ଭୁଜାଲିରେ ହାଣିଲେ, ଲୁଟିନେଲେ

ଆଳି(ବନମାଳି ସାହୁ ): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଲୁଟେରାଙ୍କ ଆକ୍ରମଣରେ ତିନି ଜଣ ଆହତ ହୋଇଛନ୍ତି ।  ଗତକାଲି ବିଳମ୍ବିତ ରାତିରେ ମହାକାଳପଡ଼ା ବାବର ବଜାରରେ ଥିବା ସୁନା ଦୋକାନ ବନ୍ଦ କରି ବ୍ୟବସାୟୀ ବିଜୟ ସାହୁ ଘରକୁ ଫେରୁଥିବା ବେଳେ ପଟ୍ଟାମୁଣ୍ଡାଇ ଖଡ଼ଇଣ୍ଟା ଛକ ନିକଟରେ ଲୁଟେରାଙ୍କ ହାବୁଡ଼ରେ ପଡ଼ିଥିଲେ। ସେମାନେ ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ । ଏଥିରେ ବିଜୟଙ୍କ ସହ ଥିବା ତାଙ୍କ ଭାଇ ଓ ପୁଅ ମଧ୍ୟ ଆହତ ହୋଇଛନ୍ତି । […]

bhujali-1-1

bhujali-1-1

Niharika Rout
  • Published: Monday, 02 December 2019
  • Updated: 02 December 2019, 07:50 AM IST

Sports

Latest News

ଆଳି(ବନମାଳି ସାହୁ ): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଲୁଟେରାଙ୍କ ଆକ୍ରମଣରେ ତିନି ଜଣ ଆହତ ହୋଇଛନ୍ତି ।  ଗତକାଲି ବିଳମ୍ବିତ ରାତିରେ ମହାକାଳପଡ଼ା ବାବର ବଜାରରେ ଥିବା ସୁନା ଦୋକାନ ବନ୍ଦ କରି ବ୍ୟବସାୟୀ ବିଜୟ ସାହୁ ଘରକୁ ଫେରୁଥିବା ବେଳେ ପଟ୍ଟାମୁଣ୍ଡାଇ ଖଡ଼ଇଣ୍ଟା ଛକ ନିକଟରେ ଲୁଟେରାଙ୍କ ହାବୁଡ଼ରେ ପଡ଼ିଥିଲେ। ସେମାନେ ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ । ଏଥିରେ ବିଜୟଙ୍କ ସହ ଥିବା ତାଙ୍କ ଭାଇ ଓ ପୁଅ ମଧ୍ୟ ଆହତ ହୋଇଛନ୍ତି ।

ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଭୁଜାଲିରେ ଆକ୍ରମଣ କରି ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଆହତଙ୍କୁ ପ୍ରଥମେ ପଟ୍ଟାମୁଣ୍ଡାଇ ହସ୍ପିଟାଲ ଓ ପରେ କେନ୍ଦ୍ରାପଡ଼ା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି  । ପୋଲିସ ଦୁର୍ବୃତ୍ତଙ୍କୁ ଧରିବାକୁ ଚଢ଼ଉ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos