ଖାଇବାକୁ ଦେବାରେ ବିଳମ୍ୱ ହେବାରୁ...

ସମ୍ୱଲପୁର(ଓଡ଼ିଶା ରିପୋର୍ଟର): ସମ୍ୱଲପୁର ଜିଲ୍ଲା ଠେଲକୁଲି ଥାନା ଅନ୍ତର୍ଗତ ଲପଙ୍ଗା ଘାସିପଡ଼ାରେ ଏକ ଦୁଃଖଦ ଘଟଣା ଘଟିଛି। ପୁଅର ଠେଙ୍ଗା ମାଡ଼ରେ ବାପା ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଭିନ୍ନକ୍ଷମ ଭାଇ ଆହତ ହୋଇଛି। ପୋଲିସର ସୂଚନା ଅନୁସାରେ,“ ପ୍ରତାପ ନାଗ ନିଜ ବାପା ଦେବାନନ୍ଦ ନାଗକୁ ଠେଙ୍ଗା ଓ ଲୁହା ରଡ୍‌ରେ ପିଟିବାରୁ  ଦେବାନନ୍ଦଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଅଟକାଇବାକୁ ଯାଇଥିବା ଭିନ୍ନ କ୍ଷମ ଭାଇ ମଧ୍ୟ ଆହତ ହୋଇଛି।” ଅଭିଯୁକ୍ତ ପ୍ରତାପର ସ୍ତ୍ରୀ […]

sambalpur

Rakesh Mallick
  • Published: Sunday, 31 December 2017
  • , Updated: 31 December 2017, 07:58 AM IST

ସମ୍ୱଲପୁର(ଓଡ଼ିଶା ରିପୋର୍ଟର): ସମ୍ୱଲପୁର ଜିଲ୍ଲା ଠେଲକୁଲି ଥାନା ଅନ୍ତର୍ଗତ ଲପଙ୍ଗା ଘାସିପଡ଼ାରେ ଏକ ଦୁଃଖଦ ଘଟଣା ଘଟିଛି। ପୁଅର ଠେଙ୍ଗା ମାଡ଼ରେ ବାପା ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଭିନ୍ନକ୍ଷମ ଭାଇ ଆହତ ହୋଇଛି। ପୋଲିସର ସୂଚନା ଅନୁସାରେ,“ ପ୍ରତାପ ନାଗ ନିଜ ବାପା ଦେବାନନ୍ଦ ନାଗକୁ ଠେଙ୍ଗା ଓ ଲୁହା ରଡ୍‌ରେ ପିଟିବାରୁ  ଦେବାନନ୍ଦଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଅଟକାଇବାକୁ ଯାଇଥିବା ଭିନ୍ନ କ୍ଷମ ଭାଇ ମଧ୍ୟ ଆହତ ହୋଇଛି।”

ଅଭିଯୁକ୍ତ ପ୍ରତାପର ସ୍ତ୍ରୀ କିଛି ଦିନ ହେଲା ଘର ଛାଡ଼ି ପଳାଇଛି। ତେବେ ଖାଇବା ଦେବାରେ ବିଳମ୍ୱ ହେବାରୁ ପ୍ରତାପ ବାପାକୁ ଆକ୍ରମଣ କରିଥିଲା। ଏହି ଘଟଣା ପରେ ଅଭିଯୁକ୍ତ ଜଙ୍ଗଲରେ ଲୁଚି ଥିବା ଅନୁମାନ କରି ପୋଲିସ ଖୋଜାଖୋଜି କରୁଛି।

Related story