ଭୁବନେଶ୍ୱର, ପୁରୀ, ଅନୁଗୋଳ ଓ ବାଲେଶ୍ୱରରେ ପ୍ରବଳ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ: ଦକ୍ଷିଣ ବାଂଲାଦେଶ ଓ ଏହାର ଆଖାପାଖ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହି ଘୁର୍ଣ୍ଣିବଳୟ ଓଡ଼ିଶା ଯାଏ ଲମ୍ବିଥିବା ଜଣାପଡ଼ିଛି। ଏହାର ପ୍ରଭାବରେ ଭୁବନେଶ୍ୱର, ବାଲେଶ୍ୱର, ପୁରୀ, ଅନୁଗୋଳ ଏବଂ ଚାନ୍ଦବାଲିରେ ଦିନେ ଦୁଇ ଦିନ ପ୍ରବଳ ବର୍ଷା ହେବ। ବେସରକାରୀ ପାଣିପାଗ ସଂସ୍ଥା ସ୍କାଏମେଟ ଏହି ଆକଳନ କରିଛି। ଏହାର ପ୍ରଭାବରେ ଆକାଶ ମେଘୁଆ ରହିବ। ଫଳରେ ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇବ ବୋଲି ସ୍କାଏମେଟ ସୂଚନା ଦେଇଛି। ଚଳିତ […]

rain

Subhransu Sekhar
  • Published: Friday, 14 June 2019
  • , Updated: 14 June 2019, 10:58 AM IST
ନୂଆଦିଲ୍ଲୀ: ଦକ୍ଷିଣ ବାଂଲାଦେଶ ଓ ଏହାର ଆଖାପାଖ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହି ଘୁର୍ଣ୍ଣିବଳୟ ଓଡ଼ିଶା ଯାଏ ଲମ୍ବିଥିବା ଜଣାପଡ଼ିଛି। ଏହାର ପ୍ରଭାବରେ ଭୁବନେଶ୍ୱର, ବାଲେଶ୍ୱର, ପୁରୀ, ଅନୁଗୋଳ ଏବଂ ଚାନ୍ଦବାଲିରେ ଦିନେ ଦୁଇ ଦିନ ପ୍ରବଳ ବର୍ଷା ହେବ। ବେସରକାରୀ ପାଣିପାଗ ସଂସ୍ଥା ସ୍କାଏମେଟ ଏହି ଆକଳନ କରିଛି। ଏହାର ପ୍ରଭାବରେ ଆକାଶ ମେଘୁଆ ରହିବ। ଫଳରେ ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇବ ବୋଲି ସ୍କାଏମେଟ ସୂଚନା ଦେଇଛି।
ଚଳିତ ସପ୍ତାହରେ ମୌସୁମୀ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି। ହେଲେ ଏହା ପୂର୍ବରୁ ଗୁରୁବାର ବିଳମ୍ୱିତ ରାତିରେ ବର୍ଷା ହେବା ପରେ ଗୁଳୁଗୁଳି ବଢ଼ିଛି କିନ୍ତୁ  ପ୍ରବଳ ଗରମରୁ କିଛି ପରିମାଣରେ ତ୍ରାହି ପାଇଛି ଓଡ଼ିଶା। ଗତ ୨୪ ଘଣ୍ଚା ମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସହିତ ଘଡ଼ଘଡ଼ି ମାରିଥିବା ଦେଖିବାକୁ ମିଳିଛି।
ଗୁରୁବାର ସକାଳ ୮ଟା ୩୦ରୁ ଭୁବନେଶ୍ୱରରେ ୪.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ପୁରୀରେ ୫.୭ ମିଲିମିଟର ଏବଂ ଗୋପାଲପୁରରେ ୧.୬ ମିଲିମିଟର ବର୍ଷା ହୋଇଛି।

Related story