ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉଚ୍ଚ ଶିକ୍ଷା ବିଭାଗ ପାଇଁ ଆସିବ ଷ୍ଟାର୍ଟ ଅପ୍ ପଲିସି। ଛାତ୍ରଛାତ୍ରୀଙ୍କୁ ଷ୍ଟାର୍ଟ ଅପ୍ ଲାଗି ପ୍ରସ୍ତୁତ କରାଯିବ। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଲୋକସେବା ଭବନ କନ୍ଭେନ୍ସନ୍ ହଲ୍ରେ ଉଚ୍ଚ ଶିକ୍ଷାମନ୍ତ୍ରୀ ରୋରିତ ପୂଜାରୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଉଚ୍ଚଶିକ୍ଷା ସଚିବ, ବିଭିନ୍ନ ବିଶ୍ୱବିଦ୍ୟାଳୟର କୂଳପତି, ଉଚ୍ଚ ଶିକ୍ଷା ପରିଷଦ ଉପାଧ୍ୟକ୍ଷ, ଷ୍ଟାର୍ଟ ଅପ୍ ଓଡ଼ିଶାର ଅଧ୍ୟକ୍ଷ ଓ ଏକ ଘରୋଇ କମ୍ପାନୀ ଯୋଗ ଦେଇଥିଲେ
ଯୁକ୍ତ ତିନି ଓ ପିଜି ସ୍ତରର ଛାତ୍ରଛାତ୍ରୀଙ୍କୁ ପ୍ରି ଷ୍ଟାର୍ଟ ଅପ୍ କର୍ଯ୍ୟକ୍ରମରେ ସାମିଲ କରାଯିବ। ଏହାଦ୍ୱାରା ପିଲାମାନେ ପଢା ସାରିବା ପରେ ରୋଜଗାରକ୍ଷମ ହୋଇପାରିବେ। ପ୍ରି ଷ୍ଟାର୍ଟ ଅପ୍ ପିରିୟଡ଼ରେ ପିଲାଙ୍କ ଦ୍ୱାରା ପ୍ରସ୍ତୁତ ପ୍ରଡକ୍ଟ ଗୁଡ଼ିକୁ ବଡ କମ୍ପାନୀ ଆଗରେ ଉପସ୍ଥାପିତ କରିବ ଉଚ୍ଚ ଶିକ୍ଷା ବିଭାଗ। ଏହି ନିଷ୍ପତ୍ତିକୁ କୂଳପତିମାନେ ସ୍ୱାଗତ କରିଛନ୍ତି।