ଏସ୍ଓଜି କ୍ୟାମ୍ପରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ଅନୁଧ୍ୟାନ ପାଇଁ ଖଡିଆଳରେ ପହଞ୍ଚିଲା କଂଗ୍ରେସର ଏକ ଟିମ୍

ନୂଆପଡା: ନୂଆପଡ଼ା ଜିଲ୍ଲା କୋମନା ଏସ୍ଓଜି କ୍ୟାମ୍ପରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣାକୁ ନେଇ ଜୋର ଧରୁଛି ରାଜନୀତି। ଘଟଣାର ଅନୁଧ୍ୟାନ ପାଇଁ ଆଜି ପିସିସି ସଭାପତିଙ୍କ ନେତୃତ୍ୱରେ କଂଗ୍ରେସର ଏକ ଟିମ୍ ଖଡିଆଳରେ ପହଞ୍ଚିଛି। ପ୍ରସାଦଙ୍କ ସହ ଏହି ଟିମରେ ବରିଷ୍ଠ ନେତା ଶିବାନନ୍ଦ ରାୟ ଓ ଶ୍ୟାମ ସୁନ୍ଦର ହାଁସଦା ପ୍ରମୁଖ ଅଛନ୍ତି। ଟିମ୍ ଆହତ ଯୁବକ ନୃତ୍ୟନ ନାୟକ ଓ ମୃତ ଚିତ୍ତରଂଜନ ସାହୁଙ୍କ ପରିବାରକୁ ଭେଟିବା ସହ ଏସପି ଓ ଜିଲ୍ଲାପାଳଙ୍କୁ […]

congress

congress

Rakesh Mallick
  • Published: Saturday, 22 August 2015
  • Updated: 22 August 2015, 06:18 AM IST

Sports

Latest News

ନୂଆପଡା: ନୂଆପଡ଼ା ଜିଲ୍ଲା କୋମନା ଏସ୍ଓଜି କ୍ୟାମ୍ପରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣାକୁ ନେଇ ଜୋର ଧରୁଛି ରାଜନୀତି। ଘଟଣାର ଅନୁଧ୍ୟାନ ପାଇଁ ଆଜି ପିସିସି ସଭାପତିଙ୍କ ନେତୃତ୍ୱରେ କଂଗ୍ରେସର ଏକ ଟିମ୍ ଖଡିଆଳରେ ପହଞ୍ଚିଛି। ପ୍ରସାଦଙ୍କ ସହ ଏହି ଟିମରେ ବରିଷ୍ଠ ନେତା ଶିବାନନ୍ଦ ରାୟ ଓ ଶ୍ୟାମ ସୁନ୍ଦର ହାଁସଦା ପ୍ରମୁଖ ଅଛନ୍ତି। ଟିମ୍ ଆହତ ଯୁବକ ନୃତ୍ୟନ ନାୟକ ଓ ମୃତ ଚିତ୍ତରଂଜନ ସାହୁଙ୍କ ପରିବାରକୁ ଭେଟିବା ସହ ଏସପି ଓ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିବ। ଘଟଣାରେ ଗତକାଲି କୋମନା ପୋଲିସ ୪ ଜଣ ଏସଓଜି ଯବାନଙ୍କୁ ଗିରଫ କରିଥିଲା। ସେମାନେ ହେଲେ ଏସଓଜି ୟୁନିଟ୍-୧୬ର ଟିମ୍ ଲିଡର ଖୁସିରାମ ଭୋଇ, କମାଣ୍ତୋ ଶଶି କୁଜୁର, କମାଣ୍ତୋ ପ୍ରମୋଦ ଜଗଦଲା ଓ କମାଣ୍ତୋ କାମଦେବ ପ୍ରଧାନ।

ଗତକାଲି ଏହି ପ୍ରସଙ୍ଗକୁ ନେଇ ବିଧାନସଭାରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖିବା ସହ ଘଟଣାର ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ତଦନ୍ତ ହେବ ବୋଲି କହିଥିଲେ। ସେହିପରି ମୃତ ଚିତ୍ତରଂଜନଙ୍କ ପରିବାର ଲାଗି ସେ ୧୦ ଲକ୍ଷ ଟଙ୍କ।ର ସହାୟତା ଘୋଷଣା କରିବା ସହ ଆହତଙ୍କ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ବୋଲି କହିଥିଲେ। ସେପଟେ ଆହତ ଯୁବକ  ନୃତନ୍ୟ ନାୟକଙ୍କ ସ୍ୱାସ୍ଥ୍ୟବସ୍ଥାରେ ଗୁରୁତର ଥିବା ସୂଚନା ମିଳିଛି। ତାଙ୍କୁ ବୁର୍ଲାରୁ ରାୟପୁର ରାମକୃଷ୍ଣ କେୟାର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos