ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ସ୍କାଏ କିଙ୍ଗ ଟାଭେଲ୍ ଏଜେନ୍ସିରୁ ଠକେଇ ମାମଲାରେ ରିମାଣ୍ଡ ସରିବା ପରେ ଜେଲ୍ ଗଲେ ଆକାଶ ପାଠକ । ୪ ଦିନ ଧରି ତାଙ୍କୁ ପଚରାଉଚରା ପରେ ଆଜି SDJM କୋର୍ଟରେ ହାଜର କରାଯାଇଥିଲା । ମାମଲାରେ ଅଧିକ ତଦନ୍ତ ପାଇଁ ବାପା ଅଭୟକାନ୍ତ ପାଠକଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିଛି ପୁଲିସ। ଆସନ୍ତା ବୁଧବାର ଦିନ ଅଭୟକାନ୍ତ, ଆକାଶ ଏବଂ ଏହି ଲିଙ୍କରେ ଗିରଫ ସର୍ବେଶ୍ୱର ରାଓଙ୍କ ଜାମିନ୍ ଆବେଦନର ଶୁଣାଣି ହେବ ।
୪ ଦିନିଆ ରିମାଣ୍ଡରେ ଆକାଶଙ୍କଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ପୁଲିସ କହିଛି। ହେଲେ ଏହାକୁ ଖାରଜ କରିଛନ୍ତି ଆକାଶ । ଅଭିଯୋଗ ମୁତାବକ ସେ କୌଣସି ତଥ୍ୟ ମାନି ନଥିବା କୋର୍ଟ ପରିସରରେ ଗଣମାଧ୍ୟମକୁ କହିଛନ୍ତି। ସ୍କାଏ କିଙ୍ଗରୁ ୬୫ ଲକ୍ଷ ଟଙ୍କା ବାକି ଥିବା ଅଭିଯୋଗ ନେଇ ଥାନାରେ ମାମଲା ରୁଜୁ ହୋଇଛି।