ଗରମରୁ ତ୍ରାହି ପାଇବାକୁ ବୋଳି ହୁଅନ୍ତି ଚନ୍ଦନ, ଆରମ୍ଭ ହୁଏ ଆଲଟ ସେବା

ଭୁବନେଶ୍ୱର (ମିହିର ପଟ୍ଟନାୟକ): ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା। ପୁରୀ ଶ୍ରୀମନ୍ଦିରରେ ବିରାଜିତ ଶ୍ରୀ ବିଗ୍ରହମାନଙ୍କୁ ଆଜିର ଦିନରେ କିଲୋ କିଲୋ ଚନ୍ଦନ ପ୍ରଲେପ ଲଗାଯାଇଥାଏ। ଯାହାକି ଅତ୍ୟନ୍ତ ବ୍ୟୟବହୂଳ। ବୈଶାଖ ମାସର ତାତିରେ ଆମେ ସନ୍ତୁଳୀ ହେଉଥିବା ବେଳେ କଳାଠାକୁରଙ୍କ ପାଖରେ ନିବେଦିତ ହୋଇଥାଏ ଶୀତଳ ଉପଚାର। ରଥଯାତ୍ରା ପାଇଁ କାଠ ଅନୁକୂଳ ସହ ଚନ୍ଦନ ଲାଗି, ଚାପ ଖେଳ ବା ନୌକା ବିହାର ସହ ଆଲଟ ଲାଗି ସେବା ଏହି ଦିନ ଆରମ୍ଭ […]

chandan

Rakesh Mallick
  • Published: Wednesday, 18 April 2018
  • , Updated: 18 April 2018, 08:52 AM IST

ଭୁବନେଶ୍ୱର (ମିହିର ପଟ୍ଟନାୟକ): ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା। ପୁରୀ ଶ୍ରୀମନ୍ଦିରରେ ବିରାଜିତ ଶ୍ରୀ ବିଗ୍ରହମାନଙ୍କୁ ଆଜିର ଦିନରେ କିଲୋ କିଲୋ ଚନ୍ଦନ ପ୍ରଲେପ ଲଗାଯାଇଥାଏ। ଯାହାକି ଅତ୍ୟନ୍ତ ବ୍ୟୟବହୂଳ। ବୈଶାଖ ମାସର ତାତିରେ ଆମେ ସନ୍ତୁଳୀ ହେଉଥିବା ବେଳେ କଳାଠାକୁରଙ୍କ ପାଖରେ ନିବେଦିତ ହୋଇଥାଏ ଶୀତଳ ଉପଚାର। ରଥଯାତ୍ରା ପାଇଁ କାଠ ଅନୁକୂଳ ସହ ଚନ୍ଦନ ଲାଗି, ଚାପ ଖେଳ ବା ନୌକା ବିହାର ସହ ଆଲଟ ଲାଗି ସେବା ଏହି ଦିନ ଆରମ୍ଭ ହୋଇଥାଏ।

[caption id="attachment_228435" align="aligncenter" width="415"] ମହାପ୍ରଭୁଙ୍କ ଆଲଟ[/caption]

ପ୍ରତିଦିନ ସନ୍ଧ୍ୟାଧୂପ ପରେ ମହାପ୍ରଭୁଙ୍କ ଚନ୍ଦନଲାଗି ନୀତି ଅନୁଷ୍ଠିତ ହେଉଥିବା ବେଳେ ଅକ୍ଷୟତୃତୀୟାଠାରୁ ୪୨ ଦିନ ଧରି ଅତିରିକ୍ତ ଚନ୍ଦନ ଉପଚାର କରାଯାଇଥାଏ। ଖରା ଓ ଗରମ ଦାଉରୁ ମହାପ୍ରଭୁଙ୍କୁ ଶୀତଳତା ପ୍ରଦାନ ଲାଗି ଏହି ଉତ୍ସବର ଆୟୋଜନ ହୋଇଥାଏ। ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଅକ୍ଷୟ ତୃତୀୟାଠାରୁ ଦେବସ୍ନାନ ପୂର୍ଣ୍ଣିମା ପର୍ଯ୍ୟନ୍ତ ଠାକୁରମାନଙ୍କୁ ପ୍ରତିଦିନ ସାତ ସେର ଘୋରା ଚନ୍ଦନ ଲାଗି ହୋଇଥାଏ। ୩ଟି ବଡ଼ ରୂପା ପିଙ୍ଗଣରେ ଚନ୍ଦନ ଘୋରାଯାଇ ଠାକୁରଙ୍କ ସର୍ବାଙ୍ଗରେ ଲାଗି ହୋଇଥାଏ। ଏହି ଚନ୍ଦନ ଲାଗି ସମୟରେ ଆଲଟ ବା ପାରମ୍ପରିକ ବିଞ୍ଚଣାରେ ମହାପ୍ରଭୁଙ୍କୁ ପଙ୍ଖା କରାଯାଉଥିବା ବେଳେ ସୁଗନ୍ଧିତ ମଲ୍ଲୀଫୁଲ, ଗୋଲାପ, ଦୁବ ଓ ତୁଳସୀରେ ନିର୍ମିତ ଝୁମ୍ପା, ଚଉସରା, ଅଳକା, ଚୂଳ ଭଳି ପାରମ୍ପରିକ ପୁଷ୍ପ ଅଳଙ୍କାରରେ ବେଶ କରାଯାଇଥାଏ। ଖାଲି ଚନ୍ଦନ ନୁହେଁ, ଆମ ସାଧାରଣ ମଣିଷଙ୍କ ଭଳି ମହାପ୍ରଭୁ ମଧ୍ୟ ଗରମରୁ ରକ୍ଷା ପାଇବାକୁ ସ୍ୱତନ୍ତ୍ର ସୁତା ଲୁଗା ପରିଧାନ କରିଥାନ୍ତି ।

ସୂଚନାଯୋଗ୍ୟ, ହିନ୍ଦୁମାନଙ୍କ ପାଇଁ ଦିନଟି ହେଉଛି ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ। ଏହି ଦିନ ସତ୍ୟଯୁଗର ଆରମ୍ଭ ହୋଇଥିଲା । ବେଦ ରଚନା ମଧ୍ୟ ହୋଇଥିଲା ବୋଲି କୁହାଯାଏ। ଏଣୁ ଏହି ପବିତ୍ର ଦିନରେ ଯେ କୌଣସି କାର୍ଯ୍ୟ ଆରମ୍ଭ କରିବା ଶୁଭପ୍ରଦ ବୋଲି ସାରା ଭାରତରେ ବିଶ୍ୱାସ ରହିଛି। ଏହିଦିନ କୌଣସି ଶୁଭକାର୍ଯ୍ୟ ଆରମ୍ଭ ବେଳେ ଭଲ ବେଳା ନିରୂପଣ କରାଯାଏ ନାହିଁ। କାରଣ ଏହି ଦିନଟି ହିଁ ପବିତ୍ର। ଏହି କଥାକୁ ଆଧାର କରି ଓଡ଼ିଆ ଘରେ ଅଖିମୁଠି ଅନୁକୂଳ ପରମ୍ପରା ମଧ୍ୟ ଚାଲିଆସୁଛି।

Related story