ଗତକାଲି ବର୍ଷିଲା, ଆଜି ବି କିଛି ସ୍ଥାନରେ ବର୍ଷିବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଗତକାଲି ରାଜ୍ୟରେ କିଛି ସ୍ଥାନରେ ବର୍ଷା ହୋଇଛି। ସେହିପରି ଆଜି ମଧ୍ୟ କିଛି ସ୍ଥାନରେ ବର୍ଷା ହେବ ବୋଲି ଆକଳନ କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଜି ଓ ଆସନ୍ତା ଦୁଇ ଦିନ ଧରି ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ହୋଇପାରେ। ତେବେ ନୂଆ ବର୍ଷ ଦିନ ପାଗ ଶୁଖିଲା ରହିପାରେ ବୋଲି ପୂର୍ବାନୁମାନ କରାଯାଇଛି।  ଗତକାଲି ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ୍‌ର […]

Rain

Tapaswini Nayak
  • Published: Wednesday, 29 December 2021
  • , Updated: 29 December 2021, 01:08 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଗତକାଲି ରାଜ୍ୟରେ କିଛି ସ୍ଥାନରେ ବର୍ଷା ହୋଇଛି। ସେହିପରି ଆଜି ମଧ୍ୟ କିଛି ସ୍ଥାନରେ ବର୍ଷା ହେବ ବୋଲି ଆକଳନ କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଜି ଓ ଆସନ୍ତା ଦୁଇ ଦିନ ଧରି ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ହୋଇପାରେ। ତେବେ ନୂଆ ବର୍ଷ ଦିନ ପାଗ ଶୁଖିଲା ରହିପାରେ ବୋଲି ପୂର୍ବାନୁମାନ କରାଯାଇଛି। 

ଗତକାଲି ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ୍‌ର ବିଭିନ୍ନ ଅଞ୍ଚଳରେ ବର୍ଷା ସହିତ କୁଆପଥର ମାଡ଼ ହୋଇଥିଲା। ଏଥିରେ ବ୍ୟାପକ ପନିପରିବା ଓ ଅନ୍ୟ ଫସଲ କ୍ଷତିଗ୍ରସ୍ତ ହୋଇଛି। ଖଳାରେ ଓ ମଣ୍ଡିରେ ପଡ଼ିରହିଥିବା ଧାନ ମଧ୍ୟ ଓଦା ହୋଇଯାଇଥିବାରୁ ଚାଷୀ ଚିନ୍ତାରେ ପଡ଼ିଛନ୍ତି। ଗତକାଲି ରାତିରେ ଏସବୁ ଅଞ୍ଚଳରେ ପ୍ରାୟ ଅଧାଘଣ୍ଟା ଧରି ବର୍ଷା ହୋଇଥିଲା।

ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଗତକାଲି ବର୍ଷା ହୋଇଛି। ବୀରମିତ୍ରପୁରରେ ଅଞ୍ଚଳରେ ଗତକାଲି ରାତି ୯ଟାରୁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବେଗରେ ବର୍ଷା ଓ ପବନ ଆରମ୍ଭ ହୋଇଥିଲା। ପରେ ପବନ କମି ଯାଇଥିଲା। ତେବେ ବେଶ୍ କିଛି ସମୟ ଧରି ବର୍ଷା ହୋଇଥିଲା। ସେହିପରି ଜିଲ୍ଲା ବଣାଇ ଓ କୋଇଡ଼ା ବ୍ଳକ୍‌ର ବିଭିନ୍ନ ପଞ୍ଚାୟତରେ ଗତକାଲି ରାତିରେ ବର୍ଷା ହୋଇଥିଲା।

ପାଣିପାଗ ବିଭାଗର ସୂଚନା ଅନୁସାରେ, ରାଜସ୍ଥାନରୁ ତେଲେଙ୍ଗାନା ପର୍ଯ୍ୟନ୍ତ ଏକ ଟ୍ରପ୍ ଲାଇନ୍ ରହିଛି। ଏହାର ପ୍ରଭାବରେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର ସମ୍ଭାବାନ ଅଛି। ଆଜି ନୂଆପଡ଼ା, ବଲାଙ୍ଗିର, ସୋନପୁର, ବୌଦ୍ଧ, ନୟାଗଡ଼ ଓ ଖୋର୍ଦ୍ଧାରେ ବର୍ଷା ହୋଇପାରେ। ଏଥିସହ ବାକି କିଛି ଜିଲ୍ଲାରେ ମଧ୍ୟ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ସେହିଭଳି ଆସନ୍ତାକାଲି ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି।

 

Related story