ସେପ୍ଟେମ୍ବର ୩ରୁ ସ୍ପେଶାଲ ଓଜେଇ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ସେପ୍ଟେମ୍ବର ୩ ତାରିଖ ଠାରୁ ସ୍ୱତନ୍ତ୍ର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଅନୁଷ୍ଠିତ ହେବ। ସେପ୍ଟେମ୍ବର ୩, ୪ ଓ ୭ ତାରିଖରେ ଏହି ପରୀକ୍ଷା ହେବ। କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ (ସିବିଟି) ମୋଡରେ ୪ଟି ସିଫ୍ଟରେ ପରୀକ୍ଷାର କରାଯିବ ବୋଲି ଓଡ଼ିଶା ଓଜେଇ ଚେୟାରମ୍ୟାନ୍‌ ସୂଚନା ଦେଇଛନ୍ତି। ଓଜେଇଇ ପକ୍ଷରୁ କୁହାଯାଇଛି ଯେ, ସେପ୍ଟେମ୍ବର ୩ ତାରିଖରେ ଏମ୍‌ବିଏ ପାଇଁ ପରୀକ୍ଷା ପୂର୍ବାହ୍ନ ୯ଟାରୁ ୧୦ ଓ ସାଢ଼େ ୧୧ଟାରୁ ସାଢ଼େ […]

Ojee

  • Published: Wednesday, 24 August 2022
  • , Updated: 24 August 2022, 09:07 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ସେପ୍ଟେମ୍ବର ୩ ତାରିଖ ଠାରୁ ସ୍ୱତନ୍ତ୍ର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଅନୁଷ୍ଠିତ ହେବ। ସେପ୍ଟେମ୍ବର ୩, ୪ ଓ ୭ ତାରିଖରେ ଏହି ପରୀକ୍ଷା ହେବ। କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ (ସିବିଟି) ମୋଡରେ ୪ଟି ସିଫ୍ଟରେ ପରୀକ୍ଷାର କରାଯିବ ବୋଲି ଓଡ଼ିଶା ଓଜେଇ ଚେୟାରମ୍ୟାନ୍‌ ସୂଚନା ଦେଇଛନ୍ତି।

ଓଜେଇଇ ପକ୍ଷରୁ କୁହାଯାଇଛି ଯେ, ସେପ୍ଟେମ୍ବର ୩ ତାରିଖରେ ଏମ୍‌ବିଏ ପାଇଁ ପରୀକ୍ଷା ପୂର୍ବାହ୍ନ ୯ଟାରୁ ୧୦ ଓ ସାଢ଼େ ୧୧ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ହେବ। ସେହିଭଳି ‌ଏଲ୍‌ଇ-ଟେକ୍‌ (ଡିପ୍ଲୋମା) ପାଇଁ ଅପରାହ୍ନ ୨ଟାରୁ ୩ଟା ଏବଂ ସାଢ଼େ ୪ଟାରୁ ସାଢ଼େ ୫ଟା ପର୍ଯ୍ୟନ୍ତ ପରୀକ୍ଷା ହେବ। ସେପ୍ଟେମ୍ବର ୪ ତାରିଖ ବି.ଟେକ୍‌ ପାଇଁ ସକାଳ ୯ଟାରୁ ୧୦ଟା, ସାଢ଼େ ୧୧ଟାରୁ ସାଢ଼େ ୧୨ଟା ଏବଂ ଅପରାହ୍ନ ୨ଟାରୁ ୩ଟା ମଧ୍ୟରେ ପରୀକ୍ଷା କରାଯିବ।

ସେହିଭଳି ସେପ୍ଟେମ୍ବର ୭ ତାରିଖ ପୂର୍ବାହ୍ନ ୯ଟାରୁ ୧୦ଟା ବି.ଫାର୍ମ ପାଇଁ, ଦିନ ସାଢ଼େ ୧୧ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ବି.ଫାର୍ମ ସହିତ ଏମ୍‌.ଟେକ୍‌(ଅଲ୍ ସବ୍‌ଜେକ୍ଟ), ଏମ୍‌ ଆର୍କିଟେକ, ଏମ୍‌ ଫାର୍ମ ଏବଂ ଏଲ୍‌ଇ-ଟେକ୍‌ (ବି.ଏସ୍‌ସି) ପାଇଁ; ଅପରାହ୍ନ ୨ଟାରୁ ୩ଟା ପର୍ଯ୍ୟନ୍ତ ଏମ୍‌ସିଏ ପାଇଁ ପରୀକ୍ଷା ହେବ।

ପରୀକ୍ଷା ସୂଚୀ ଓଜେଇର ୱେବସାଇଟ୍‌ www.ojee.nic/www.odishajee.com ରେ ଉପଲବ୍ଧ ହେବ ବୋଲି ସୂଚନା ଦିଆଯାଇଛି।

Related story