ମାନସିକ ଦୁର୍ବଳ ନାବାଳିକାକୁ ରଶିରେ ବାନ୍ଧି… ଦୃଶ୍ୟ ଦେଖିଲେ ଥରିଯିବ ଦେହ

<p>ବାଲେଶ୍ୱର/ସୋର(ଓଡ଼ିଶା ରିପୋର୍ଟର): ବର୍ବରତାର ସବୁ ସୀମା ଟପିଗଲା ମଣିଷ। ଦିନ ଦ୍ୱିପ୍ରହରରେ ଜଣେ ମାନସିକ ଦୁର୍ବଳ ନାବାଳିକାକୁ ବାନ୍ଧି ପିଟିଥିଲେ। ମାତ୍ର କେହି ପ୍ରତିବାଦ କରିନଥିଲେ। ସାମାନ୍ୟ କାଠ ଚୋରିକୁ ନେଇ ଏପରି ବର୍ବରତା ଘଟିଥିବା କୁହାଯାଉଛି। ଏପରି ଅମାନୁସିକ କାର୍ଯ୍ୟର ଭିଡ଼ିଓ ଭାଇରାଲ ହେବା ପରେ ବାଲେଶ୍ୱର ଜିଲ୍ଲା ସୋର ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।</p> <p>ସୋର ଥାନା ସାଜନପୁର ଗାଁର କାର୍ତ୍ତିକ ଲେଙ୍କାଙ୍କ ନାବାଳିକା ଝିଅ ରଚନା ମାନସିକ ଦୁର୍ବଳ। ଗତ ଗୁରୁବାର ରଚନା ପଡୋଶୀ ଲକ୍ଷ୍ମୀଧର ସାହୁଙ୍କ ବାଡ଼ିରୁ କାଠ ଖଣ୍ଡେ ନେଇଯାଇଥିବା ଅଭିଯୋଗ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ବିପିନ୍&zwnj; ସାହୁ ନାମକ ଜଣେ ଯୁବକ ଗାଁର ଜଣେ ମହିଳାଙ୍କ ସହ ମିଶି ରଚନାକୁ ପ୍ରଥମେ ବାନ୍ଧି ପକାଇଥିଲେ। ପରେ ଗୋଇଠା ବିଧା ମାରିଥିଲେ। ଏପରିକି ଘୋଷାରୀ ଘୋଷାରୀ ନେଇ କଚାଡି ଦେଇଥିଲେ। ଝିଅଟି ଯେତେ ନେହୁରା ହେଉଥିଲେ ମଧ୍ୟ ତାଙ୍କ କଥା କେହି ଶୁଣି ନ ଥିଲେ। ଏପରି ଦୃଶ୍ୟ ଦେଖିଲେ ଆଖିରୁ ଲୁହ ଆସିଯିବ। ଏହି ସମୟରେ ଗାଁ ଲୋକେ ଠିଆ ହୋଇ ସବୁ ଦେଖିଥିଲେ ମଧ୍ୟ କେହି ପ୍ରତିବାଦ କରୁନଥିଲେ। ବାଲେଶ୍ୱର ଏସ୍&zwnj;ଡିପିଓଙ୍କ ନେତୃତ୍ୱରେ ପୋଲିସ ଗାଁରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।</p>

Ordigital Desk
  • Published: Monday, 08 January 2018
  • Updated: 08 January 2018, 06:24 PM IST

Sports

Latest News

<p>ବାଲେଶ୍ୱର/ସୋର(ଓଡ଼ିଶା ରିପୋର୍ଟର): ବର୍ବରତାର ସବୁ ସୀମା ଟପିଗଲା ମଣିଷ। ଦିନ ଦ୍ୱିପ୍ରହରରେ ଜଣେ ମାନସିକ ଦୁର୍ବଳ ନାବାଳିକାକୁ ବାନ୍ଧି ପିଟିଥିଲେ। ମାତ୍ର କେହି ପ୍ରତିବାଦ କରିନଥିଲେ। ସାମାନ୍ୟ କାଠ ଚୋରିକୁ ନେଇ ଏପରି ବର୍ବରତା ଘଟିଥିବା କୁହାଯାଉଛି। ଏପରି ଅମାନୁସିକ କାର୍ଯ୍ୟର ଭିଡ଼ିଓ ଭାଇରାଲ ହେବା ପରେ ବାଲେଶ୍ୱର ଜିଲ୍ଲା ସୋର ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।</p><p>ସୋର ଥାନା ସାଜନପୁର ଗାଁର କାର୍ତ୍ତିକ ଲେଙ୍କାଙ୍କ ନାବାଳିକା ଝିଅ ରଚନା ମାନସିକ ଦୁର୍ବଳ। ଗତ ଗୁରୁବାର ରଚନା ପଡୋଶୀ ଲକ୍ଷ୍ମୀଧର ସାହୁଙ୍କ ବାଡ଼ିରୁ କାଠ ଖଣ୍ଡେ ନେଇଯାଇଥିବା ଅଭିଯୋଗ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ବିପିନ୍&zwnj; ସାହୁ ନାମକ ଜଣେ ଯୁବକ ଗାଁର ଜଣେ ମହିଳାଙ୍କ ସହ ମିଶି ରଚନାକୁ ପ୍ରଥମେ ବାନ୍ଧି ପକାଇଥିଲେ। ପରେ ଗୋଇଠା ବିଧା ମାରିଥିଲେ। ଏପରିକି ଘୋଷାରୀ ଘୋଷାରୀ ନେଇ କଚାଡି ଦେଇଥିଲେ। ଝିଅଟି ଯେତେ ନେହୁରା ହେଉଥିଲେ ମଧ୍ୟ ତାଙ୍କ କଥା କେହି ଶୁଣି ନ ଥିଲେ। ଏପରି ଦୃଶ୍ୟ ଦେଖିଲେ ଆଖିରୁ ଲୁହ ଆସିଯିବ। ଏହି ସମୟରେ ଗାଁ ଲୋକେ ଠିଆ ହୋଇ ସବୁ ଦେଖିଥିଲେ ମଧ୍ୟ କେହି ପ୍ରତିବାଦ କରୁନଥିଲେ। ବାଲେଶ୍ୱର ଏସ୍&zwnj;ଡିପିଓଙ୍କ ନେତୃତ୍ୱରେ ପୋଲିସ ଗାଁରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos