ଦୃଶ୍ୟ ହେଲା ସୂର୍ଯ୍ୟପରାଗ, ବନ୍ଦ ରହିଲା ଦେବ ନୀତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆକାଶରେ ଦେଖିବାକୁ ମିଳିଲା ମହାଜାଗତିକ ଦୃଶ୍ୟ। ଏହା ଚଳିତ ବର୍ଷର ଦ୍ୱିତୀୟ ତଥା ଶେଷ ସୂର୍ଯ୍ୟପରାଗ। ଗୋଟିଏ ସରଳରେଖାରେ ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ରହିଲେ। ଚନ୍ଦ୍ରର ଛାଇ ପୃଥିବୀର ଯେଉଁ ସବୁ ଅଞ୍ଚଳରେ ପଡ଼ିଛି, ସେଠାରେ ଦୃଶ୍ୟମାନ ହୋଇଛି ସୂର୍ଯ୍ୟପରାଗ। ପାଗ ଭଲ ରହିଥିବାରୁ ଭୁବନେଶ୍ୱରରେ ଅପରାହ୍ଣ ୪ଟା ୫୬ ମିନିଟରୁ ୫ଟା ୧୬ ଯାଏଁ, ପ୍ରାୟ ୨୦ ମନିଟ୍ ପାଇଁ ଦେଖାଯାଇଥିଲା ସୂର୍ଯ୍ୟପରାଗ। ଏଠାରେ ସୂର୍ଯ୍ୟର ମାତ୍ର ୧୦ରୁ ୧୫ ପ୍ରତିଶତ […]

solar

solar

Niranjan Mishra
  • Published: Tuesday, 25 October 2022
  • Updated: 25 October 2022, 10:04 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆକାଶରେ ଦେଖିବାକୁ ମିଳିଲା ମହାଜାଗତିକ ଦୃଶ୍ୟ। ଏହା ଚଳିତ ବର୍ଷର ଦ୍ୱିତୀୟ ତଥା ଶେଷ ସୂର୍ଯ୍ୟପରାଗ। ଗୋଟିଏ ସରଳରେଖାରେ ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ରହିଲେ। ଚନ୍ଦ୍ରର ଛାଇ ପୃଥିବୀର ଯେଉଁ ସବୁ ଅଞ୍ଚଳରେ ପଡ଼ିଛି, ସେଠାରେ ଦୃଶ୍ୟମାନ ହୋଇଛି ସୂର୍ଯ୍ୟପରାଗ।

ପାଗ ଭଲ ରହିଥିବାରୁ ଭୁବନେଶ୍ୱରରେ ଅପରାହ୍ଣ ୪ଟା ୫୬ ମିନିଟରୁ ୫ଟା ୧୬ ଯାଏଁ, ପ୍ରାୟ ୨୦ ମନିଟ୍ ପାଇଁ ଦେଖାଯାଇଥିଲା ସୂର୍ଯ୍ୟପରାଗ। ଏଠାରେ ସୂର୍ଯ୍ୟର ମାତ୍ର ୧୦ରୁ ୧୫ ପ୍ରତିଶତ ଅଂଶ ଅଦୃଶ୍ୟ ହୋଇଥିଲା। ସେହିପରି ଶ୍ରୀକ୍ଷେତ୍ର ପୁରୀ ଓ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଆଂଶିକ ସୂର୍ଯ୍ୟପରାଗ ଦେଖିବାକୁ ମିଳିଛି।

ୟୁରୋପ ମହାଦେଶରେ ପ୍ରଥମେ ଅପରାହ୍ଣ ୨ଟା ୨୮ ମିନିଟରେ ଆରମ୍ଭ ହୋଇଥିଲା ପରାଗ। ରୁଷିର ସାଇବେରିଆରେ ସବୁଠୁ ଅଧିକ ୮୨ ପ୍ରତିଶତ ସୂର୍ଯ୍ୟ ଅଦୃଶ୍ୟ ହୋଇଥିଲେ। ଭାରତରେ ସୂର୍ଯ୍ୟ ପରାଗ ଅପରାହ୍ଣ ୪ଟା ୨୯ ମିନିଟରୁ ଆରମ୍ଭ ହୋଇଥିଲା। ଦେଶରେ ସର୍ବାଧିକ ସମୟ ଧରି ପରାଗ ଦୃଶ୍ୟମାନ ହୋଇଛି। ସେହିପରି ରାଜଧାନୀ ଦିଲ୍ଲୀ, ନୋଏଡ଼ା, ଅମୃତସର, କୋଲକାତା ଭଳି ସ୍ଥାନରେ ଆଂଶିକ ସୂର୍ଯ୍ୟପରାଗ ଦେଖାଯାଇଛି।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପରାଗ ସ୍ପର୍ଶର ୧୨ଘଣ୍ଟା ପୂର୍ବରୁ ଅର୍ଥାତ୍ ଭୋର୍ ୪ଟା ୫୬ରୁ ପାକତ୍ୟାଗ ଓ ଦେବ ନୀତି ନିଷେଧ ରହିଥିଲା। ଲୋକେ ବିଶ୍ୱାସର ସହ ଏହାକୁ ପାଳିଥିଲେ। ଘରେ ଘରେ ବନ୍ଦ ରହିଥିଲା ରୋଷେଇ। ଅନେକ ଲୋକ ଅନ୍ନ ଭୋଜନ ନକରି କେବଳ ଜଳଖିଆ ଖାଇଥିଲେ।

ତେବେ ଗ୍ରହଣ ସହ ଖାଦ୍ୟର କୌଣସି ସମ୍ପର୍କ ନଥିବା ଦର୍ଶାଇ ବ୍ରହ୍ମପୁରରେ ଆୟୋଜିତ ହୋଇଥିଲା ସାମୁହିକ ଭୋଜନ। ଶହ ଶହ ଲୋକ ଏଥିରେ ସାମିଲ ହୋଇଥିଲେ। ଭୁବନେଶ୍ୱରରେ ମଧ୍ୟ ଅନେକ ଲୋକ ଚିକେନ୍ ବିରିୟାନୀ ଖାଉଥିବା ଦେଖିବାକୁ ମିଳିଥିଲା।

ସୂର୍ଯ୍ୟପରାଗ ପାଇଁ ବିଭିନ୍ନ ଦେବାଳୟରେ ସ୍ୱତନ୍ତ୍ର ନୀତି କରାଯାଇଛି। ଶ୍ରୀମନ୍ଦିରରେ ଅପରାହ୍ଣରେ ପରାଗ ସ୍ପର୍ଶ ପରେ ମହାପ୍ରଭୁଙ୍କ ମହାସ୍ନାନ କରାଯାଇଥିଲା। ସେପଟେ କେଦାରନାଥ ଓ ବଦ୍ରିନାଥ ସମେତ ମୁମ୍ବାଇର ସିଦ୍ଧି ବିନାୟକ ମନ୍ଦିରରେ ସ୍ୱତନ୍ତ୍ର ନୀତି ପରେ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିଛି ମନ୍ଦିର। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କ ମନ୍ଦିରରେ ମଧ୍ୟ ସମସ୍ତ ଦେବ ନୀତି ବନ୍ଦ ରହିଥିଲା ଆସନ୍ତାକାଲି ସକାଳ ୬ ଟା ପରେ ମନ୍ଦିର ଶୋଧନ କରାଯାଇ ପୁଣି ପୂଜାର୍ଚ୍ଚନା ହେବ।

ସୂର୍ଯ୍ୟପରାଗ ଅବସରରେ ହରିୟାଣାର କୁରୁକ୍ଷେତ୍ର ସ୍ଥିତ ବ୍ରହ୍ମ ସରୋବରରେ ବୁଡ଼ ପକାଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ। ସେହିପରି ହରିଦ୍ୱାର ଓ ବାରଣାସୀର ପବିତ୍ର ଗଙ୍ଗା ନଦୀରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ସ୍ନାନ କରି ପୂଜାର୍ଚ୍ଚନା କରିଛନ୍ତି। ଆସନ୍ତା ନଭେମ୍ବର ୮ ତାରିଖରେ ପୁଣି ଏକ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ। କାର୍ତ୍ତିକ ପୂର୍ଣ୍ଣିମାରେ ଦୃଶ୍ୟମାନ ହେବ ଚନ୍ଦ୍ର ଗ୍ରହଣ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story