ସ୍ମାର୍ଟସିଟି ପ୍ରସଙ୍ଗ: ଆସନ୍ତାକାଲି ଭୁବନେଶ୍ୱର, ରାଉରକେଲା ଲାଗି କେନ୍ଦ୍ରକୁ ପ୍ରକଳ୍ପ ରିପୋର୍ଟ ଦେବେ ରାଜ୍ୟ ସରକାର

ଭୁବନେଶ୍ୱର: ସ୍ମାର୍ଟ ସିଟି ହେବାକୁ ଥିବା ରାଜଧାନୀ ଭୁବନେଶ୍ୱର ଓ ରାଉରକେଲା ପାଇଁ ଆସନ୍ତାକାଲି ସୁଦ୍ଧା କେନ୍ଦ୍ର ନିକଟରେ ପ୍ରକଳ୍ପ ରିପୋର୍ଟ ଉପସ୍ଥାପନ କରିବେ ରାଜ୍ୟ ସରକାର। ଭୁବନେଶ୍ୱର ପାଇଁ ୪ହଜାର ୫୦୦ କୋଟି ଏବଂ ରାଉରକେଲା ପାଇଁ ୨ହଜାର ୩୪୧ କୋଟି ଟଙ୍କାର ପ୍ରୋଜେକ୍ଟ ପ୍ରସ୍ତୁତ ହୋଇଛି। ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବୈଠକରେ ସ୍ମାର୍ଟସିଟି ପ୍ରସଙ୍ଗରେ ବିଭିନ୍ନ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଭୁବନେଶ୍ୱର […]

smart city

Rakesh Mallick
  • Published: Monday, 14 December 2015
  • , Updated: 14 December 2015, 02:52 PM IST

ଭୁବନେଶ୍ୱର: ସ୍ମାର୍ଟ ସିଟି ହେବାକୁ ଥିବା ରାଜଧାନୀ ଭୁବନେଶ୍ୱର ଓ ରାଉରକେଲା ପାଇଁ ଆସନ୍ତାକାଲି ସୁଦ୍ଧା କେନ୍ଦ୍ର ନିକଟରେ ପ୍ରକଳ୍ପ ରିପୋର୍ଟ ଉପସ୍ଥାପନ କରିବେ ରାଜ୍ୟ ସରକାର। ଭୁବନେଶ୍ୱର ପାଇଁ ୪ହଜାର ୫୦୦ କୋଟି ଏବଂ ରାଉରକେଲା ପାଇଁ ୨ହଜାର ୩୪୧ କୋଟି ଟଙ୍କାର ପ୍ରୋଜେକ୍ଟ ପ୍ରସ୍ତୁତ ହୋଇଛି। ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବୈଠକରେ ସ୍ମାର୍ଟସିଟି ପ୍ରସଙ୍ଗରେ ବିଭିନ୍ନ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।

ଭୁବନେଶ୍ୱର ରିପୋର୍ଟରେ ବାଣୀବିହାର ଠାରୁ ବାପୁଜୀ ନଗରର ପର୍ଯ୍ୟନ୍ତ ଅଞ୍ଚଳକୁ ସ୍ମାର୍ଟ ଡିଷ୍ଟ୍ରିକଟରେ ସାମିଲ କରିବା ନେଇ ଉଲ୍ଲେଖ ରହିଛି। ସହରର ପରିମଳ, ପରିବହନ, ଟ୍ରାଫିକ ମ୍ୟାନେଜମେଣ୍ଟ, ଅତ୍ୟାଧୁନିକ ପାର୍କି, ୨୪ ଘଣ୍ଟିଆ ବିଜୁଳି ଓ ପାନୀୟ ଜଳର ସୁବିଧା, ବର୍ଯ୍ୟବସ୍ତୁ ପରିଚାଳନା, ୱାଇ-ଫାଇ ବ୍ୟବସ୍ଥା ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି। ସେହିପରି ରାଉରେକଲା ରିପୋର୍ଟରେ ଭିତ୍ତିଭୂମି ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ, ସ୍କିଲ ଡିଭଲପମେଣ୍ଟ ସେଣ୍ଟର ଉପରେ ଗୁରୁତ୍ୱ ଦିଆଯାଇଛି।

ଗତ କିଛିଦିନ ଧରି ସୋସିଆଲ ମିଡିଆରେ ସ୍ମାର୍ଟସିଟି ନେଇ ଭୁବନେଶ୍ୱରକୁ ସର୍ବାଧିକ ଲୋକପ୍ରିୟତା ମିଳିଛି। ଏଥିପାଇଁ ଅଭିନେତ୍ରୀ ଅର୍ଚ୍ଚିତା ଏବଂ ଆଥଲେଟ୍ ଅନୁରାଧା ବିଶ୍ୱାଳକୁ ଆମ୍ୱାସଡର କରାଯାଇଛି। ଏବେ ଏହି ଦୁଇ ସହରକୁ ଗ୍ରୀନ ସିଗନାଲ୍ ମିଳିବ କି ନାହିଁ ତାହା ଆଗକୁ ଜଣାପଡିବ।

Related story