ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ପରେ କ’ଣ କହିଲେ ସୌମ୍ୟରଂଜନ, ପଢନ୍ତୁ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଶେଷରେ ‘ସମ୍ବାଦ’ ସମ୍ପାଦକ ତଥା ନିକଟରେ ବିଜେଡିରେ ମିଶିଥିବା ସୌମ୍ୟରଂଜନ ପଟ୍ଟନାୟକ ଏମ୍‌ପି ହେଲେ। ଓଡିଶା ଲୋକଙ୍କ ଦୁଃଖ ଓ ସେମାନଙ୍କ ଉନ୍ନତି ଦିଗରେ କାମ କରିବେ। ଦିଲ୍ଲୀ ଦରବାରରେ ଓଡିଆଙ୍କୁ ପ୍ରତିନଧିତ୍ୱ କରିବେ। ଆଉ ସେଠିକି ଯାଇ କ’ଣ କହିବେ ସେ ନେଇ ମିଡିଆ ଆଗରେ ଆଜି ରଖିଛନ୍ତି ନିଜ ମତ। କହିଛନ୍ତି- “ରାଜ୍ୟର ପ୍ରମୁଖ ପ୍ରସଙ୍ଗକୁ ରାଜ୍ୟସଭାରେ ଉତ୍‌ଥାପନ କରିବି। ଦୀର୍ଘଦିନ ଗଣମାଧ୍ୟମରେ କାର୍ଯ୍ୟ କରିବା ଏବଂ ସାଧାରଣ ଲୋକଙ୍କ ସହ […]

soumya

Rakesh Mallick
  • Published: Thursday, 15 March 2018
  • , Updated: 15 March 2018, 08:09 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଶେଷରେ ‘ସମ୍ବାଦ’ ସମ୍ପାଦକ ତଥା ନିକଟରେ ବିଜେଡିରେ ମିଶିଥିବା ସୌମ୍ୟରଂଜନ ପଟ୍ଟନାୟକ ଏମ୍‌ପି ହେଲେ। ଓଡିଶା ଲୋକଙ୍କ ଦୁଃଖ ଓ ସେମାନଙ୍କ ଉନ୍ନତି ଦିଗରେ କାମ କରିବେ। ଦିଲ୍ଲୀ ଦରବାରରେ ଓଡିଆଙ୍କୁ ପ୍ରତିନଧିତ୍ୱ କରିବେ। ଆଉ ସେଠିକି ଯାଇ କ’ଣ କହିବେ ସେ ନେଇ ମିଡିଆ ଆଗରେ ଆଜି ରଖିଛନ୍ତି ନିଜ ମତ।

କହିଛନ୍ତି- “ରାଜ୍ୟର ପ୍ରମୁଖ ପ୍ରସଙ୍ଗକୁ ରାଜ୍ୟସଭାରେ ଉତ୍‌ଥାପନ କରିବି। ଦୀର୍ଘଦିନ ଗଣମାଧ୍ୟମରେ କାର୍ଯ୍ୟ କରିବା ଏବଂ ସାଧାରଣ ଲୋକଙ୍କ ସହ ରହିବା ଭିତରେ ମୋର ଯେଉଁ ଦୀର୍ଘ ଅନୁଭୂତି ରହିଛି, ତାହା ଆଧାରରେ ରାଜ୍ୟର ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ସଂସଦରେ ଉପସ୍ଥାପନ କରିବି। ଓଡ଼ିଶା କିପରି ଏକ ଆଗୁଆ ରାଜ୍ୟ ହୋଇପାରିବ ସେ ଦିଗରେ ଉଦ୍ୟମ ଜାରି ରଖିବି। ଓଡ଼ିଶାର ପଛୁଆପଣ ଦୂର ଲାଗି ସ୍ୱତନ୍ତ୍ର ସୁବିଧା ସୁଯୋଗର ଆବଶ୍ୟକତା ରହିଛି। କେନ୍ଦ୍ର ସରକାରଙ୍କ ରାଜନୈତିକ ଦୃଷ୍ଟିଭଙ୍ଗୀ ହେଉ ବା ଅବହେଳା କରି ହେଉ, ଓଡ଼ିଶାକୁ ସ୍ୱତନ୍ତ୍ର ପ୍ୟାକେଜ ପ୍ରଦାନ କରିନାହାଁନ୍ତି। ଏଣୁ ଓଡ଼ିଶାକୁ କିଭଳି ସ୍ୱତନ୍ତ୍ର ସୁବିଧା ସୁଯୋଗ ମିଳିବ ସେଥିପାଇଁ ସଂସଦରେ ସ୍ୱର ଉତ୍ତୋଳନ କରିବି।”

ସୂଚନାଯୋଗ୍ୟ ଯେ, ନିକଟରେ ନିଦ୍ୱର୍ନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ସୌମ୍ୟରଂଜନ ପଟ୍ଟନାୟକଙ୍କୁ ନେଇ ଚର୍ଚ୍ଚା ଥିମିବାର ନାଁ ଧରୁନି। ସୌମ୍ୟ ଏବେ ହେଉଛନ୍ତି ସୋସିଆଲ ମିଡିଆରେ ସବୁଠାରୁ ଚର୍ଚ୍ଚିତ ଚେହେରା। କାରଣ ମାତ୍ର ଗୋଟିଏ। ସେ ବିଜେଡି ପକ୍ଷରୁ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଦୁନିଆଯାକର ନିନ୍ଦା ତାଙ୍କୁ ମୁଣ୍ଡାଇବାକୁ ପଡିଛି। ବିଗତ ଦିନରେ ଅନେକ ସରକାର ବିରୋଧୀ ଆନ୍ଦୋଳନରେ ନିଜକୁ ସାମିଲ ରଖିଥିବା ସୌମ୍ୟବାବୁ ହଠାତ୍‌ ବିଜେଡିରେ ମିଶିବା ନେଇ ଆଲୋଡନ ସୃଷ୍ଟି ହୋଇଥିଲା। କୃଷକଙ୍କ ପାଇଁ ଆନ୍ଦୋଳନ କରୁଥିବା ଓ ନବୀନ ସରକାରଙ୍କ ଅପାରଗ କହି କଟାକ୍ଷ କରୁଥିବା ସୌମ୍ୟ ହଠାତ୍‌ ପଟ୍ଟ ପରିବର୍ତ୍ତନ କରି ବିଜେଡିରେ ସାମିଲ ହେବା ଘଟଣାକୁ ପ୍ରାୟ ଅଧିକାଂଶ ଲୋକେ ଗ୍ରହଣ କରିପାରି ନ ଥିଲେ। ବୈଜୟନ୍ତ ପଣ୍ଡାଙ୍କୁ ବିଦା କରାଯିବା ପରେ ଓ ପ୍ରମୁଖ ଗଣମାଧ୍ୟମ ଓଟିଭି ବିପକ୍ଷରେ କଥା କହି ବିଜେଡି ଏକରକମ ପ୍ରତିଶୋଧ ପରାୟଣ ହୋଇ ସୌମ୍ୟଙ୍କ ହାତ ଧରିଛି ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଆଉ ଖାସ୍‌ ସେଇଥିପାଇଁ ସୌମ୍ୟ ଆଜି ରାଜ୍ୟସଭାରେ।

Related story