ମୋ ହାତରେ ଲାଗିଛି ପ୍ରମାଣ, ସବୁ ଖୋଲାସା କରିବି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୁବ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ପ୍ରତିଦିନ ସାମ୍ନାକୁ ଆସୁଛି ନୂଆ ନୂଆ କାହାଣୀ।  ଗୋଟିଏ ପଟେ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି ଆଦିତ୍ୟଙ୍କ ଡାଏରୀର ଦୁଃଖଭରା ବାର୍ତ୍ତା । ଯେଉଁଠି ମଦ ବିରୋଧୀ ଆନ୍ଦୋଳନର ଭୟଙ୍କର ପରିଣାମ ସମ୍ପର୍କରେ ଇସାରା ଦେଇଛନ୍ତି ଆଦିତ୍ୟ।  ଆରପଟେ ମୃତ୍ୟୁକୁ ନେଇ ପତ୍ନୀ ଓ ବନ୍ଧୁଙ୍କ ମଧ୍ୟରେ ତୁତୁ ମେମେ ଆରୋପ ପ୍ରତ୍ୟାରୋପ ଭିତରେ ଆଜି ଜିଆରପି ହତ୍ୟା ମାମଲା ରୁଜୁ କରି ଖୋଳତାଡ଼ ଜାରି […]

6nm

6nm

Tapas Behera
  • Published: Thursday, 09 July 2020
  • Updated: 09 July 2020, 07:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୁବ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ପ୍ରତିଦିନ ସାମ୍ନାକୁ ଆସୁଛି ନୂଆ ନୂଆ କାହାଣୀ।  ଗୋଟିଏ ପଟେ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି ଆଦିତ୍ୟଙ୍କ ଡାଏରୀର ଦୁଃଖଭରା ବାର୍ତ୍ତା । ଯେଉଁଠି ମଦ ବିରୋଧୀ ଆନ୍ଦୋଳନର ଭୟଙ୍କର ପରିଣାମ ସମ୍ପର୍କରେ ଇସାରା ଦେଇଛନ୍ତି ଆଦିତ୍ୟ।  ଆରପଟେ ମୃତ୍ୟୁକୁ ନେଇ ପତ୍ନୀ ଓ ବନ୍ଧୁଙ୍କ ମଧ୍ୟରେ ତୁତୁ ମେମେ ଆରୋପ ପ୍ରତ୍ୟାରୋପ ଭିତରେ ଆଜି ଜିଆରପି ହତ୍ୟା ମାମଲା ରୁଜୁ କରି ଖୋଳତାଡ଼ ଜାରି ରଖିଛି।

ଦିନେ ଯିଏ ଦୁଃଖକୁ ଜିଣିବାର ମନ୍ତ୍ର ଦେଉଥିଲେ, ସୁଖକୁ ଜାଣିବାର ଉପାୟ ବତାଇଥିଲେ, ସେହି ମାନବବାଦୀ ମଣିଷଟିଏ କଣ ଆତ୍ମହତ୍ୟା କରିପାରେ? ଯଦି ହଁ, ତେବେ କାହିଁକି ? ମୃତ୍ୟୁର ୩ ଦିନ ପରେ ବି ସବୁରି ମୁହଁରେ ସେହି ଗୋଟିଏ ପ୍ରଶ୍ନ । ଆଉ  ସେହି ପ୍ରଶ୍ନ ଭିତରେ ମାମଲାରେ ଆସିଛି ଟ୍ୱିଷ୍ଟ।

 ଆଦିତ୍ୟ ଦାମ୍ପତ୍ତ୍ୟ ଜୀବନକୁ ନେଇ ଖୁସି ନଥିଲେ ବୋଲି ସିଧାସଳଖ ଅଭିଯୋଗ ଆଣିଛନ୍ତି ଆଦିତ୍ୟ ଗଢ଼ିଥିବା ସଂଗଠନର ସଦସ୍ୟ ଏବଂ ତାଙ୍କ ବନ୍ଧୁ ପପୁ । ବିବାହକୁ ନେଇ ଆଦିତ୍ୟ ମାନସିକ ଚାପରେ ଥିଲେ ବୋଲି କହି ଜିଆରରେ ଏତଲା ବି ଦେଇଛନ୍ତି । ସେପଟେ ପାଲଟା ଅଭିଯୋଗ ଆଣି ଆଦିତ୍ୟଙ୍କ ବନ୍ଧୁଙ୍କ ଆଡକୁ ଅଙ୍ଗୁଳି ଉଠାଇଛନ୍ତି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ । ସଂସ୍ଥାର ଆକାଉଣ୍ଟରୁ ପପୁ ପୂର୍ବରୁ ୩୦ ଏବଂ ପରେ ୭୦ ହଜାର ଟଙ୍କା ନେଇଛନ୍ତି । ଏହାକୁ ନେଇ ମାନସିକ ଚିନ୍ତାରେ ଥିଲେ ଆଦିତ୍ୟ। ତେଣୁ ମୃତ୍ୟୁ ପଛରେ ଷଡଯନ୍ତ୍ର ଥିବା କହିଛନ୍ତି ପତ୍ନୀ ବିଦ୍ୟାଶ୍ରୀ । ବିଦ୍ୟାଶ୍ରୀ କହିଛନ୍ତି ଯେ, ମୁଁ ଆରମ୍ଭରୁ ହିଁ କହିଛି ମୋ ସ୍ୱାମୀ କେବେ ଆତ୍ମହତ୍ୟା କରିପାରିବେନି। ଜଣେ ସ୍ତ୍ରୀ ଜାଣିଛି ତାଙ୍କ ସ୍ୱାମୀ କଣ। ଜଣେ ମା ଜାଣିଛି ତାଙ୍କ ପୁଅ କଣ।  ଆଉ କିଛି କହିବା ଆଗରୁ ମୋ ହାତରେ କିଛିଟା ପ୍ରମାଣ ଲାଗଛି ଯାହା ମୁଁ ପରେ କହିବି।  ଆମେ ଘରେ ବସି ଆଲୋଚନ କରିବା ପରେ କିଛିଟା ପ୍ରମାଣ ମୁଁ ପାଇଛି।  ପାରିବାରିକ କଳହ ବି ମୃତ୍ୟୁର କାରଣ ନୁହଁ। ଆମର ପୁରା ହସଖୁସିର ପରିବାର।

https://youtu.be/xp3Ba_FfwUM

 ସେପଟେ ଆଦିତ୍ୟଙ୍କ ସୁଇସାଇଡ୍ ନୋଟ୍ ଭାଇରାଲ ହୋଇଛି। ଯେଉଁଠି ବାପା, ମାଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେବା ସହ ପତ୍ନୀଙ୍କ ପ୍ରତି ସ୍ନେହ, ପ୍ରେମର କଥା ଲେଖାଯାଇଛି । ପପୁଙ୍କ ସହ ଟଙ୍କା କାରବାର କଥା ବି ଉଲ୍ଲେଖ ରହିଛି ଏହି ଡାଏରୀରେ। ସବୁଠୁ ବଡ଼ କଥା ହେଉଛି, ମଦ ବିରୋଧୀ ଆନ୍ଦୋଳନ ଏବଂ ସରକାର ସହ ପଙ୍ଗା ନେବା ପୂର୍ବରୁ ନିଜକୁ ମଜଭୁତ ହେବାକୁ ଯୁବବର୍ଗଙ୍କୁ ଆହ୍ୱାନ ଦିଆଯାଇଛି ।

 ହେଲେ ସୁଇସାଇଡ୍ ନୋଟ୍‌ରେ କେଉଁଠି ବି ଲେଖାଯାଇନି ଆଦିତ୍ୟ କାହିଁକି କଲେ ଆତ୍ମହତ୍ୟା । ଏସବୁ ଭିତରେ ସାମ୍ନାକୁ ଆସିଛି ପୋଷ୍ଟମର୍ଟମ ରିପୋର୍ଟ । ଯେଉଁଥିରେ ଆଦିତ୍ୟଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିବାରୁ ମୃତ୍ୟୁ ହୋଇଥିବା ଦର୍ଶାଯାଇଛି। ତେବେ ଆଦିତ୍ୟଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା? ୩ ଦିନ ପରେ ବି ସସ୍ପେନ୍ସ ଲାଗିରହିଥିବାବେଳେ ବନ୍ଧୁ ପପୁଙ୍କ ଏତଲା ଆଧାରରେ ଦଫା ୩୦୨ ଲଗାଇ ହତ୍ୟା ମାମଲା ରୁଜୁ କରିଛି ଜିଆରପି। ତାସହ ଭାଇରାଲ୍ ହୋଇଥିବା ହାତଲେଖା, ସଂଗଠନର ଆର୍ଥିକ କାରବାର ଏବଂ ପତ୍ନୀଙ୍କ ମୋବାଇଲକୁ ଜବତ କରି ପୁଲିସ ତଦନ୍ତ କରୁଛି । ସେପଟେ ଆଦିତ୍ୟଙ୍କ ମା ମୃତ୍ୟୁର ସତ୍ୟାସତ୍ୟ ସାମ୍ନାକୁ ଆଣିବାକୁ ଦାବି କରିଛନ୍ତି । ତେବେ ଜୀବନ ଜୀଇଁବାର ବାର୍ତ୍ତା ଦେଉଥିବା ଆଦିତ୍ୟଙ୍କ ମୃତ୍ୟୁ ପଛରେ କାରଣ ଯାହାବି ଥାଉନା କାହିଁକି। ରହସ୍ୟର ଉନ୍ମୋଚନ କରିବା କିନ୍ତୁ ପୋଲିସ ପାଇଁ ଏବେ ବଡ଼ ଚାଲେଞ୍ଜ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos