ଶ୍ରୀମନ୍ଦିର ସଂସ୍କାର ପାଇଁ ସୁପ୍ରିମକୋର୍ଟ ଦେଲେ ୨୨ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ନୀତି ଓ ପରିଚାଳନାରେ ସଂସ୍କାର ସହ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଓଡ଼ିଶା ସରକାର ଓ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ମୋଟ ୨୨ଟି ପ୍ରସଙ୍ଗରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଅରୁଣ ମିଶ୍ର ଓ ଜଷ୍ଟିସ ଇନ୍ଦିରା ବାନାର୍ଜୀଙ୍କ ଖଣ୍ଡପୀଠ ଆଜି ଇଣ୍ଟର କଣ୍ଟିନେଣ୍ଟାଲ ଆସୋସିଏସନ୍ ଅଫ ଲୟର୍ସ ପକ୍ଷରୁ ଦେବାଶୀଷ ମିଶ୍ର ଓ ପାର୍ଥ […]

devotees-get-darshan-of-naba-jouban-vesha-of-the-lords-at-puri-jagannath-temple

Manoranjan Sial
  • Published: Monday, 04 November 2019
  • , Updated: 04 November 2019, 07:28 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ନୀତି ଓ ପରିଚାଳନାରେ ସଂସ୍କାର ସହ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଓଡ଼ିଶା ସରକାର ଓ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ମୋଟ ୨୨ଟି ପ୍ରସଙ୍ଗରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି।
ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଅରୁଣ ମିଶ୍ର ଓ ଜଷ୍ଟିସ ଇନ୍ଦିରା ବାନାର୍ଜୀଙ୍କ ଖଣ୍ଡପୀଠ ଆଜି ଇଣ୍ଟର କଣ୍ଟିନେଣ୍ଟାଲ ଆସୋସିଏସନ୍ ଅଫ ଲୟର୍ସ ପକ୍ଷରୁ ଦେବାଶୀଷ ମିଶ୍ର ଓ ପାର୍ଥ ଶୀଲଙ୍କ ଦାଏର ହୋଇଥିବା ଦୁଇଟି ମାମଲାର ଅତିରିକ୍ତ ଶୁଣାଣି କରି ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପରିଚାଳନା କମିଟିକୁ ଭିନ୍ନ ଭିନ୍ନ ନିର୍ଦ୍ଦେଶ ଦେଇଛନ୍ତି।

ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ଆଡଭୋକେଟ୍ ଜେନେରାଲ ଅଶୋକ ପରିଜା କହିଛନ୍ତି ଯେ, ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଜଣେ ପୂର୍ଣ୍ଣକାଳୀନ ପ୍ରଶାସକଙ୍କୁ ନିଯୁକ୍ତି ଦେବାକୁ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଆମିକସ୍ କ୍ୟୁରି ମଧ୍ୟ ଏଥିପାଇଁ ପରାମର୍ଶ ଦେଇଥିଲେ। ଏହାସହିତ ଶ୍ରୀଜଗନ୍ନାଥ ମନ୍ଦିରର ସମସ୍ତ ଚଳଅଚଳ ସମ୍ପତ୍ତିର ଏକ ଦସ୍ତାବିଜ ପ୍ରସ୍ତୁତ କରି ସୁପ୍ରିମକୋର୍ଟରେ ଦାଖଲ ପାଇଁ କହିଛନ୍ତି। ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତିରୁ ଆୟ ସମ୍ପର୍କରେ ମଧ୍ୟ କୋର୍ଟଙ୍କୁ ଅବଗତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଶ୍ରୀମନ୍ଦିର ଜମିରେ ଅତ୍ୟାଧୁନିକ ସ୍ୱରେଜ ଟ୍ରିଟମେଣ୍ଟ୍ ପ୍ଲାଣ୍ଟ୍ ନିର୍ମାଣ କରିବା ପାଇଁ ରାଜ୍ୟ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିବାବେଳେ ମନ୍ଦିର ପରିଚାଳନା କମିଟି ଏହି ଜମି ଯୋଗାଇ ଦେବ। ସେହିପରି ପୁରୀରେ ଏକ ଆଧୁନିକ ସ୍କୁଲ ନିର୍ମାଣ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସୁପ୍ରିମକୋର୍ଟଙ୍କ ପାଖରେ ଓଡ଼ିଶାର ଏକ ସଂସ୍ଥାର ପ୍ରାୟ ୬କୋଟି ଟଙ୍କା ଜମା ରହିଛି, ଏହି ଅର୍ଥକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ଦିଆଯିବ । ସେହି ଅର୍ଥରେ ପୁରୀରେ ରାଜ୍ୟ ସରକାର ଏହି ସ୍କୁଲ ନିର୍ମାଣ କରିବେ। ସେହିପରି ଦୈନିକ ପ୍ରାୟ ୬୦ହଜାର ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଦର୍ଶନ ପାଇଁ ଆସୁଥିବାରୁ ସେମାନଙ୍କ ସୁବିଧା ପାଇଁ ଦୀର୍ଘକାଳୀନ ଭିତ୍ତିରେ ବ୍ୟବସ୍ଥା ସରକାର କରିବେ।

ଶ୍ରୀମନ୍ଦିର ଭିତରେ ଶାନ୍ତିଶୃଙ୍ଖଳାରେ ଦର୍ଶନ ଯେଭଳି ଶ୍ରଦ୍ଧାଳୁମାନେ କରିବେ ସେ କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି। ମନ୍ଦିର ଭିତରେ ପକେଟ୍ ମାର, ଠେଲାପେଲା ଆଦି ନହୋଇ ଶ୍ରଦ୍ଧାଳୁମାନେ ଶାନ୍ତିଶୃଙ୍ଖଳାର ସହ ଦର୍ଶନ କରିବା ପାଇଁ ବ୍ୟବସ୍ଥା କରିବା ନିମନ୍ତେ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ମୋଟ୍ ୨୨ଟି ପ୍ରସଙ୍ଗରେ ରାୟ ଦେଇଥିଲେ ମଧ୍ୟ ସେଥିରୁ ମାତ୍ର ୮-୧୦ଟି ପଢ଼ି ଶୁଣାଇଥିବାବେଳେ ବାକି ରାୟସବୁ ଅର୍ଡର କପି ମିଳିବା ପରେ ଜଣାପଡ଼ିବ ବୋଲି ଶ୍ରୀ ପରିଜା ଗଣମାଧ୍ୟମକୁ କହିଛନ୍ତି।

Related story