‘କରୋନା ଟିକା ନେବା ପାଇଁ ଧାଡ଼ିରେ ଛିଡ଼ା ହେବେ ନାହିଁ ଗର୍ଭବତୀ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗର୍ଭବତୀଙ୍କୁ ଟିକାକରଣ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଗାଇଡ୍‌ଲାଇନ୍‌ ଅନୁସାରେ କରୋନା ଟିକା ନେବାକୁ ଧାଡ଼ିରେ ଛିଡ଼ା ହେବେ ନାହିଁ ଗର୍ଭବତୀ। ଟିକାକରଣ କେନ୍ଦ୍ରରେ ଗର୍ଭବତୀମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ। ଗର୍ଭବତୀଙ୍କ ଟିକାକରଣ ପାଇଁ ୧୫ ତାରିଖ ସୁଦ୍ଧା ଶେଷ ହେବ ଟ୍ରେନିଂ। ଗର୍ଭବତୀଙ୍କ ଟିକାକରଣ ପାଇଁ ତାଲିକା ପ୍ରସ୍ତୁତ କରାଯିବ। ଏଏନ୍ଏମ୍‌ମାନେ ଗର୍ଭବତୀମାନଙ୍କୁ ଟିକାକରଣ ନେଇ ବୁଝାଇବେ। ସେମାନଙ୍କୁ ନିର୍ଦ୍ଧାରିତ ତାରିଖ ଓ […]

pregnet.jpg2

Manoranjan Sial
  • Published: Friday, 09 July 2021
  • , Updated: 09 July 2021, 10:50 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗର୍ଭବତୀଙ୍କୁ ଟିକାକରଣ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଗାଇଡ୍‌ଲାଇନ୍‌ ଅନୁସାରେ କରୋନା ଟିକା ନେବାକୁ ଧାଡ଼ିରେ ଛିଡ଼ା ହେବେ ନାହିଁ ଗର୍ଭବତୀ। ଟିକାକରଣ କେନ୍ଦ୍ରରେ ଗର୍ଭବତୀମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ। ଗର୍ଭବତୀଙ୍କ ଟିକାକରଣ ପାଇଁ ୧୫ ତାରିଖ ସୁଦ୍ଧା ଶେଷ ହେବ ଟ୍ରେନିଂ। ଗର୍ଭବତୀଙ୍କ ଟିକାକରଣ ପାଇଁ ତାଲିକା ପ୍ରସ୍ତୁତ କରାଯିବ। ଏଏନ୍ଏମ୍‌ମାନେ ଗର୍ଭବତୀମାନଙ୍କୁ ଟିକାକରଣ ନେଇ ବୁଝାଇବେ। ସେମାନଙ୍କୁ ନିର୍ଦ୍ଧାରିତ ତାରିଖ ଓ ସମୟରେ କେନ୍ଦ୍ରକୁ ଆଣିବେ ଆଶାକର୍ମୀ। CHCରେ ଟିକାକରଣ ପୂର୍ବରୁ ତାରିଖ ଓ ସମୟ ନିର୍ଦ୍ଧାରଣ ହେବ। ଟିକା ନେବା ପରେ ଗର୍ଭବତୀଙ୍କୁ ୩୦ ମିନିଟ ନିରୀକ୍ଷଣରେ ରଖାଯିବ। ଟିକାକରଣର ପାର୍ଶ୍ୱ ପ୍ରତିକ୍ରିୟା ନେଇ ତୁରନ୍ତ ଅବଗତ କରାଯିବ। ଜିଲ୍ଲାସ୍ତରରେ ଗଠିତ ହୋଇଥିବା କମିଟିକୁ ଅବଗତ କରାଯିବ। ସ୍ତ୍ରୀ ଓ ପ୍ରସୂତି ଏବଂ ଶିଶୁରୋଗ ବିଶେଷଜ୍ଞଙ୍କୁ ନେଇ କମିଟି ଗଠନ ହେବ। ପ୍ରତିଦିନ ସନ୍ଧ୍ୟା ୬ଟା ସୁଦ୍ଧା ଟିକାକରଣ ସମ୍ବନ୍ଧୀୟ ତଥ୍ୟ ଅବଗତ କରାଯିବ ବୋଲି ଗାଇଡ୍‌ଲାନ୍‌ରେ ଉଲ୍ଲେଖ ରହିଛି।

Related story