ଭୋଗ ନୀତିକୁ ନେଇ ପୂଜକଙ୍କ ଭିତରେ ଅସନ୍ତୋଷ

ବାରିପଦା (ମାଣିକଲାଲ ପାଣି): ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଆୟୋଜିତ ହେଉଛି ଶ୍ରୀଜିଉଙ୍କ ସ୍ନାନ ଯାତ୍ରା। ଅପରାହ୍ନରେ ହେବ ହାତୀ ବେଶ। ଭୋର ୪ଟାରୁ ପହଡ଼ ଭଙ୍ଗା ହେବା ପରେ ମଙ୍ଗଳ ଆଳତୀ ହୋଇଥିଲା। ତା’ପରେ ତିନିଠାକୁରଙ୍କୁ ଗୋଟି ପହଣ୍ଡିରେ ସ୍ନାନ ମଣ୍ଡପକୁ ଅଣାଯାଇଥିଲା। ସ୍ନାନମଣ୍ଡପରେ ବିଜେ ପରେ ୧୦୮ ଗରା ସୁବାସିତ ଜଳରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସ୍ନାନ କରାଯାଇଥିଲା। ତେବେ କରୋନା କଟକଣା ଯୋଗୁଁ ଭକ୍ତଙ୍କୁ ମନ୍ଦିର ପ୍ରବେଶ ପାଇଁ ବାରଣ କରାଯାଇଛି। ବାରିପଦା ବଡ଼ଦାଣ୍ଡକୁ ଲାଗିକରିଥିବା ସମସ୍ତ […]

baripada

Manoranjan Sial
  • Published: Friday, 05 June 2020
  • , Updated: 05 June 2020, 04:15 PM IST

ବାରିପଦା (ମାଣିକଲାଲ ପାଣି): ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଆୟୋଜିତ ହେଉଛି ଶ୍ରୀଜିଉଙ୍କ ସ୍ନାନ ଯାତ୍ରା। ଅପରାହ୍ନରେ ହେବ ହାତୀ ବେଶ। ଭୋର ୪ଟାରୁ ପହଡ଼ ଭଙ୍ଗା ହେବା ପରେ ମଙ୍ଗଳ ଆଳତୀ ହୋଇଥିଲା। ତା’ପରେ ତିନିଠାକୁରଙ୍କୁ ଗୋଟି ପହଣ୍ଡିରେ ସ୍ନାନ ମଣ୍ଡପକୁ ଅଣାଯାଇଥିଲା। ସ୍ନାନମଣ୍ଡପରେ ବିଜେ ପରେ ୧୦୮ ଗରା ସୁବାସିତ ଜଳରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସ୍ନାନ କରାଯାଇଥିଲା। ତେବେ କରୋନା କଟକଣା ଯୋଗୁଁ ଭକ୍ତଙ୍କୁ ମନ୍ଦିର ପ୍ରବେଶ ପାଇଁ ବାରଣ କରାଯାଇଛି।

ବାରିପଦା ବଡ଼ଦାଣ୍ଡକୁ ଲାଗିକରିଥିବା ସମସ୍ତ ରାସ୍ତା ସିଲ୍‌ କରାଯିବା ସହ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଅନ୍ୟପଟେ ଠାକୁରଙ୍କ ପାଇଁ ହୋଇଥିବା ମିଠା ଭୋଗର ମାନକୁ ନେଇ ପୂଜକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଯାହା ଫଳରେ ଦୁଇ ଘଣ୍ଟା ବିଳମ୍ବ ହୋଇଥିଲା ଦେବନୀତି। ବାରିପଦା ଉପ-ଜିଲ୍ଲାପାଳ ପୂଜକଙ୍କୁ ବୁଝାସୁଝା କରିବା ପରେ ନୀତିକାନ୍ତି ପୁଣି ଥରେ ସ୍ୱାଭାବିକ ହୋଇଥିଲା।

ତେବେ ଏ ନେଇ ମନ୍ଦିର ପ୍ରଶାସକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Related story