ଚକଡ଼ା କ୍ଷତକ୍ଷତି ପ୍ରଦାନ ପାଇଁ ପ୍ରସ୍ତୁତ ହେଲା ଗାଇଡଲାଇନ

Ordigital Desk
  • Published: Thursday, 09 November 2017
  • , Updated: 09 November 2017, 05:08 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚକଡ଼ା ପୋକ ଜନିତ ଫସଲ କ୍ଷୟକ୍ଷତି ପ୍ରଦାନ ନେଇ ପ୍ରସ୍ତୁତ ହେଲା ଗାଇଡଲାଇନ। ଏହି ଗାଡଲାଇନକୁ ଜିଲ୍ଲାପାଳମାନଙ୍କ ପାଖକୁ ପଠାଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର।</p> <p>ଗାଇଡଲାଇନ ଅନୁସାରେ ପ୍ରକୃତ ଚାଷୀଙ୍କୁ ଇନ୍&zwnj;ପୁଟ ସବସିଡି, ଭାଗ ଚାଷୀ, ଲିଜ୍&zwnj;ରେ ଚାଷ କରୁଥିବା ଚାଷୀଙ୍କୁ କ୍ଷତିପୂରଣ ମିଳିବ। ସରଜମିନ ତଦନ୍ତରେ ପ୍ରକୃତ ଚାଷୀ ଚିହ୍ନଟ କରି ସବସିଡ ଦିଆଯିବ।</p> <p>ସେହିପରି ଜଙ୍ଗଲ ଜମି ଅଧିକାର ଆଇନ ଅନ୍ତର୍ଭୁକ୍ତ ଚାଷୀଙ୍କୁ ବି ସବସିଡି ମିଳିବ। ତେବେ ସରକାରୀ ଜମି ଜବରଦଖଲରେ ହୋଇଥିବା ଚାଷ ପାଇଁ କ୍ଷତିପୂରଣ ଦିଆଯିବ ନାହିଁ। କେବଳ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଇନପୁଟ୍&zwnj; ସବ୍&zwnj;ସିଡ ଦିଆଯିବାକୁ ନିଷ୍ପତ୍ତି ହୋଇଛି।</p>

Related story