୧୨୫ଟି ନୂଆ ଓଏଏସ୍ ପଦବୀ , ପାଣି ପଂଚାୟତର କାର୍ଯ୍ୟକାଳ ୫ବର୍ଷ ବୃଦ୍ଧିକୁ ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ପ୍ରଶାସନିକ ସେବା ଗ୍ରୁପ-ଏ(କନିଷ୍ଠ ବର୍ଗ)ରେ ୧୨୫ଟି ନୂଆ ପଦବୀ ସୃଷ୍ଟି ଓ ପାଣି ପଂଚାୟତର କାର୍ଯ୍ୟକାଳ ୩ବର୍ଷରୁ ୫ବର୍ଷକୁ ବୃଦ୍ଧି ସମେତ ମୋଟ ୬ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଆଜି ମଞ୍ଜୁରୀ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ରାଜ୍ୟରେ ଫାଇଭ-ଟି ଓ ମୋ ସରକାର କାର୍ଯ୍ୟକାରୀ ହେବା […]

cabinat

cabinat

Ordigital Desk
  • Published: Friday, 21 October 2022
  • Updated: 21 October 2022, 09:36 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ପ୍ରଶାସନିକ ସେବା ଗ୍ରୁପ-ଏ(କନିଷ୍ଠ ବର୍ଗ)ରେ ୧୨୫ଟି ନୂଆ ପଦବୀ ସୃଷ୍ଟି ଓ ପାଣି ପଂଚାୟତର କାର୍ଯ୍ୟକାଳ ୩ବର୍ଷରୁ ୫ବର୍ଷକୁ ବୃଦ୍ଧି ସମେତ ମୋଟ ୬ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଆଜି ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ରାଜ୍ୟରେ ଫାଇଭ-ଟି ଓ ମୋ ସରକାର କାର୍ଯ୍ୟକାରୀ ହେବା ପରଠୁ ଜିଲ୍ଲା ଓ ତଳସ୍ତରରେ ରାଜସ୍ୱ ପ୍ରଶାସନରେ ଅଧିକ କାର୍ଯ୍ୟଭାର ବୃଦ୍ଧି ପାଇଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଓଏଏସ୍ ଗ୍ରୁପ-ଏ(କନିଷ୍ଠ ବର୍ଗ) ଗ୍ରେଡରେ ଅତିରିକ୍ତ ୧୨୫ଟି ପଦବୀ ସୃଷ୍ଟି କରାଯାଇ କ୍ୟାଡ଼ର ପଦବୀ ସଂଖ୍ୟାକୁ ୧୩୧୩କୁ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି । ଏବେ ଓଏଏସ୍ ଗ୍ରୁପ-ଏ(କନିଷ୍ଠ ବର୍ଗ)ରେ କ୍ୟାଡ଼ର ପଦବୀ ସଂଖ୍ୟା ୧୧୮୮ ରହିଛି । ଏହି ବର୍ଦ୍ଧିତ ୧୨୫ଟି ପଦବୀ ମଧ୍ୟରୁ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୨ଟି ଲେଖାଏଁ ଡେପୁଟି କଲେକ୍ଟର ପଦବୀ ଅର୍ଥାତ୍ ୩୦ଟି ଜିଲ୍ଲାରେ ମୋଟ ୬୦ଟି ପଦବୀ ସୃଷ୍ଟି କରାଯିବ । ସେହିପରି ରାଜ୍ୟର ସମସ୍ତ ସବ୍ କଲେକ୍ଟର କାର୍ଯ୍ୟାଳୟରେ ଗୋଟିଏ ଲେଖାଏଁ ଡେପୁଟି କଲେକ୍ଟର ପଦବୀରେ ମୋଟ ୫୮ଟି ପଦବୀ, ବୋର୍ଡ ଅଫ ରେଭନ୍ୟୁରେ ୪ଟି ଅଣ୍ଡର ସେକ୍ରେଟେରୀ ପଦବୀ ଏବଂ ଭୁବନେଶ୍ୱର,ପାରାଦୀପ ଓ ରାଉରକେଲା ଏଡ଼ିଏମ ଅଫିସରେ ଜଣେ ଲେଖାଏଁ ଡେପୁଟି କଲେକ୍ଟର ପଦବୀ ନିମନ୍ତେ ଏହି ୧୨୫ଟି ଓଏଏସ(କନିଷ୍ଠ ବର୍ଗ) କ୍ୟାଡ଼ର ପଦବୀ ସୃଷ୍ଟି ହୋଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ସେହିପରି ଓଡ଼ିଶା ପାଣି ପଂଚାୟତ ଆଇନ-୨୦୦୨ର ସଂଶୋଧନକୁ କ୍ୟାବିନେଟ ଅନୁମୋଦନ ମିଳିଛି । ଓଡ଼ିଶା ପାଣି ପଂଚାୟତକୁ ଅଧିକ କ୍ରିୟାଶୀଳ ଓ ଲୋକାଭିମୁଖୀ କରିବା ପାଇଁ ଏହି ସଂଶୋଧନ ହୋଇଛି । ଏବେ ରାଜ୍ୟରେ ମେଗା ଉଠାଜଳସେଚନ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହୋଇଛି ।  ୫୦୦ରୁ ୨ହଜାର ହେକ୍ଟର ଭିତରେ ହେଉଥିବା ମେଗା ଉଠାଜଳସେଚନ ପ୍ରକଳ୍ପରେ ପାଣି ପଂଚାୟତ ଗଠନ ଓ ଶୀର୍ଷ କୃଷକ ସଂଗଠନକୁ ସୁନିଶ୍ଚିତ କରାଯିବ । ସେହିପରି ଜଳସେଚନର ସୁବିଧା ପାଉଥିବା ଚାଷୀ ବା ଜମି ମାଲିକମାନଙ୍କର ପତି-ପତ୍ନୀଙ୍କୁ ସାମିଲ ସହ ମହିଳାଙ୍କ ଭାଗିଦାରୀ ପାଣି ପଂଚାୟତରେ ଓ ଅନ୍ୟ ଚାଷୀ କମିଟିରେ ବୃଦ୍ଧି କରିବାକୁ ପ୍ରାବଧାନ ହୋଇଛି । ଏହାସହିତ ୩ବର୍ଷ ଓ ୬ବର୍ଷର ସନ୍ଦେହକୁ ଦୂର କରି ସମସ୍ତଙ୍କୁ ସମାନ କରିବା ନିମନ୍ତେ ଚକ କମିଟି ଓ ପାଣି ପଂଚାୟତର କାର୍ଯ୍ୟକାଳକୁ ୫ବର୍ଷକୁ ବୃଦ୍ଧି କରାଯାଇଛି ।

ସେହିପରି ଓଡ଼ିଶା ଭେଟେନାରୀ ସର୍ଭିସ ରୁଲସରେ ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି । ଏହାଫଳରେ ଭେଟେନାରୀ ଡାକ୍ତରମାନେ ଏଣିକି ନିଯୁକ୍ତି ବେଳେ ଅନ୍ୟ ମେଡିକାଲ ଅଫିସର, ହୋମିଓପ୍ୟାଥିକ ଓ ଆୟୁର୍ବେଦିକ ମେଡିକାଲ ଅଫିସରଙ୍କ ଭଳି କେବଳ ଲିଖିତ ପରୀକ୍ଷା ଦେବେ । ଓପିଏସସି ଦ୍ୱାରା ଚୟନ ହେଉଥିବା ଆସିଷ୍ଟାଣ୍ଟ ଭେଟେନାରୀ ସର୍ଜନ ପଦବୀ ପରୀକ୍ଷାରେ ଭେଟେନାରୀ ଡାକ୍ତରମାନେ କେବଳ ଲିଖିତ ପରୀକ୍ଷା ଦେବେ ଓ ସେମାନଙ୍କୁ ଆଉ ମୌଖିକ ପରୀକ୍ଷା(ସାକ୍ଷାତକାର) ଦେବାକୁ ପଡ଼ିବ ନାହିଁ ।

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ରାଜ୍ୟ କ୍ୟାବିନେଟ୍  ଜଷ୍ଟିସ ପି ଭେଙ୍କଟରାମ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଗଠିତ ଦ୍ୱିତୀୟ ଜାତୀୟ ନ୍ୟାୟିକ ଦରମା କମିଶନ ସୁପାରିଶକୁ ଓଡ଼ିଶାରେ କାର୍ଯ୍ୟକାରୀ ନିମନ୍ତେ ଅନୁମୋଦନ କରିଛନ୍ତି । ଫଳରେ ଜିଲ୍ଲା ଓ ତଳସ୍ତରର ଜୁଡ଼ିଆସିଲ ଅଫିସରମାନେ ୨୦୧୬ ଜାନୁୟାରୀ ୧ରୁ ସଂଶୋଧିତ ଦରମା ପାଇବେ । ସରକାରୀ କର୍ମଚାରୀଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁ ହେବା ପରେ ଜୁଡ଼ିସିଆଲ ଅଫିସରମାନଙ୍କ ନିମନ୍ତେ ଦ୍ୱିତୀୟ ଜାତୀୟ ନ୍ୟାୟିକ ଦରମା କମିଶନ ସୁପାରଶକୁ କାର୍ଯ୍ୟକାରୀ କରିବା ନିମନ୍ତେ ପୂର୍ବରୁ ସୁପ୍ରିମକୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଜଷ୍ଟିସ ଭେଙ୍କଟରାମ ରେଡ୍ଡୀ କମିଶନଙ୍କ ସୁପାରିଶକୁ କାର୍ଯ୍ୟକାରୀ କରିବା ଦ୍ୱାରା ଜୁଡ଼ିସିଆଲ ଅଫିସରଙ୍କ ଦରମା ଆଦି ବାବଦରେ ରାଜ୍ୟ ସରକାରଙ୍କୁ ବାର୍ଷିକ ୯୩କୋଟି ଟଙ୍କାର ଅତିରିକ୍ତ ବୋଝ ମୁଣ୍ଡାଇବାକୁ ପଡ଼ିବ ।
https://twitter.com/IPR_Odisha/status/1583461122644271109?s=20&t=_-YaCRfSTEPX3fSD_1UJfQ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story