଅଞ୍ଚଳରେ ବୋଲି ଜଣାପଡ଼ିଛି। ରମଣୀସେନ ଏହି ମାମଲାର ମାଷ୍ଟର ମାଇଣ୍ଡ। ବାଘ ଛାଲଟିକୁ […]

tiger

Jyoshna Pradhan
  • Published: Friday, 21 June 2019
  • , Updated: 21 June 2019, 02:53 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌ ଏକ ୭ ଫୁଟ୍‌ ଲମ୍ବ କଲରାପତରିଆ ବାଘ ଛାଲ ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତମାନେ ହେଲେ- ରମଣୀସେନ ବେହେରା, ଯଜ୍ଞଦତ୍ତ ବେହେରା ଓ ସଚିକାନ୍ତ ନାୟକ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ଜେଲ୍ ବିଭାଗ କର୍ମଚାରୀଙ୍କ ପୁଅ ବୋଲି ସୂଚନା ମିଳିଛି। ଏ ସମସ୍ତଙ୍କ ଘର ଦେବଗଡ଼ ଅଞ୍ଚଳରେ ବୋଲି ଜଣାପଡ଼ିଛି।

ରମଣୀସେନ ଏହି ମାମଲାର ମାଷ୍ଟର ମାଇଣ୍ଡ।

ବାଘ ଛାଲଟିକୁ ରାଉରକେଲାରେ ବିକ୍ରି କରିବା ପାଇଁ ଯୋଜନା କରାଯାଇଥିଲା ବୋଲି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ଡିଆଇଜି ଆଶିଷ ସିଂହ ସୂଚନା ଦେଇଛନ୍ତି। ପୂର୍ବରୁ ସମ୍ୱଲପୁର ଜିଲ୍ଲା କୁଚିଣ୍ଡାରୁ ୪ଟି ବାଘ ଛାଲ ଜବତ ସହ ୭ ଜଣଙ୍କୁ ଗିରଫ କରାଯାଇଥିଲା।

 

Related story