ବୀରମିତ୍ରପୁର(ରାକେଶ ସାହୁ): ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗ୍ରାମାଞ୍ଚଳର କିଛି ଖଳ ଲୋକଙ୍କ ପ୍ରରୋଚନାରେ ମଣିଷ ମଣିଷର ଜୀବନ ନେବାକୁ ତିଳେ ମାତ୍ର ଚିନ୍ତା କରୁନାହିଁ ଯେ ଏହା ପରେ ମୋର ମୋ ପରିବାରର ଅବସ୍ତା କ 'ଣ ହେବ । ଏହି ଅନ୍ଧ ବିଶ୍ୱାସକୁ ନେଇ ବୀବିରମିତ୍ରପୁର ଥାନା ଅଞ୍ଚଳରେ ଏକ ସଚେତନତା ରଥ ଗଡ଼ିଛି। ନୂତନ ଭାବେ ସୁନ୍ଦରଗଡରେ ଏସପି ଭାବେ ଯୋଗ ଦେଇଥିବା ସାଗରିକା ନାଥଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମବାସୀଙ୍କୁ ସଚେତନ କରାଯାଇଥିଲା।
ଏନେଇ ଏସପିଙ୍କ ନିର୍ଦ୍ଦେଶରେ ସାଦ୍ରୀ ଓ ଓଡିଆ ଭାଷାରେ ଦୁଇଟି କ୍ୟାସେଟ ପ୍ରସ୍ତୁତ ହୋଇଛି । ଯଦ୍ୱାରା ଲୋକଙ୍କୁ ସଠିକ ଭାବେ ସେମାନଙ୍କ ମନରୁ ଅନ୍ଧ ବିଶ୍ୱାସ ଦୂର କରିବା ସହ ଏହିସବୁ ଅବାନ୍ତର କଥାରେ ପଡି ନିଜ ପରିବାର ପରିଜନଙ୍କୁ ଅସୁବିଧାରେ ନ ପକାଇବାକୁ ସଚେତନ କରାଯିବ । ଆଜି ସୁନ୍ଦରଗଡ଼ ଏସପି ବୀରମିତ୍ରପୁର ଥାନାରେ ପହଞ୍ଚି ସଚେତନତା ରଥକୁ ଉଦଘାଟନ କରିବା ସହ ଅତିରିକ୍ତ ଏସପି ଆର ଏନ ବାରିକଙ୍କ ସହିତ ସବୁଜ ପତାକା ଦେଖାଇ ପରିଭ୍ରମଣ ସକାସେ ସଙ୍କେତ ପ୍ରଦାନ କରିଥିଲେ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଜବରଦଖଲ ଉଚ୍ଛେଦକୁ ବିରୋଧ, ପ୍ରଶାସନ ଲାଗୁ କଲା କର୍ଫ୍ୟୁ
ବାଲେଶ୍ୱରର ଯାଦପୁର, ଅକ୍ତିଆରପୁର ଓ ଭାସ୍କରଗଞ୍ଜ ମୌଜାରେ ଜବରଦଖଲ ଉଚ୍ଛେଦ ପାଇଁ ପ୍ରଶାସନ କଠୋର ପଦକ୍ଷେପ ନେଇଛି । ସେହି ସ୍ଥାନରେ ତୃତୀୟ ଲାଇନ କାମରେ ବାଧକ ସାଜିଛନ୍ତି ଜବରଦଖଲକାରୀ ।
Crime
ରାତି ଅଧରେ ଫୁଟିଲା ବୋମା, ଦୁର୍ବୃତ୍ତ ଫେରାର
ଗତ ରାତିରେ ଫୁଟିଛି ବୋମା । ଜଣେ ବାଉଁଶ ବ୍ୟବସାୟୀଙ୍କ ଘର ଉପରକୁ ହୋଇଛି ବୋମା ମାଡ଼ ।
Events & Festivals
ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ପ୍ରବାସୀ ଭାରତୀୟ ପ୍ରଦର୍ଶନୀ
ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ପ୍ରବାସୀ ଭାରତୀୟ ପ୍ରଦର୍ଶନୀ। ଆଜି ସକାଳ ୧୦ଟାରୁ ପ୍ରଦର୍ଶନୀ ଖୋଲା ରହିବ।
Miscellaneous
ଖୁବଶୀଘ୍ର ପ୍ରବାସୀ ଓଡ଼ିଆ ନୀତି, ଦାୟିତ୍ୱରେ ରହିବେ ମନ୍ତ୍ରୀ
ପ୍ରବାସୀ ଭାରତୀୟ ଦିବସ ସମାରୋହର ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱତନ୍ତ୍ର ଭାବେ ପ୍ରବାସୀ ଓଡ଼ିଆଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।
Miscellaneous
ବିଏମସି ନିଷ୍ପତ୍ତି: ମୃତ ସହଦେବଙ୍କ ପତ୍ନୀଙ୍କୁ ୫ଲକ୍ଷ ଟଙ୍କା ଓ ସୁପରଭାଇଜର ଚାକିରି
ବିଏମସି ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ତଥା ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଂଚି ନାରାୟଣ ମହାସୁପକାରଙ୍କ ଉପସ୍ଥିତିରେ ଅନୁଷ୍ଠିତ ସ୍ୱତନ୍ତ୍ର ବୈଠକରେ ଆଲୋଚନା ପରେ ସହଦେବଙ୍କ ପରିବାରକୁ ଏହି ଅନୁକମ୍ପାମୂଳକ ସହାୟତା ଦେବାକୁ ନିଷ୍ପତ୍ତି ନିଆଯାଇଛି ।