ଆଳି (ବନମାଳି ସାହୁ): କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀର ଜୁଆଣିଆଠାରେ ଆଜି ବିଜେଡିର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଚାଲିଥିବା ବେଳେ ଭାଙ୍ଗିଗଲା ମଞ୍ଚ। ସେତେବେଳେ ମଞ୍ଚରେ ଉପସ୍ଥିତ ଥିଲେ ଦୁଇ ରାଜ୍ୟସଭା ସାଂସଦ ପ୍ରତାପ ଦେବ ଓ ଅନୁଭବ ମହାନ୍ତି। ତେବେ ସୌଭାଗ୍ୟ ବଶତଃ ସେମାନଙ୍କର କିଛି ହୋଇନାହିଁ।
ସୂଚନାଯୋଗ୍ୟ, ଅଭିନେତାରୁ ରାଜନେତା ପାଲଟି ଥିବା ଅନୁଭବ ମହାନ୍ତି ଚଳିତ ନିର୍ବାଚନରେ କେନ୍ଦ୍ରାପଡ଼ାରୁ ବିଜେଡିର ଲୋକସଭା ପ୍ରାର୍ଥୀ ହୋଇଛନ୍ତି। ଅନ୍ୟପକ୍ଷରେ ଗତଥର ପରାଜୟ ସମ୍ମୁଖୀନ ହୋଇଥିବା ପ୍ରତାପ ଦେବ ଏଥର ପୁଣି ଆଳିରୁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି।
ଆଜି ପ୍ରଥମ ଥର ପାଇଁ ଅନୁଭବ ପ୍ରଚାର କରିବା ପାଇଁ ଆଳି ନିର୍ବାଚନମଣ୍ଡଳୀକୁ ଆସିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
୨ ହଜାର ନୂଆ ଟ୍ରାଫିକ ପୁଲିସ ପଦବୀ ସୃଷ୍ଟିକୁ ମଞ୍ଜୁରୀ, ଚଳିତବର୍ଷ ପୂରଣ ହେବ ୫୦୦ ପଦବୀ
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ଜାତୀୟ ସଡ଼କ ସୁରକ୍ଷା ମାସର ରାଜ୍ୟସ୍ତରୀୟ ଉଦଯାପନ କାର୍ଯ୍ୟକ୍ରମରେ ଯୋଗ ଦେଇ ସଡ଼କ ସୁରକ୍ଷାକୁ ଜନ ଅଭିଯାନରେ ପରିଣତ କରିବା ନିମନ୍ତେ ଆହ୍ୱାନ କରିଛନ୍ତି ।
Events & Festivals
ଉତ୍କର୍ଷ ଓଡ଼ିଶା କନକ୍ଲେଭ: ୪ଦିନ ଧରି ଚାଲିବ କାର୍ଯ୍ୟକ୍ରମ, ୨୮ରେ ଆସିବେ ପ୍ରଧାନମନ୍ତ୍ରୀ
‘ଉତ୍କର୍ଷ ଓଡ଼ିଶା’ କାର୍ଯ୍ୟକ୍ରମର ପ୍ରସ୍ତୁତି ସମ୍ପର୍କରେ ଶିଳ୍ପ ବିଭାଗ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ଏକ ବିସ୍ତୃତ କାର୍ଯ୍ୟସୂଚୀ ଉପସ୍ଥାପନ କରାଯାଇଛି ।
Crime
ସଫେଇ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ
ବାବୁଲି କାକ ରାଣିବଗିଚା ବାଇପାସ୍ ନିକଟରେ ସଫେଇ କାମର ତଦାରଖ କରିବା ପାଇଁ ଯାଇଥିଲେ। କାମ ତଦାରଖ କରିବା ପରେ ସେଠାରେ ସେ ଠିଆ ହୋଇଥିଲେ। ଠିକ୍ ସେତିକି ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା।
Miscellaneous
ଜୁଏଲଙ୍କ ବ୍ୟକ୍ତିଗତ ସଚିବ ଥିଲେ, ଏବେ ମୋହନଙ୍କ ବ୍ୟକ୍ତିଗତ ସଚିବ ହେଲେ ମନୋଜ ସାହୁ
ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକର ସିଙ୍ଗାରପୁର ଗାଁରେ ଜନ୍ମିତ ମନୋଜ ସାହୁ ଭୁବନେଶ୍ୱରସ୍ଥିତ ଓୟୁଏଟି ବିଶ୍ୱବିଦ୍ୟାଳୟରୁ ବିଏସସି ଓ ଜୁନାଗଡ଼ କୃଷି ବିଶ୍ୱବିଦ୍ୟାଳୟରୁ ଏମଏସସି ଡିଗ୍ରୀ ହାସଲ କରିବା ପରେ ୨୦୦୬ ମସିହାରେ ଆଇଏଏସ୍ ଚାକିରିରେ ଯୋଗ ଦେଇଥିଲେ ।
Crime
ଲୁଟେରାଙ୍କ ଗୁଳିରେ ୨ ମୃତ; ଗୋଡ଼ାଇ ଗୋଡ଼ାଇ ଗାଡ଼ିଆରେ ମାଡ଼ି ବସିଲେ ଲୋକେ
ଲୁଟ୍ କରିବା ପରେ ଦୋକାନକୁ ଗହଣା କିଣିବାକୁ ଆସିଥିବା ଜଣେ ବ୍ୟକ୍ତିଙ୍କ ବାଇକ୍ ଧରି ଚମ୍ପଟ ମାରୁଥିଲେ ୩ ଦୁର୍ବୃତ୍ତ। ଆଉ ସେମାନଙ୍କୁ କାର୍ରେ ପିଛା କରିଥିଲେ ଗହଣା ଦୋକାନର କର୍ମଚାରୀ ସୁନୀଲ୍ ରାୟ ଓ ତାଙ୍କ ସାଥୀ।