୨୯ରେ ରାଜ୍ୟର ସମସ୍ତ ଥାନା ଆଗରେ ବିଜେପି ବିକ୍ଷୋଭ କରିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତିକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ଏହି ଯୋଜନାରେ ଅନେକ ଅଯୋଗ୍ୟ ହିତାଧିକାରୀ ଓ ବିଜେଡି କର୍ମୀ ଘର ପାଇଥିବା ଏକ ସାମ୍ବାଦିକ ସମ୍ମିଳନୀ କରି ଦଳ ଅଭିଯୋଗ କରିଛି ରାଜ୍ୟ ସରକାର ଫେବୃଆରୀ ୭ରୁ ୨୨ ତାରିଖ ଯାଏଁ ସାନି ହିତାଧିକାରୀଙ୍କଠାରୁ ଆବେଦନ ପତ୍ର ଗ୍ରହଣ କଲେ।  ହେଲେ ଏଯାଏଁ ସେସବୁ ଆବେଦନପତ୍ର ବ୍ଲକ ଅଫିସରୁ ବାହାରି ନଥିବା ଅଭିଯୋଗ କରିଛନ୍ତି ଦଳୀୟ ନେତା […]

797

Tapas Behera
  • Published: Wednesday, 23 December 2020
  • , Updated: 23 December 2020, 04:51 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତିକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ଏହି ଯୋଜନାରେ ଅନେକ ଅଯୋଗ୍ୟ ହିତାଧିକାରୀ ଓ ବିଜେଡି କର୍ମୀ ଘର ପାଇଥିବା ଏକ ସାମ୍ବାଦିକ ସମ୍ମିଳନୀ କରି ଦଳ ଅଭିଯୋଗ କରିଛି ରାଜ୍ୟ ସରକାର ଫେବୃଆରୀ ୭ରୁ ୨୨ ତାରିଖ ଯାଏଁ ସାନି ହିତାଧିକାରୀଙ୍କଠାରୁ ଆବେଦନ ପତ୍ର ଗ୍ରହଣ କଲେ।  ହେଲେ ଏଯାଏଁ ସେସବୁ ଆବେଦନପତ୍ର ବ୍ଲକ ଅଫିସରୁ ବାହାରି ନଥିବା ଅଭିଯୋଗ କରିଛନ୍ତି ଦଳୀୟ ନେତା ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେନ୍ଦ୍ରର ହୋଇଥିବା ବେଳେ ରାଜ୍ୟ ସରକାର ଚଞ୍ଚକତାର ସହିତ ଷ୍ଟିକର ମାରି ବିଜୁ ପକ୍କା ଘର ଯୋଜନା ଲେଖୁଥିବା ବିଜେପି ଅଭିଯୋଗ କରିଛି । ଯୋଜନା ହାଇଜାକ୍ କରିବା ବନ୍ଦ ନକଲେ ଆସନ୍ତା ୨୮ ତାରିଖରେ ବ୍ଲକ ଅଫିସ୍ ଆଗରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି । ୨୯ ତାରିଖରେ ରାଜ୍ୟର ସମସ୍ତ ଥାନା ଆଗରେ ବିଜେପି ବିକ୍ଷୋଭ କରିବ । ରାଜ୍ୟ ସରକାର ଚଞ୍ଚକତା କରି କେନ୍ଦ୍ରର ଯୋଜନାକୁ ନିଜର କହି ଯେଉଁ ଚିଠି କରିଛନ୍ତି ତାକୁ ବିଜେପିର ନେତା ମାନେ ଆଜି ଗଣମାଧ୍ୟମ ଆଗରେ ଚିରି ଦେଇଛନ୍ତି ।

Related story