ବାପା ମୁଣ୍ଡକୁ ପଥରରେ ଛେଚିଲା ପୁଅ, ଆଉ ତା’ ପରେ...

ନୂଆପଡା(ମାୟାଧର ସରାଫ): ସାମାନ୍ୟ ବଚସାରୁ ବାପାଙ୍କୁ ପଥରରେ ଛେଚି ହତ୍ୟା କଲା ପୁଅ । ଏହାପରେ ମାନସିକ ଭାରସାମ୍ୟ ହରାଇ ନିଜେ ମଧ୍ୟ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଏପରି ଅଭାବନୀୟ ଘଟଣା ନୂଆପଡା ଜିଲ୍ଲା କୋମନା ଥାନା ଗାତିବେଡା ଗାଁରେ ଘଟିଛି । କୋମନା ଥାନା ଗାତିବେଡା ଗାଁ ଆମପଡାରେ ବାପା ରାମ ସିଂ ମାଝୀ(୭୦ବର୍ଷ)ଙ୍କର ପୁଅ ଦେବ ମାଝୀ (୨୭ବର୍ଷ)ଙ୍କ ସହ ଗତକାଲି କୌଣସି କାରଣକୁ ନେଇ ବଚସା ହୋଇଥିଲା । […]

death

Niharika Rout
  • Published: Monday, 23 December 2019
  • , Updated: 23 December 2019, 08:17 AM IST

ନୂଆପଡା(ମାୟାଧର ସରାଫ): ସାମାନ୍ୟ ବଚସାରୁ ବାପାଙ୍କୁ ପଥରରେ ଛେଚି ହତ୍ୟା କଲା ପୁଅ । ଏହାପରେ ମାନସିକ ଭାରସାମ୍ୟ ହରାଇ ନିଜେ ମଧ୍ୟ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଏପରି ଅଭାବନୀୟ ଘଟଣା ନୂଆପଡା ଜିଲ୍ଲା କୋମନା ଥାନା ଗାତିବେଡା ଗାଁରେ ଘଟିଛି ।

କୋମନା ଥାନା ଗାତିବେଡା ଗାଁ ଆମପଡାରେ ବାପା ରାମ ସିଂ ମାଝୀ(୭୦ବର୍ଷ)ଙ୍କର ପୁଅ ଦେବ ମାଝୀ (୨୭ବର୍ଷ)ଙ୍କ ସହ ଗତକାଲି କୌଣସି କାରଣକୁ ନେଇ ବଚସା ହୋଇଥିଲା । ଏଥିରେ ପୁଅ ଦେବ ହଠାତ୍ ରାଗି ଯାଇ ବାପା ରାମ ସିଂଙ୍କ ମୁଣ୍ତରେ ପଥର କଚାଡି ଦେଇଥିଲା । ଘଟଣାସ୍ଥଳରେ ରାମ ସିଂ ମାଝୀ ପ୍ରାଣ ହରାଇଥିଲେ।

ଏହାଦେଖି ଭୟଭୀତ ହୋଇ ପୁଅ ଘଟଣାସ୍ଥଳରୁ କିଛି ଦୂର ଯାଇ ଏକ ବାହାଡା ଗଛରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିଲେ । ରାମ ସିଂର ଦ୍ୱିତୀୟ ପୁଅ ସମସାଏ ମାଝୀ ଗାଁର କିଛି ଲୋକଙ୍କ ସହ କୋମନା ଥାନା ଆସି ଘଟଣା ସମ୍ପର୍କରେ ଜଣାଇଥିଲେ । ଆଜି ଶବ ଜବତ କରାଯାଇ ବ୍ୟବଚ୍ଛେଦ କରାଯିବ । ହତ୍ୟାର ପ୍ରକୃତ କାରଣ ଜଣା ପଡି ନାହିଁ ।

 

Related story