ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ଆଜି ଆକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ ସୂର୍ଯ୍ୟୋପରାଗ। ଏଥର ସବୁଠାରୁ ଅଧିକ ସମୟ ୩ଘଣ୍ଟା ୯ମିନିଟ୍ ଧରି ଚାଲିବ ଛାଇ ଆଲୁଅର ଖେଳ । ସକାଳ ୮ଟା ୨୦ ମିନିଟ୍ ୮ସେକେଣ୍ଡରେ ପରାଗ ସ୍ପର୍ଶ ହେବ ।
ସର୍ବମୋକ୍ଷ ସମୟ ରହିଛି ଦିନ ୧୧ଟା ୨୯ମିନିଟ୍ ୧୦ ସେକେଣ୍ଡ। ଓଡ଼ିଶାରେ ଆଂଶିକ ସୂର୍ଯ୍ୟୋପରାଗ ଦେଖାଯିବ । କିନ୍ତୁ ଦକ୍ଷିଣ ଭାରତର କର୍ଣ୍ଣାଟକ, କେରଳ ଓ ତାମିଲନାଡ଼ୁର କିଛି ସ୍ଥାନରେ ବଳୟ ସୂର୍ଯ୍ୟୋପରାଗ ଦେଖାଯିବ। ଆଖି ଉପରେ କୁପ୍ରଭାବ ପଡ଼ିବା କାରଣରୁ ପରାଗ ବେଳେ ସିଧା ସୂର୍ଯ୍ୟଙ୍କୁ ନଦେଖିବାକୁ ବାରଣ କରାଯାଇଛି ।
ତେବେ କିପରି ପରୋକ୍ଷରେ ଏହାକୁ ସହଜରେ ଉପଭୋଗ କରିହେବ ସେଥିପାଇଁ ଭୁବନେଶ୍ୱର ପଠାଣୀ ସାମନ୍ତ ପ୍ଲାନେଟାରିୟମ୍ ଓ ସମ୍ବଲପୁର ବୁର୍ଲାସ୍ଥିତ ଅବ୍ଦୁଲ କଲାମ ପ୍ଲାନେଟାରିୟମ୍ରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି।
ଅନ୍ୟପଟେ ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ଜନସାଧାରଣଙ୍କ ମଧ୍ୟରେ ବେଶ୍ ଉତ୍କଣ୍ଠା ରହିଛି।