ସୋମବାର ପ୍ରକାଶ ପାଇବ ଜେଇଇ ରାଙ୍କ କାର୍ଡ, ୩୦ରୁ ଓଜେଇଇର କାଉନସିଲିଂ

ଭୁବନେଶ୍ୱର: ଆସନ୍ତାକାଲି ପ୍ରକାଶ ପାଇବ ଜେଇଇ ମେନରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ରାଙ୍କ କାର୍ଡ। ଛାତ୍ରଛାତ୍ରୀ କେଉଁ ରାଙ୍କ ପାଇଛନ୍ତି ତାହା ଜେଇଇ ମେନ୍ ୱେବସାଇଟରୁ ଜାଣିପାରିବେ। ଜେଇଇ ମେନ୍ ପରୀକ୍ଷାର ମାର୍କସ ଓ ଯୁକ୍ତଦୁଇ ମାର୍କସକୁ ମିଶାଇ ରାଙ୍କ କାର୍ଡ ପ୍ରସ୍ତୁତ କରାଯାଇଛି। ଏହି ରାଙ୍କ ଅନୁସାରେ ଛାତ୍ରଛାତ୍ରୀ ଇଂଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇ ପାରିବେ। ଚଳିତମାସ ୩୦ ତାରିଖରୁ ଓଜେଇଇ କାଉନସିଲିଂ ଆରମ୍ଭ ହେବ। ଏଥିପାଇଁ ରାଜ୍ୟରେ ଓଜେଇଇ କର୍ତ୍ତୃପକ୍ଷ ୨୪ଟି ନୋଡାଲ ସେଣ୍ଟର […]

ojee

ojee

Rakesh Mallick
  • Published: Sunday, 28 June 2015
  • Updated: 28 June 2015, 02:32 PM IST

ଭୁବନେଶ୍ୱର: ଆସନ୍ତାକାଲି ପ୍ରକାଶ ପାଇବ ଜେଇଇ ମେନରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ରାଙ୍କ କାର୍ଡ। ଛାତ୍ରଛାତ୍ରୀ କେଉଁ ରାଙ୍କ ପାଇଛନ୍ତି ତାହା ଜେଇଇ ମେନ୍ ୱେବସାଇଟରୁ ଜାଣିପାରିବେ। ଜେଇଇ ମେନ୍ ପରୀକ୍ଷାର ମାର୍କସ ଓ ଯୁକ୍ତଦୁଇ ମାର୍କସକୁ ମିଶାଇ ରାଙ୍କ କାର୍ଡ ପ୍ରସ୍ତୁତ କରାଯାଇଛି। ଏହି ରାଙ୍କ ଅନୁସାରେ ଛାତ୍ରଛାତ୍ରୀ ଇଂଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇ ପାରିବେ। ଚଳିତମାସ ୩୦ ତାରିଖରୁ ଓଜେଇଇ କାଉନସିଲିଂ ଆରମ୍ଭ ହେବ। ଏଥିପାଇଁ ରାଜ୍ୟରେ ଓଜେଇଇ କର୍ତ୍ତୃପକ୍ଷ ୨୪ଟି ନୋଡାଲ ସେଣ୍ଟର ଖୋଲାଯାଇଛି। ଏହି ନୋଡାଲ ସେଣ୍ଟରରେ ଛାତ୍ରଛାତ୍ରୀମାନେ ବିଭିନ୍ନ ପାଠ୍ୟକ୍ରମ ପାଇଁ କାଉନସିଲିଂରେ ଯୋଗଦେବେ । ଜୁନ ୩୦ରେ ହେବାକୁ ଥିବା ଏହି କାଉନସିଲିଂ କାର୍ଯ୍ୟ ସିଇଟି, ସିଆଇଏମଟି ଓ ସିପିଟ ପରି ଖ୍ୟାତାନାମା ଶିକ୍ଷାନୁଷ୍ଠାନରେ ହେବ । ଏହି କାଉନସିଲିଂ ଏମ. ଟେକ, ଏମ. ଫାର୍ମା, ଏମ. ପ୍ଲାନ୍ ଏବଂ ଏମ. ଆର୍କରେ ହେବ । ଜୁଲାଇ ୩ ଯାଏଁ ହେବାକୁ ଥିବା ଏହି କାଉନସିଲିଂରେ ଓଜେଇଇ ଏଣ୍ଟ୍ରାନ୍ସ, ଗେଟ୍ ଓ ଜିପିଏଟି କ୍ୱାଲିଫାଇ କରିଥିବା ଛାତ୍ରଛାତ୍ରୀ ମାନେ ଭାଗ ନେଇପାରିବେ । ଏହା ୪ଦିନ ଧରି ଚାଲିବ ।

ଅନ୍ୟପକ୍ଷରେ ଜୁଲାଇ ୪ରୁ ୯ ତାରିଖ ଯାଏ ହେବାକୁ ଥିବା ଲିଟେରାଲ ଏଣ୍ଟ୍ରି, ବି. ଟେକ ଓ ବି. ଆର୍କିଟେକ ପାଇଁ ମଧ୍ୟ ଆଡିମିଶନ ହେବ । ଏଥିପାଇଁ ଓଜେଇଇ କର୍ତ୍ତୃପକ୍ଷ ୨୧ ସେଣ୍ଟର ଖୋଲାଯାଇଛି। ସେଣ୍ଟର ମଧ୍ୟରେ ଭୁବନେଶ୍ୱରରେ ୫ଟି, ବ୍ରହ୍ମପୁରରେ ୨ଟି, ବାରିପଦା, ବାଲେଶ୍ୱର, ସରାଙ୍ଗ, ଢେଙ୍କାନାଳ, ବୁର୍ଲା, ଭବାନୀପାଟଣା ଓ ଜୟପୁରରେ ଗୋଟିଏ ଲେଖାଏଁ ନୋଡାଲ ସେଣ୍ଟର ଖୋଲାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos