ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ମତଦାନ କେନ୍ଦ୍ରରେ ଇଭିଏମ୍ ଭାଙ୍ଗିବା ଅଭିଯୋଗରେ ସୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ନୀଳମଣି ବିଷୋୟୀ ଥାନାରେ ଅଟକ ଥିବା ବେଳେ ଏହି ଘଟଣା ଏକ ନୂଆମୋଡ଼ ନେଇଛନ୍ତି।
ନୀଳମଣି ବିଷୋୟୀ ପାଲଟା ଅଭିଯୋଗ କରିଛନ୍ତି ଯେ ବିଜେଡି କର୍ମୀମାନେ ଇଭିଏମ୍ ଭାଙ୍ଗାରୁଜା କରିଛନ୍ତି।
ସେ କହିଛନ୍ତି, ବିଜେଡି କର୍ମୀ ବୁଥ୍ ରିଗିଂ କରୁଥିବା ଖବର ପାଇ ଯାଇଥିଲି। ବୁଥ୍ରେ ବିଜେଡି କର୍ମୀଙ୍କ ସହ କଥା କଟାକଟି ହୋଇଥିଲା। ତା’ସହିତ ଠେଲାପେଲା ବି ହୋଇଥିଲା। ଠେଲାପେଲା ବେଳେ ବିଜେଡି କର୍ମୀ ହିଁ ଇଭିଏମ୍ ଭାଙ୍ଗିଥିଲେ।
ଅଭିଯୋଗ ଅନୁଯାୟୀ, ଆଜି ମତଦାନ ଚାଲିଥିବା ବେଳେ ରେଣ୍ଟି ଗାଁର ୧୮୨ ନମ୍ବର ବୁଥ୍ରେ ନୀଳମଣି ଇଭିଏମ୍ ଭଙ୍ଗାରୁଜା କରିଥିଲେ।
ଏ ଘଟଣା ସଂପର୍କରେ ପୂର୍ବରୁ ସୂଚନା ଦେଇ ଗଞ୍ଜାମ ଜିଲ୍ଲାପାଳ କହିଥିଲେ ଯେ ବିଜେପି ପ୍ରାର୍ଥୀ ନୀଳମଣି ବିଷୋୟୀ ଇଭିଏମ୍ ଭଙ୍ଗାରୁଜା କରିଛନ୍ତି। ଏନେଇ ଥାନାରେ ଏତଲା ଦିଆଯିବ। ତା’ସହିତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ମଧ୍ୟ ଏ ନେଇ ଅବଗତ କରାଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ପ୍ଲାଷ୍ଟିକ୍ ବିରୋଧରେ ବଡ଼ ଲଢେଇ; ମାଗଣାରେ ଯୋଗାଇ ଦିଆଯାଉଛି ଷ୍ଟିଲ୍ ପ୍ଲେଟ, ଗ୍ଲାସ୍
ପରିବେଶ ସୁରକ୍ଷା ପାଇଁ ନୂଆପଡା ଜିଲ୍ଲା ଖରିଆର ରୋଡ୍ର ୨୦ ଜଣ ଯୁବକ ଓ ଯୁବତୀ ମିଶି ଗଢ଼ିଛନ୍ତି ‘ପହଲ’ ଅନୁଷ୍ଠାନ। ଏହି ଅନୁଷ୍ଠାନ ପଲିଥିନ୍ ଓ ପ୍ଲାଷ୍ଟିକ ବିରୋଧରେ ଲଢ଼େଇ ଆରମ୍ଭ କରିଛି।
Weather
୩ ଦିନ ପରେ ବଢ଼ିବ ଶୀତ, କଲବଲ କରିବ ଘନ କୁହୁଡ଼ି!
ଶୀତ ପରେ ରାଜ୍ୟବାସୀଙ୍କୁ କୁହୁଡି କଲବଲ କରିବ। ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ ଓ କୋରାପୁଟ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ରହିଛି।
Accident
ତଳକୁ ଝୁଲି ରହିଥିଲା ୧୧ କେଭି ବିଦ୍ୟୁତ୍ ତାର, ଉଠାଇବା ବେଳେ ୨ ଗୁରୁତର
ବିଲ ଦେଇ ଯାଇଥିବା ୧୧କେଭି ବିଦ୍ୟୁତ୍ ତାର ତଳକୁ ଝୁଲି ରହିଥିଲା । କୌଣସି ଅଘଟଣ ଆଶଙ୍କାରେ ତାହାକୁ ଉପରକୁ ଉଠାଇଥିଲେ ଧାନ କଟା ମେସିନ୍ର ଡ୍ରାଇଭର ଓ ହେଲପର ।
Crime
ବାଇକ୍ରେ ଆସିଲେ, ସୁନା ଚେନ୍ ଝାମ୍ପି ନେଲେ
ବାଇକ୍ରେ ଆସିଲେ। ଆଖି ପିଛୁଳାକେ ସ୍ପଷ୍ଟ ଦିବାଲୋକରେ ଥାନା ସମ୍ମୁଖରୁ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ ।
Crime
ମଦ୍ୟପ ପୁଅର ନିର୍ଯାତନା ଅତିଷ୍ଠ କଲା, ଛୁରୀ ଭୁଷିଦେଲା ବାପା
ମଦ୍ୟପ ପୁଅର ନିର୍ଯାତନା ଅତିଷ୍ଠ କଲା। ଯେଉଁ ପୁଅ ବାପାର ସାହାରା ପାଲଟିବା କଥା, ସେ ମୁଣ୍ଡ ବିନ୍ଧାର କାରଣ ପାଲଟିଲା। ମଦ ନିଶାରେ ଚୁର ପୁଅର ସବୁବେଳେ କଲବଲ କରିବାରୁ ତାକୁ ରାସ୍ତାରୁ ସଫା କରିଦେଲା ବାପା।