‘ମୋ ସ୍ମିତାରାଣୀଙ୍କୁ ମାରି ଦିଆଯାଇଛି’

ଯାଜପୁର(ଗୁଲାମ ଗସ୍‌)ଯାଜପୁର ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ଘନଉଛି ବିବାଦ। ଆତ୍ମହତ୍ୟା ନୁହେଁ, ପତ୍ନୀଙ୍କୁ ହତ୍ୟା କରାଯାଇଛି ବୋଲି ଆଜି ପୁଣି ଅଭିଯୋଗକୁ ଦୋହରାଇଛନ୍ତି ସ୍ମିତାରାଣୀଙ୍କ ସ୍ୱାମୀ। ପଞ୍ଚାୟତରେ ପିଏମ୍ଏୱାଇ ଏବଂ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ବେଆଇନ କାମ ପାଇଁ ତାଙ୍କୁ ଚାପ ପକାଯାଉଥିଲା । ଏନେଇ ବିବାଦ ଉପୁଜିବାରୁ ରାସ୍ତାରୁ ହଟାଇବା ପାଇଁ ଏକ ସୁଚିନ୍ତିତ ଷଡଯନ୍ତ୍ର ରଚାଯାଇଥାଇପାରେ ବୋଲି ଆଶଙ୍କା କରିଛନ୍ତି ସ୍ମିତାଙ୍କ ସ୍ମାମୀ । ତା’ସହ ପୋଲିସର ତଦନ୍ତ ପ୍ରକ୍ରିୟା […]

54320

54320

Tapas Behera
  • Published: Tuesday, 22 October 2019
  • Updated: 22 October 2019, 07:53 PM IST

ଯାଜପୁର(ଗୁଲାମ ଗସ୍‌)ଯାଜପୁର ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ଘନଉଛି ବିବାଦ। ଆତ୍ମହତ୍ୟା ନୁହେଁ, ପତ୍ନୀଙ୍କୁ ହତ୍ୟା କରାଯାଇଛି ବୋଲି ଆଜି ପୁଣି ଅଭିଯୋଗକୁ ଦୋହରାଇଛନ୍ତି ସ୍ମିତାରାଣୀଙ୍କ ସ୍ୱାମୀ। ପଞ୍ଚାୟତରେ ପିଏମ୍ଏୱାଇ ଏବଂ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ବେଆଇନ କାମ ପାଇଁ ତାଙ୍କୁ ଚାପ ପକାଯାଉଥିଲା । ଏନେଇ ବିବାଦ ଉପୁଜିବାରୁ ରାସ୍ତାରୁ ହଟାଇବା ପାଇଁ ଏକ ସୁଚିନ୍ତିତ ଷଡଯନ୍ତ୍ର ରଚାଯାଇଥାଇପାରେ ବୋଲି ଆଶଙ୍କା କରିଛନ୍ତି ସ୍ମିତାଙ୍କ ସ୍ମାମୀ । ତା’ସହ ପୋଲିସର ତଦନ୍ତ ପ୍ରକ୍ରିୟା ଉପରକୁ ମଧ୍ୟ ଅଙ୍ଗୁଳି ଉଠାଇଛନ୍ତି । ସେପଟେ ସ୍ମିତାରାଣୀଙ୍କୁ ନ୍ୟାୟ ଦାବି କରି କଲମଛାଡ଼ ଆନ୍ଦୋଳନକୁ ଓହ୍ଲାଇଛି ପିଇଓ ଏବଂ ଗ୍ରାମସେବକ ସଂଘ।

ପତ୍ନୀଙ୍କୁ ନ୍ୟାୟ ପାଇଁ ସ୍ୱାମୀଙ୍କ ଦାବି। ମୃତ ପିଇଓ ସ୍ମିତାରାଣୀଙ୍କ ସ୍ୱାମୀ ସୁଶିଳ ବିଶ୍ୱାଳ ଆଜି ମାନବାଧିକାର କମିଶନ ଏବଂ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ଭେଟିଛନ୍ତି।  ମୃତ୍ୟୁ ପଛର ସତ୍ୟାସତ୍ୟ ସାମ୍ନାକୁ ଆଣିବାକୁ ସେ ଦାବି କରିଛନ୍ତି।

ସୁଶିଳଙ୍କ ଅଭିଯୋଗ ହେଉଛି  ହରିଦାସପୁର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ବେଆଇନ କାମ କରିବାକୁ ପିଇଓ ସ୍ମିତାରାଣୀଙ୍କୁ ବାଧ୍ୟ କରୁଥିଲେ ସରପଞ୍ଚ ମଧୁସ୍ମିତା ଭଦ୍ର ଏବଂ ତାଙ୍କ ସ୍ୱାମୀ ରୂପେଶ ଭଦ୍ର । ଯାହାକୁ ନେଇ ସ୍ମିତାରାଣୀ ମାନସିକ ଚାପରେ ଥିଲେ ଏବଂ ଘଟଣାକ୍ରମରେ ତାଙ୍କୁ ହତ୍ୟା କରାଯାଇଛି । ତେବେ ଏସବୁ ଦିଗକୁ ଛାଡ଼ି ରୂପେଶଙ୍କ ସହ ପରକୀୟା ସମ୍ପର୍କ କଥା କହୁଥିବା ପୋଲିସ ଘଟଣାକୁ ଭିନ୍ନ ମୋଡ ଦେବାକୁ ଉଦ୍ୟମ କରୁଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ନ୍ୟାୟ ପାଇଁ ଡିଜିପିଙ୍କୁ ଭେଟିବାକୁ ଯାଇଥିଲେ ବି ସାକ୍ଷାତ ସମ୍ଭବ ହୋଇନଥିବା କହିଛନ୍ତି ସୁଶୀଳ।

ସେପଟେ କର୍ମକ୍ଷେତ୍ରରେ ଚାପ ପଡ଼ୁଥିବା କଥାକୁ ସ୍ୱୀକାର କରିଛନ୍ତି ଅନ୍ୟ ଜଣେ ପିଇଓ ତଥା ସ୍ମିତାରାଣୀଙ୍କ ପଡୋଶୀ । ହୁଏତ ସ୍ମିତାରାଣୀ ବି ଚାପରେ ଥିଲେ ବୋଲି ସେ ବି ଆଶଙ୍କା କରିଛନ୍ତି।  ଅପରପକ୍ଷେ ସ୍ମିତାଙ୍କୁ ନ୍ୟାୟ ପାଇଁ କଲମଛାଡ଼ ଆନ୍ଦୋଳନକୁ ଓହ୍ଲାଇଛି ଧର୍ମଶାଳା ବ୍ଲକ ନିଖିଳ ଉତ୍କଳ ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ସଂଘ ଓ ଗ୍ରାମସେବକ ସଂଘ । ତାସହ ସ୍ମିତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରି ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ସଂଘର ସଦସ୍ୟ । ଅପରପକ୍ଷେ ବିଡ଼ିଓ ମଧ୍ୟ ସ୍ମିତାଙ୍କ ମୃତ୍ୟୁ ପଛର ଅସଲ କାରଣ ସାମ୍ନାକୁ ଆସିବା ଦରକାର ବୋଲି କହିବା ସହ ସ୍ମିତାଙ୍କ ଉପରେ ଚାପ ସମ୍ପର୍କରେ ସେ ଜାଣିନଥିବା କହିଛନ୍ତି । ମୃତ୍ୟୁ ପଛରେ କାରଣ ଯାହା ଥାଉ ପଛେ, ତଦନ୍ତରେ ଯଦି ସ୍ୱଚ୍ଛ ଏବଂ ନିରପେକ୍ଷ ନରହିବ, ତେବେ ସ୍ମିତାଙ୍କ ମୃତ୍ୟୁ ବି ମିଷ୍ଟ୍ରି ହୋଇଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos