ସିପିଙ୍କ ରି-ଟ୍ୱିଟ୍‌ରେ ‘ମିଛୁଆ-ରାଧୁଆ’ ଉପାଖ୍ୟାନ, ଜବାବ ରଖିଲେ ଗୁରୁ ପ୍ରସାଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚର୍ଚ୍ଚାରେ ସିପିଙ୍କ ରି-ଟ୍ୱିଟ୍‌ ‘ମିଛୁଆ-ରାଧୁଆ’ ଉପାଖ୍ୟାନ । ଜଣେ ଯୁବକ ମେଡିସିନ୍ ନାମରେ ମିଛ କହିଥିବା ନେଇ ଭୁବନେଶ୍ୱର ପୁଲିସ କମିଶନର ଡ.ସୁଧାଂଶୁ ଷଡଙ୍ଗୀ ତାଙ୍କ ରି-ଟ୍ୱିଟ୍‌ରେ ମିଛୁଆ-ରାଧୁଆ’ ଉପାଖ୍ୟାନର ଉଦାହରଣ ଥୋଇଛନ୍ତି । ତେବେ ଜବାବରେ  ସମ୍ପୃକ୍ତ ଯୁବକ ଜଣକ ନିଜର ପ୍ରତିକ୍ରିୟା ରଖି ‘ମିଛୁଆ-ରାଧୁଆ’ ଆଖ୍ୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଘଟଣା ଅନୁଯାୟୀ, ଗୁରୁ ପ୍ରସାଦ ସାହୁ ନାମକ ଜଣେ ଯୁବକ ସିପିଙ୍କୁ ଏକ ଟ୍ୱିଟ୍‌ କରିଥିଲେ। ସେଥିରେ ସେ […]

cp

cp

Tapas Behera
  • Published: Tuesday, 07 April 2020
  • Updated: 08 April 2020, 11:37 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚର୍ଚ୍ଚାରେ ସିପିଙ୍କ ରି-ଟ୍ୱିଟ୍‌ ‘ମିଛୁଆ-ରାଧୁଆ’ ଉପାଖ୍ୟାନ । ଜଣେ ଯୁବକ ମେଡିସିନ୍ ନାମରେ ମିଛ କହିଥିବା ନେଇ ଭୁବନେଶ୍ୱର ପୁଲିସ କମିଶନର ଡ.ସୁଧାଂଶୁ ଷଡଙ୍ଗୀ ତାଙ୍କ ରି-ଟ୍ୱିଟ୍‌ରେ ମିଛୁଆ-ରାଧୁଆ’ ଉପାଖ୍ୟାନର ଉଦାହରଣ ଥୋଇଛନ୍ତି । ତେବେ ଜବାବରେ  ସମ୍ପୃକ୍ତ ଯୁବକ ଜଣକ ନିଜର ପ୍ରତିକ୍ରିୟା ରଖି ‘ମିଛୁଆ-ରାଧୁଆ’ ଆଖ୍ୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ଘଟଣା ଅନୁଯାୟୀ, ଗୁରୁ ପ୍ରସାଦ ସାହୁ ନାମକ ଜଣେ ଯୁବକ ସିପିଙ୍କୁ ଏକ ଟ୍ୱିଟ୍‌ କରିଥିଲେ। ସେଥିରେ ସେ ଲେଖିଛନ୍ତି ଯେ, ମୁଁ ନିମାପଡ଼ାରୁ କୁହୁଛି ମୋ ଦାଦା ଜଣେ ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ ପୀଡ଼ିତ। ଏନେଇ ସେ ଡାକ୍ତର ପିକେ ମିଶ୍ରଙ୍କ ସହ  ପରାମର୍ଶ କରି ମେଡିସିନ୍‌ ପାଇଁ ପ୍ରେସକ୍ରିପସନ ଆଣିଛନ୍ତି। ହେଲେ ଡାକ୍ତରଙ୍କ ପ୍ରେସ୍‌କ୍ରିପସନ ଅନୁଯାୟୀ ଉକ୍ତ ମେଡିସିନ୍‌ ଗୁଡ଼ିକ ନିମାପଡ଼ାରେ ଥିବା  ଔଷଧ ଦୋକାନରେ ଉପଲବ୍ଧ ନାହିଁ। ଏହି  ଔଷଧ ଗୁଡ଼ିକ କେବଳ ଭୁବନେଶ୍ୱରର ରାମ ମନ୍ଦିର ନିକଟରେ ଥିବା ଏକ ମେଡିସିନ୍‌ ଦୋକାନରେ ଉପଲବ୍ଧ। ତେଣୁ ତାଙ୍କୁ ଭୁବନେଶ୍ୱର ଯିବାକୁ ଅନୁମିତି ଦିଆଯାଉ ବୋଲି ଅନୁରୋଧ କରିଥିଲେ। ତେବେ ଜବାବରେ ସିପି ରି-ଟ୍ୱିଟ୍‌ କରି ଲେଖିଛନ୍ତି ଯେ, ସେ ଏ ବିଷୟରେ ଯାଞ୍ଚ କରି ଜାଣିବାକୁ ପାଇଛନ୍ତି ଯେ, ଉକ୍ତ ମେଡିସିନ୍‌ ଗୁଡ଼ିକ ନିମାପଡ଼ାରେ ଥିବା ମେଡିସିନ୍‌ ଦୋକାନରେ ଉପଲବ୍ଧ।

ଏହା ଅତ୍ୟନ୍ତ ଦୁଃଖର ବିଷୟ ଯେ ତୁମେ ଏକ ମିଛ ଟ୍ୱିଟ୍‌ କଲ। ତେଣୁ ଭବିଷ୍ୟତରେ  ଦାୟିତ୍ୱବାନ ହୁଅ। ଆମ ସମୟକୁ ନଷ୍ଟ କର ନାହିଁ। ଏହା ଅତ୍ୟନ୍ତ ଦୁଃଖର ବିଷୟ ସେ, ଅନେକ ଏମିତି ମେଡିସିନ୍‌ ନାମରେ ମିଛ କହି ଘରୁ ବାହାରକୁ ବାହାରୁଛନ୍ତି  ଏବଂ ସମସ୍ତଙ୍କ ପାଇଁ ଏଭଳି ‘ରାଧୁଆ ମିଛୁଆ’  ପ୍ରବ୍ଲେମ ତିଆରି କରୁଛନ୍ତି। ସିପିଙ୍କ ଏହି ପ୍ରତିକ୍ରିୟାରେ ଅନେକ ରି-ଟ୍ୱିଟ୍‌ କରି ଯେଉଁମାନେ ପୁଲିସକୁ ଏମିତି ହଇରାଣ କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ତେବେ ଏଥିରେ ଖୋଦ୍ ଗୁରୁ ପ୍ରସାଦ ସାହୁ ସିପିଙ୍କୁ ପୁଣି ଥରେ ରି-ଟ୍ୱିଟ୍‌ କରିଛନ୍ତି।

ସେ ଲେଖିଛନ୍ତି ଯେ, ସତ୍ୟାସତ୍ୟ ଯାଞ୍ଚ ନକରି ଏପରି ପ୍ରତିଉତ୍ତର ଦେବା ବା କାହାକୁ ମିଛୁଆ କହିବା ଠିକ ନୁହେଁ। ମୁଁ ଶହେ ପ୍ରତିଶତ ନିଶ୍ଚିତ ଉକ୍ତ ମେଡିସିନ୍‌ ଗୁଡ଼ିକ ନିମାପଡ଼ାରେ ମିଳୁ ନାହିଁ। ଆପଣ ନିମାପଡ଼ା ଆସି ବାସ୍ତବ କଥା ଯାଞ୍ଚ କରନ୍ତୁ ବୋଲି ଗୁରୁ ପ୍ରସାଦ ଉଲ୍ଲେଖ କରିଛନ୍ତି। ତେବେ ଏହାର ପ୍ରତି ଜବାବ ରଖିଛନ୍ତି ସିପି। ସେ ଲେଖିଛନ୍ତି ଯେ, ନିମାପଡ଼ା ପୁଲିସ୍ ଦ୍ୱାରା ଏ ବିଷୟରେ ଯାଞ୍ଚ କରାଯାଇଥିଲା। ସେଠିକାର ଆମ ଅଫିସରମାନେ ମେଡିସିନ୍‌ ଦୋକାନକୁ ଯାଇଥିଲେ ଏବଂ ଜାଣିବାକୁ ପାଇଲେ ଯେ, ଉକ୍ତ ମେଡିସିନ୍‌ ଗୁଡ଼ିକ ମିଳୁଛି। ତଥାପି ମୁଁ ଏନେଇ ପୁରୀ ଏସପିଙ୍କୁ  ଏବିଷୟରେ ତଦନ୍ତ ପାଇଁ ଅନୁରୋଧ କରିଛି। ତେବେ ଟ୍ୱି-ଟ୍‌ରେ ସିପି ଓ ଗୁରୁ ପ୍ରସାଦଙ୍କ ଏହି ଜବାବ-ପ୍ରତି ଜବାବ ସୋଶାଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story