ଶ୍ରୀ ବିଗ୍ରହଙ୍କ ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗ: ତିନି ଦଇତାପତିଙ୍କ ବୟାନ ରେକର୍ଡ କଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ଶ୍ରୀ ବିଗ୍ରହଙ୍କ ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗରେ ଗୁରୁବାର ତିନିଜଣ ଦଇତାପତିଙ୍କ ବୟାନ ରେକର୍ଡ କରିଛି ଶ୍ରୀ ମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ପ୍ରଶାସକ ସୁରେଶ ମହାପାତ୍ର ଆଜି ବରିଷ୍ଠ ଦଇତାପତି କୃଷ୍ଣଚନ୍ଦ୍ର ଦାସମହାପାତ୍ର,ନବକିଶୋର ଦାସ ମହାପାତ୍ର ଓ ବିଶ୍ୱନାଥ ଦାସ ମହାପାତ୍ରଙ୍କ ବୟାନ ରେକର୍ଡ କରିଛନ୍ତି। ଏହାସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦେଉଳକରଣ ଓ ତଢଉକରଣଙ୍କୁ ନୋଟିସ ଜାରି କରାଯାଇଛି।  ଶୁକ୍ରବାର ଏହିମାନେ ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନଙ୍କ ନିକଟରେ ହଜାର ହେବେ। […]

jayakrushnadasmohapatra

Rakesh Mallick
  • Published: Thursday, 02 July 2015
  • , Updated: 02 July 2015, 04:52 PM IST

ପୁରୀ: ଶ୍ରୀ ବିଗ୍ରହଙ୍କ ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗରେ ଗୁରୁବାର ତିନିଜଣ ଦଇତାପତିଙ୍କ ବୟାନ ରେକର୍ଡ କରିଛି ଶ୍ରୀ ମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ପ୍ରଶାସକ ସୁରେଶ ମହାପାତ୍ର ଆଜି ବରିଷ୍ଠ ଦଇତାପତି କୃଷ୍ଣଚନ୍ଦ୍ର ଦାସମହାପାତ୍ର,ନବକିଶୋର ଦାସ ମହାପାତ୍ର ଓ ବିଶ୍ୱନାଥ ଦାସ ମହାପାତ୍ରଙ୍କ ବୟାନ ରେକର୍ଡ କରିଛନ୍ତି। ଏହାସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦେଉଳକରଣ ଓ ତଢଉକରଣଙ୍କୁ ନୋଟିସ ଜାରି କରାଯାଇଛି।  ଶୁକ୍ରବାର ଏହିମାନେ ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନଙ୍କ ନିକଟରେ ହଜାର ହେବେ। ଯଦି ଏହି ନୋଟିସଙ୍କୁ ଅବମାନନା କରାଯାଏ ତେବେ ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଜଣାପଡିଛି।

ଅନ୍ୟପକ୍ଷରେ ଏହି ବିବାଦରେ ନିଲମ୍ବିତ ହୋଇଥିବା ଦୁଇଜଣ ଦଇତାପତି କଶୀନାଥ ଓ ଜୟକୃଷ୍ଣ ଦାସମାହାପାତ୍ରଙ୍କୁ ପୁଣିଥରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଛି। ଗଣମଧ୍ୟାମରେ ବିଭିନ୍ନ ପ୍ରସଙ୍ଗରେ ଦେଇଥିବା ବିଭ୍ରାନ୍ତିକର ବୟାନ ପାଇଁ ନୋଟିସ ଜାରିହୋଇଥିବା ସୂଚନା ମିଳିଛି।

Related story