ହାଓ୍ୱା ବଢୁଛି ପ୍ରଚାର ବି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ସ୍ମାର୍ଟ ହେଲଥ୍‌ କାର୍ଡ ଆଉ ଆଜି ସ୍ମାର୍ଟ ସ୍କୁଲ୍ ପଞ୍ଚାୟତ ନିର୍ବାଚନୀ ହାଓ୍ୱା ଯେତିକି ବଢୁଛି ପ୍ରଚାର ବି ସେତିକି ବେଗ ଧରୁଛି । ଆଜି ମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁର ହିଞ୍ଜିଳି ଓ ଶେରଗଡ ବ୍ଲକର ୫୦ଟି ସ୍କୁଲକୁ ସ୍ମାର୍ଟ ସ୍କୁଲ୍ ଭାବେ ଉଦଘାଟନ କରିଛନ୍ତି । ହିଞ୍ଜିଳିର ୨୩ଟି ଓ ଶେରଗଡର ୨୭ଟି ହାଇସ୍କୁଲକୁ ଫାଇଭ ଟି ହାଇସ୍କୁଲ୍ ଟ୍ରାନସ୍ଫରମେସନ୍ ଯୋଜନାରେ ବିକଶିତ କରାଯାଇଛି । ଏସବୁ ସ୍କୁଲରେ […]

6hm1

6hm1

Tapas Behera
  • Published: Saturday, 21 August 2021
  • Updated: 21 August 2021, 09:13 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ସ୍ମାର୍ଟ ହେଲଥ୍‌ କାର୍ଡ ଆଉ ଆଜି ସ୍ମାର୍ଟ ସ୍କୁଲ୍ ପଞ୍ଚାୟତ ନିର୍ବାଚନୀ ହାଓ୍ୱା ଯେତିକି ବଢୁଛି ପ୍ରଚାର ବି ସେତିକି ବେଗ ଧରୁଛି । ଆଜି ମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁର ହିଞ୍ଜିଳି ଓ ଶେରଗଡ ବ୍ଲକର ୫୦ଟି ସ୍କୁଲକୁ ସ୍ମାର୍ଟ ସ୍କୁଲ୍ ଭାବେ ଉଦଘାଟନ କରିଛନ୍ତି । ହିଞ୍ଜିଳିର ୨୩ଟି ଓ ଶେରଗଡର ୨୭ଟି ହାଇସ୍କୁଲକୁ ଫାଇଭ ଟି ହାଇସ୍କୁଲ୍ ଟ୍ରାନସ୍ଫରମେସନ୍ ଯୋଜନାରେ ବିକଶିତ କରାଯାଇଛି । ଏସବୁ ସ୍କୁଲରେ ଡିଜିଟାଲ ଓ ସ୍ମାର୍ଟ ବୋର୍ଡ ମାଧ୍ୟମରେ ଶିକ୍ଷାଦାନ କରାଯିବ । ଏନେଇ ଶିକ୍ଷକମାନଙ୍କୁ ତାଲିମ ମଧ୍ୟ ଦିଆଯାଇଛି । ସ୍କୁଲର ସ୍ୱତନ୍ତ୍ରତା ହେଲା ଶତ ପ୍ରତିଶତ ପାସ୍ ହାର । ସେହିପରି ଏ-ଓ୍ୱାନ୍ ଗ୍ରେଡ୍ ସଂଖ୍ୟା ବଢାଇବାକୁ ଲକ୍ଷ୍ୟ ରଖିଛନ୍ତି ସରକାର।  ୫ ଦିନ ଧରି ଚାଲିବ ଉଦ୍‌ଘାଟନୀ ଉତ୍ସବ । ପ୍ରତିଦିନ ୧୦ଟି ସ୍ମାର୍ଟ ସ୍କୁଲକୁ ଉଦଘାଟନ କରାଯିବ । ୫ ଦିନରେ ଶତାଧିକ ବିଧାୟକ ପର୍ଯ୍ୟାୟ କ୍ରମେ ହିଞ୍ଜିଳି ଯାଇ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗଦେବେ।

ବିରୋଧୀ କିନ୍ତୁ ଏହି ସ୍ମାର୍ଟ ସ୍କୁଲ ଥିଓରିକୁ ନେଇ ରାଜନୀତିର ଗନ୍ଧ ବାରିଲେଣି । ପ୍ରଶ୍ନ ଉଠିଛି ଏକାସଙ୍ଗେ ସ୍ମାର୍ଟ ସ୍କୁଲଗୁଡିକୁ ଭରଚୁଅାଲ୍ ମାଧ୍ୟମରେ ଉଦଘାଟନ ନକରି ୫ ଦିନ ଧରି ଉତ୍ସବ ପାଳନ ପଛର କାରଣ କଣ? ଖାଲି ସେତିକି ନୁହେଁ କରୋନା ସମୟରେ ପ୍ରତି ଉଦଘାଟନ ଉତ୍ସବରେ ମାଳ ମାଳ ବିଧାୟକ ଓ ମନ୍ତ୍ରୀ ଉପସ୍ଥିତ ରହିବା ପଛରେ କି ରହସ୍ୟ? ସ୍କୁଲରେ ଶିକ୍ଷକ ଅଭାବକୁ ପୂରଣ ନକରି ସ୍ମାର୍ଟ ସ୍କୁଲ୍ ଥିଓରି କାହିଁକି? ଏଭଳି ଅନେକ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ବିଜେଡି କିନ୍ତୁ ଏହାକୁ ବାଏଁ ବାଏଁ ରେ ଉଡାଇ ଦେଇଛି।

ଶାସକ ବିଜେଡିର ଫୋକସରେ ଏବେ ଶିକ୍ଷା ଆଉ ସ୍ୱାସ୍ଥ୍ୟ । କାରଣ ମହାମାରୀ ସମୟରେ ଏହି ଦୁଇ କ୍ଷେତ୍ର ଅଧିକ ପ୍ରଭାବିତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos