ସୋନପୁରରେ ବୋଲବମ୍ ଗାଡି ଦୁର୍ଘଟଣାଗ୍ରସ୍ତ, ୧୪ ଆହତ

ସୋନପୁର: ସୋନପୁର ଜିଲ୍ଲା ଡଙ୍ଗୁରିପାଲି-ରାମପୁର ରାସ୍ତାରେ ଆଜି ସକାଳେ ୬ଟା ସମୟରେ ଏକ ବୋଲବମ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ମୋଟ ୧୪  ଜଣ ବୋଲବମ ଭକ୍ତ ଆହତ ହୋଇଛନ୍ତି। ବଲାଙ୍ଗିର ଜିଲ୍ଲା ଦୁଆନପାଲିରୁ  ଆଜି ଭୋର  ପ୍ରାୟ ୪ଟାରେ ବୋଲବମ ଭକ୍ତ ଏକ ଟାଟା ଏସି ଗାଡିରେ ସୁବର୍ଣ୍ଣପୁର ଜିଲ୍ଲା  ଚର୍ଦା ଶିବ ମନ୍ଦିରକୁ ଆସୁଥିବାବେଳେ ଘଟିଛି ଏହି ଦୁର୍ଘଟଣା। ଡୁଙ୍ଗୁରିପାଲି ସୋନପୁର ରାସ୍ତାର ସାଧପାଲି ନିକଟରେ ଥିବା ଏସ ବୁଲାଣିଆ ରାସ୍ତାରେ ଗାଡିଟି ଓଲଟି  ପଡିଥିଲା। ଆହତଙ୍କୁ ତୁରନ୍ତ ଡୁଙ୍ଗୁରିପାଲି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।  ଗୁରୁତର ଥିବା ୮ ଜଣଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି।