ଶ୍ରୀକ୍ଷେତ୍ରରେ ଆଜି ପୂଜା ହେବ ରଥ କାଠ

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀରେ ଶ୍ରୀଜିଉଙ୍କ ରଥ ନିର୍ମାଣ ଲାଗି ଆଜି ରଥକାଠର ପୂଜାର୍ଚ୍ଚନା କରାଯିବ। ପରମ୍ପରା ଅନୁସାରେ ଆଜି ୩ ଖଣ୍ଡ ୧୨ ଫୁଟିଆ ଧଉରା କାଠକୁ ପୂଜାର୍ଚ୍ଚନା କରାଯିବ। ସନ୍ଧ୍ୟା ପ୍ରାୟ ୬ଟା ୩୦ରେ ରାଜଗୁରୁ, ଶ୍ରୀମନ୍ଦିର ପୁରୋହିତ ଓ  ଶ୍ରୋତ୍ରୀୟ ବ୍ରାହ୍ଣଣଙ୍କ ଉପସ୍ଥିତିରେ ତିନି ଖଣ୍ଡ କାଠକୁ ଧୂପ ଓ ଦୀପ ନୈବେଦ୍ୟ ଦେଇ ପୂଜା କରାଯିବ। ଏହି କାଠ କଟକ ଖପୁରିଆ କରତ କଳରୁ ପଠାଯାଇଥାଏ। ବିଧି ମୁତାବକ ଏହି ତିନି ଖଣ୍ଡ କାଠରେ ରଥର କଣଗୁଜ ନିର୍ମାଣ କରାଯାଇଥାଏ।