ଆମେ ଆଉ କାହିଁକି ଓଡ଼ିଶା ଫେରିବୁ...

ସୁରତ (ଶୈଳେଶ ଚମ୍ପାନେରିଆ): ମହାମାରୀ ‘କରୋନା’ ମହାସଙ୍କଟ ଭିତରେ ଚଳଚଞ୍ଚଳ ହୋଇଛି ସୁରତ ସହର। ଜୀବନ୍ୟାସ ପାଇଛି ସୂତାକଳ ନଗରୀ। ୨ ମାସ ଧରି ଦାନାପାଣିକୁ ନେଇ ଚିନ୍ତାରେ ପଡ଼ିଥିବା ପ୍ରବାସୀ ଓଡ଼ିଆଙ୍କୁ ମିଳିଛି ରୋଜଗାର। ହେଲେ ଯେଉଁ ସୂତାକଳରେ କାମ କରୁଥିବା ଶ୍ରମିକମାନେ ଓଡ଼ିଶା ଫେରିଆଛନ୍ତି, ସେମାନେ ଆଉ ସୁରତ ଫେରିବାକୁ ମଙ୍ଗୁନାହାଁନ୍ତି। ଆଉ ଯେଉଁମାନେ ସୁରତରେ ଅଛନ୍ତି, ସେମାନେ କହୁଛନ୍ତି ଆମେ ଆଉ ଓଡ଼ିଶା କାହିଁକି ଫେରିବୁ? ଲକ୍ଷ ଲକ୍ଷ ଓଡ଼ିଆଙ୍କ ଜୀବନ ଜୀବିକାର […]

surat

surat

Manoranjan Sial
  • Published: Saturday, 23 May 2020
  • Updated: 23 May 2020, 08:47 PM IST

Sports

Latest News

ସୁରତ (ଶୈଳେଶ ଚମ୍ପାନେରିଆ): ମହାମାରୀ ‘କରୋନା’ ମହାସଙ୍କଟ ଭିତରେ ଚଳଚଞ୍ଚଳ ହୋଇଛି ସୁରତ ସହର। ଜୀବନ୍ୟାସ ପାଇଛି ସୂତାକଳ ନଗରୀ। ୨ ମାସ ଧରି ଦାନାପାଣିକୁ ନେଇ ଚିନ୍ତାରେ ପଡ଼ିଥିବା ପ୍ରବାସୀ ଓଡ଼ିଆଙ୍କୁ ମିଳିଛି ରୋଜଗାର। ହେଲେ ଯେଉଁ ସୂତାକଳରେ କାମ କରୁଥିବା ଶ୍ରମିକମାନେ ଓଡ଼ିଶା ଫେରିଆଛନ୍ତି, ସେମାନେ ଆଉ ସୁରତ ଫେରିବାକୁ ମଙ୍ଗୁନାହାଁନ୍ତି। ଆଉ ଯେଉଁମାନେ ସୁରତରେ ଅଛନ୍ତି, ସେମାନେ କହୁଛନ୍ତି ଆମେ ଆଉ ଓଡ଼ିଶା କାହିଁକି ଫେରିବୁ?

ଲକ୍ଷ ଲକ୍ଷ ଓଡ଼ିଆଙ୍କ ଜୀବନ ଜୀବିକାର ଠିକଣାର ସହର ହେଉଛି ସୁରତ। ହେଲେ ସେମାନଙ୍କ ଦାନାପାଣି ଛଡ଼ାଇ ନେଇଥିଲା ମହାମାରୀ ‘କରୋନା’। କାହାର ରୋଜଗାର ବନ୍ଦ କରିଦେଇଛି ତ ଆଉ କାହାର କର୍ମ ସଂସ୍ଥାନ ଚାଲିଯାଇଥିଲା। ଏବେ କିନ୍ତୁ ଓଡ଼ିଆଙ୍କ ଆଶା ସଞ୍ଚାର ହୋଇଛି। କାରଣ ତାଲା ଫିଟିଲା ସୂତାକଳର। ଆଉ ଘର୍ଘର ନାଦରେ ପୁଣି ଥରେ ଚଳଚଞ୍ଚଳ ହୋଇଛି ‘ଅଞ୍ଜନି’ ଇଣ୍ଡଷ୍ଟ୍ରିଆଲ୍‌ ଇଷ୍ଟେଟ। ଯେଉଁଠି ହଜାର ହଜାର ଓଡ଼ିଆଙ୍କ ଗୁଜରାଣ ମେଣ୍ଟେ। ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ କଟକଣା କୋହଳ ପରେ ଏବେ ଏହି ଶିଳ୍ପାଞ୍ଚଳରେ ଥିବା ସୂତାକଳରେ ଆରମ୍ଭ ହୋଇଛି କାରବାର। ଏହି ଇଣ୍ଡଷ୍ଟ୍ରିଆଲ୍‌ ଇଷ୍ଟେଟ୍‌ରେ ଏକ ହଜାର ସୂତାକଳ ୟୁନିଟ୍‌ ମଧ୍ୟରୁ ଖୋଲିଛି ମାତ୍ର ୫୦ଟି। ଅନୁମତି ପାଇବା ପରେ ଖୁବଶୀଘ୍ର ଅନ୍ୟ ସବୁ ୟୁନିଟ୍‌ ଚାଲିବ ବୋଲି କହିଛି ବୁଣାକାର ମହାସଂଘ ପ୍ରମୁଖ ବିଜୟ ମାଙ୍ଗୁକିଆ। ସୂତାକଳ ଖୋଲିବା ପରେ ଜୀବିକା ଆଶାରେ ସୁରତରେ ରହିଯାଇଥିବା ପ୍ରବାସୀ ଶ୍ରମିକଙ୍କୁ ମିଳିଛି ଆଶ୍ୱସ୍ତି। ଆଉ କହିଛନ୍ତି, ଓଡ଼ିଶା ଆଉ କାହିଁକି ଯିବୁ? ତେବେ ଯେଉଁମାନେ ‘କରୋନା’କୁ ନେଇ ହନ୍ତସନ୍ତ ହେବା ପରେ ଓଡ଼ିଶା ଫେରିଆସିଛନ୍ତି, ସେମାନେ କିନ୍ତୁ ଆଉ ସୁରତ ଯିବାକୁ ମଙ୍ଗୁ ନାହାଁନ୍ତି। ପରିବାର ଲୋକେ ମଧ୍ୟ ଛାଡ଼ିବାକୁ ନାରାଜ।

ସୁରତରୁ ଫେରିଥିବା ଶ୍ରମିକଙ୍କ ଭିତରୁ ଅନେକ ଇନଷ୍ଟିଚ୍ୟୁଟ୍‌ନାଲ କ୍ୱାରେଣ୍ଟାଇ ସାରି ଘରକୁ ଫେରି ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି। ଗଞ୍ଜାମ ଜିଲ୍ଲାର ହଜାର ହଜାର ସୁରତ ଫେରନ୍ତାଙ୍କ ଅବସ୍ଥା ଏବେ ଦୟନୀୟ। ଯେଉଁମାନେ ଦିନେ ସୁରତରେ ଭଲ ଆୟ କରୁଥିଲେ ଓ ପରିବାର ଚଳାଉଥିଲେ। କରୋନା ମାଡ଼ରେ କଳକାରଖାନା ବନ୍ଦ ଯୋଗୁ ରୋଜଗାର ଚାଲିଯାଇଛି। ସାଂଘାତିକ ଦହଗଞ୍ଜ ହେବାକୁ ପଡ଼ିଲା ପ୍ରବାସୀଙ୍କୁ। ଏବେ ବି ଜୀବନ ଜୀବିକାକୁ ନେଇ ଚିନ୍ତାରେ ଅଛନ୍ତି।

ଗଞ୍ଜାମ ଜିଲ୍ଲାପାଳଙ୍କ ସୂଚନା କହୁଛି, ଜିଲ୍ଲାକୁ ବର୍ତ୍ତମାନ ସୁଦ୍ଧା ଫେରିଥିବା ୭୦ ହଜାର ପ୍ରବାସୀ ଶ୍ରମିକଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ସୁରତ ଫେରନ୍ତା। ଯେଉଁମାନେ ସୂତାକଳରେ କାମ କରୁଥିଲେ। ତେବେ ଲକ୍‌ଡାଉନ୍‌ ପରେ ଏମାନଙ୍କ ଭବିଷ୍ୟତ କଣ ହେବ? ହଜାର ହଜାର ସୁରତ ଫେରନ୍ତା ଶ୍ରମିକଙ୍କୁ କର୍ମ ସଂସ୍ଥାନ ଯୋଗାଇ ଦିଆଯିବ ନା ପୁଣି ଥରେ ଏମାନେ ଫେରିଯିବେ ସୁରତ? ଏବେ ଏମିତି ନାନା ପ୍ରଶ୍ନ ଛିଡ଼ା ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story