ଭୁବନେଶ୍ୱରର ବିଭିନ୍ନ ବୁଥରେ ଦିବ୍ୟାଙ୍ଗଙ୍କ ପାଇଁ ଅବ୍ୟବସ୍ଥା ଅଭିଯୋଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ବୁଥ୍‌ରେ ଦିବ୍ୟାଙ୍ଗମାନଙ୍କ ପାଇଁ ଭୋଟଦାନରେ ଅବ୍ୟବସ୍ଥା ହୋଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆଣିଛନ୍ତ ନିର୍ବାଚନ କମିଶନଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ପର୍ଯ୍ୟବେକ୍ଷକ ଜିତେନ୍ଦ୍ର ବିଶ୍ୱାଳ। ବିଭିନ୍ନ ବୁଥରେ ଦିବ୍ୟାଙ୍ଗମାନେ କିଭଳି ସୁରୁଖୁରୁରେ ମତଦାନ କରିପାରିବେ ସେ ନେଇ ତାଙ୍କୁ ନିଯୁକ୍ତି ଦିଆଯାଇଥିଲା। ତେବେ ସେ ଭୁବନେଶ୍ୱରର ପ୍ରାୟ ୧୦ରୁ ୧୨ଟି ବୁଥ ବୁଲିବା ପରେ ଅନେକ ବୁଥରେ ଚରମ ଅବ୍ୟବସ୍ଥା ଦେଖିବାକୁ ପାଇଥିବା କହିଛନ୍ତି। କେଉଁଠି ହ୍ୱିଲ ଚେୟାରର […]

66666666666mmmmmmmmmmmmmmmm

Tapaswini Nayak
  • Published: Tuesday, 23 April 2019
  • , Updated: 23 April 2019, 06:26 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ବୁଥ୍‌ରେ ଦିବ୍ୟାଙ୍ଗମାନଙ୍କ ପାଇଁ ଭୋଟଦାନରେ ଅବ୍ୟବସ୍ଥା ହୋଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆଣିଛନ୍ତ ନିର୍ବାଚନ କମିଶନଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ପର୍ଯ୍ୟବେକ୍ଷକ ଜିତେନ୍ଦ୍ର ବିଶ୍ୱାଳ।

ବିଭିନ୍ନ ବୁଥରେ ଦିବ୍ୟାଙ୍ଗମାନେ କିଭଳି ସୁରୁଖୁରୁରେ ମତଦାନ କରିପାରିବେ ସେ ନେଇ ତାଙ୍କୁ ନିଯୁକ୍ତି ଦିଆଯାଇଥିଲା। ତେବେ ସେ ଭୁବନେଶ୍ୱରର ପ୍ରାୟ ୧୦ରୁ ୧୨ଟି ବୁଥ ବୁଲିବା ପରେ ଅନେକ ବୁଥରେ ଚରମ ଅବ୍ୟବସ୍ଥା ଦେଖିବାକୁ ପାଇଥିବା କହିଛନ୍ତି।

କେଉଁଠି ହ୍ୱିଲ ଚେୟାରର ଅଭାବ ତ, ଆଉ କେଉଠି ରାମ୍ପ ଥିଲେ ବି ସେଯାଏଁ ଯିବାକୁ ବ୍ୟବସ୍ଥା ହୋଇ ନ ଥିବା ଅଭିଯୋଗ କରିଛନ୍ତି ଜିତେନ୍ଦ୍ର। ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପୁଣି ଅବଗତ କରାଇବେ ବୋଲି ମଧ୍ୟ ସେ କହିଛନ୍ତି।

Related story