ଋଷିକେଶ ଓ ହରିଦ୍ୱାର ଅଭିମୁଖେ ଗଲେ ୯୬୭ ବରିଷ୍ଠ ନାଗରିକ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱରରୁ ଆଜି ୯୬୭ ଜଣ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା କରିଛନ୍ତି। ପାଞ୍ଚଟି ଜିଲ୍ଲାର ସମସ୍ତ ଯାତ୍ରୀ ବାଲେଶ୍ୱର ରେଳ ଷ୍ଟେସନରେ ଏକତ୍ର ହୋଇଥିଲେ। ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍‌ଫେନ୍ସରେ ଉଦ୍‌ଘାଟନ କରିବା ପରେ ସ୍ୱତନ୍ତ୍ର ଟ୍ରେନଟି ଋଷିକେଶ ଓ ହରିଦ୍ୱାର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ତୀର୍ଥଯାତ୍ରା ଟ୍ରେନ୍‌ରେ ବାଲେଶ୍ୱରରୁ ୨୨୬ ଜଣ, ଭଦ୍ରକରୁ ୧୪୬ ଜଣ, କେନ୍ଦୁଝରରୁ ୧୭୫, ମୟୂରଭଞ୍ଜରୁ ୨୪୫ ଓ ଯାଜପୁରରୁ ୧୭୮ ଜଣ ବରିଷ୍ଠ […]

train

Manoranjan Sial
  • Published: Friday, 13 December 2019
  • , Updated: 13 December 2019, 05:29 PM IST

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱରରୁ ଆଜି ୯୬୭ ଜଣ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା କରିଛନ୍ତି। ପାଞ୍ଚଟି ଜିଲ୍ଲାର ସମସ୍ତ ଯାତ୍ରୀ ବାଲେଶ୍ୱର ରେଳ ଷ୍ଟେସନରେ ଏକତ୍ର ହୋଇଥିଲେ। ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍‌ଫେନ୍ସରେ ଉଦ୍‌ଘାଟନ କରିବା ପରେ ସ୍ୱତନ୍ତ୍ର ଟ୍ରେନଟି ଋଷିକେଶ ଓ ହରିଦ୍ୱାର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା।

ତୀର୍ଥଯାତ୍ରା ଟ୍ରେନ୍‌ରେ ବାଲେଶ୍ୱରରୁ ୨୨୬ ଜଣ, ଭଦ୍ରକରୁ ୧୪୬ ଜଣ, କେନ୍ଦୁଝରରୁ ୧୭୫, ମୟୂରଭଞ୍ଜରୁ ୨୪୫ ଓ ଯାଜପୁରରୁ ୧୭୮ ଜଣ ବରିଷ୍ଠ ନାଗରୀକ ଯାତ୍ରା କରିଛନ୍ତି। ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସେମାନଙ୍କୁ ମେଡିସିନ ଦିଆଯାଇଛି। ଅଧିକ ସେବା ପାଇଁ ସେମାନଙ୍କ ସହ ପାଞ୍ଚଟି ଜିଲ୍ଲାରୁ ୩୦ ଜଣ ନୋଡାଲ ଅଫିସର ଯାଇଛନ୍ତି।

Related story